PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

୧୧ ବର୍ଷର ଏହି ଝିଅ ପାଖରେ ନଥିଲା ଯୋତା, ପାଦରେ ବ୍ୟାଣ୍ଡେଜ୍ ବାନ୍ଧି ଦୌଡିବା ପରେ ଜିତିଲେ ୩ ସ୍ବର୍ଣ୍ଣ ପଦକ

ମନିଲା,୧୭।୧୨: ଫିଲିପାଇନ୍ସର ୧୧ ବର୍ଷର ଜଣେ ଆଥଲେଟଙ୍କ ସଫଳତା