PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ପରିବାର ପାଇଁ ଇ-ସାକ୍ଷାତ୍‌ ଭିଡ଼ିଓ ଚାଟିଂ ସେବା ଆରମ୍ଭ
  • ||
  • ନବରଙ୍ଗପୁର – ଅକ୍ସିମିଟର ଚଢ଼ା ଦାମରେ ବିକ୍ରି, ୨ଟି ଔଷଧ ଦୋକାନୀଙ୍କ ଠାରୁ ଜରିମନା, ଗୋଟିଏ ଔଷଧ ଦୋକାନ ସିଲ୍
  • ||
  • କରୋନା ନେଲା ଆଉ ଏକ ଜୀବନ – ବିଶିଷ୍ଟ ସାହିତ୍ୟିକ ଅଜାମ୍ୱର ମଲ୍ଲଙ୍କ ପରଲୋକ
  • ||
  • କୋରାପୁଟ : କ୍ଲର୍କ ଚାକିରି ଲୋଭ ଦେଖାଇ ଯୁବତୀଙ୍କଠୁ ଠକେଇ, ଦୁଇ ଗିରଫ
  • ||
  • ଭୁବନେଶ୍ବର : ନଭିମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଛାଡ କଲେ ରାଜ୍ୟ ସରକାର
  • ||
  • ମାଲକାନଗିରି: କୋଭିଡ ହସ୍ପିଟାଲରେ କରୋନା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ପୁଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ
  • ||
  • ପୁରୀ: ବିନା ଭକ୍ତରେ ଶ୍ରୀମନ୍ଦିର ବାହାରେ ହେବ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା
  • ||
  • ସମ୍ବଲପୁର: ପେଟର ଭୋକ ଆଗରେ ହାର୍‌ ମାନୁଛି ସଂକ୍ରମଣର ଭୟ, ଡଷ୍ଟବିନ୍‌ ପାଲଟିଛି ଖାଦ୍ୟର ମାଧ୍ୟମ
  • ||
  • ୫-୬ ଦିନ ପରେ ଫ୍ଲାଟ୍‌ ହେବ କର୍ଭ
  • ||
  • ସ୍ବାଭାବିକ ସମୟରେ ଆସିବ ମୌସୁମୀ: ଜୁନ୍‌ ୧ରେ କେରଳ, ୧୨ ସୁଦ୍ଧା ଓଡ଼ିଶା
  • ||
  • ଚିନ୍ତା ବଢ଼ାଉଛି କରୋନା: ପିଲାଙ୍କ ପ୍ରତି ମାଡ଼ି ଆସୁଛି ବିପଦ, ଦୈନିକ ୫ଶହ ପିଲା ହେଉଛନ୍ତି ସଂକ୍ରମିତ
  • ||
  • ଓଡ଼ିଶାରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୨୧୪୦କୁ ବୃଦ୍ଧି
  • ||
  • ରାଜ୍ୟରେ ଅଣାୟତ୍ତ କରୋନା: ଭାଙ୍ଗିଲା ପୁରୁଣା ଦୈନିକ ସଂକ୍ରମଣ ରେକର୍ଡ଼, ଦିନକରେ ଚିହ୍ନଟ ହେଲେ ୧୨ ହଜାର ୨୩୮ ପଜିଟିଭ ଆକ୍ରାନ୍ତ
  • ||
  • ଖପ୍ରାଖୋଲ:ଗମ୍ଭାରି ଛକ ନିକଟରେ ଏକ କାରରୁ ୬ ପେଟି କଫସିରଫ ଜବତ, ୨ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ
  • ||
  • କୋଭିଡ଼ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ମଂଜୁର କଲେ ମୁଖ୍ୟମନ୍ତ୍ରୀ, ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି ଟଙ୍କା ଓ ସମ୍ବଲପୁର ଜିଲ୍ଲା ପାଇଁ ୪ କୋଟି ୬୨ ଲକ୍ଷ ମଂଜୁର କଲେ ନବୀନ
  • ||
  • ଭୁବନେଶ୍ୱର: ସାଢ଼େ ୪ଟାରେ ଘୋଷଣା କରିବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଡିଜିପି
  • ||
  • ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ ବାୟୁ, ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା
  • ||
  • ଲାଞ୍ଜିଗଡ଼ରେ ଅଞ୍ଚଳରେ ହାତୀ ଉପଦ୍ରବ, ଆମ୍ବ ଗଛ ଭାଙ୍ଗିଲେ, ନର୍ସରିକୁ ନଷ୍ଟ କଲେ
  • ||
  • କଳାହାଣ୍ଡି: ବିଲ ମଝିରୁ ନାବାଳକର ମୃତଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ପଶ୍ଚିମ ବଙ୍ଗ ଯାଉଥିବା ଟ୍ରେନ୍ ପାସେଞ୍ଜରମାନଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||

“ଏନଆରସି, ଏନପିଆର ପରସ୍ପର ଠାରୁ ଭିନ୍ନ’: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ ୨୫/୧୨: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର କହିଛନ୍ତି ଯେ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସ(ଏନଆରସି) ଏବଂ ନ୍ୟାସନାଲ ପୋପୁଲେସନ ରେଜିଷ୍ଟର (ଏନପିଆର) ପରସ୍ପର ଠାରୁ ଭିନ୍ନ ଅଟେ। ଏନପିଆରରେ ଦେଶରେ ରହୁଥିବା ସମସ୍ତ ଲୋକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥାଏ। ଏହାକୁ କଲ୍ୟାଣକାରୀ ଯୋଜନା ପ୍ରଚଳନ ପାଇଁ ବ୍ୟବହାର କରାଯାଇଥାଏ। ହେଲେ ଏନଆରସି ହେଉଛି ଭାରତୀୟ ନାଗରିକଙ୍କୁ ଚିହ୍ନଟ କରିବାର ଏକ ପ୍ରକ୍ରିୟା।

ଶାହ ସ୍ପଷ୍ଟ କରିଥିଲେ ଯେ ଏନପିଆର ବ୍ୟବସ୍ଥା କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଆରମ୍ଭ କରିଥିଲେ। ମୋଦି ସରକାର ଏହାକୁ କେବଳ ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କାରଣ ସରକାର ଭାବୁଛନ୍ତି ଯେ ଏହା ଦେଶ ପାଇଁ ହିତକର ଅଟେ। ତେଣୁ ଏହାକୁ ନେଇ କୌଣସି ପ୍ରକାର ରାଜନୀତି ହେବା ଉଚିତ୍‌ ନୁହେଁ । ପଶ୍ଚିମବଙ୍ଗ ଓ କେରଳ ସରକାର ଏନପିଆର ସଂଶୋଧନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ଘୋଷଣା କରିଥିବାରୁ ତାହା ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ଶାହ ଏହା କହିଛନ୍ତି।

ଶାହ ମଧ୍ୟ ସ୍ପଷ୍ଟ କରିଛନ୍ତି କି ସମଗ୍ର ଦେଶରେ ଏବେ ଏନସିଆର ବ୍ୟବସ୍ଥା ଲାଗୁ କରିବା ଉପରେ କିଛି ଆଲୋଚନା କରାଯାଉନାହିଁ। ପ୍ରଧାନମନ୍ତ୍ରୀ ମୋଦି ଏନେଇ ଯେଉଁ ବୟାନ ଦେଇଥିଲେ ତାହା ଠିକ୍‌ ଅଟେ । କାରଣ ଏହା ଉପରେ ଏବେ ଯାଏଁ ସଂସଦ କିମ୍ବା ସରକାରରେ କିଛି ଆଲୋଚନା ହୋଇନାହିଁ । ତେଣୁ ଏହା ଉପରେ ଏବେ କୌଣସି ପ୍ରକାର ବିତର୍କ କରାଯିବାର ଆବଶ୍ୟକତା ନାହିଁ ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଥିଲେ କି ତାଙ୍କ ସରକାର ଏପର୍ଯ୍ୟନ୍ତ ସମଗ୍ର ଦେଶରେ ଏନଆରସି ଲାଗୁ କରିବା ନେଇ କୌଣସି ପ୍ରକାର ଆଲୋଚନା କରିନାହାନ୍ତି । ସଂସଦରେ ଏହାକୁ ନେଇ କିଛି ନିୟମ ପ୍ରଣୟନ ବି କରାଯାଇନାହିଁ । ତେଣୁ କିଛି ଲୋକ ଏନଆରସିକୁ ଏବେ ବିରୋଧ କରିବା ଏବଂ ତାହାକୁ ନେଇ ବିକ୍ଷୋଭ କରିବା ଯଥାର୍ଥ ନୁହେଁ । କିନ୍ତୁ ଶାହ ପୂର୍ବରୁ ଅନେକ ଥର କହିଥିଲେ ଯେ ସରକାର ହିଂସାକାଣ୍ଡ ସତ୍ତେ୍ୱ ସମଗ୍ର ଦେଶରେ ଏନଆରସି ଲାଗୁ କରିବେ । ତେଣୁ ମୋଦି ଓ ଶାହଙ୍କ ବୟାନରେ ତାଳମେଳ ନାହିଁ ବୋଲି କିଛି ବିରୋଧୀ ଦଳ ଅଭିଯୋଗ କରିଥିଲେ ।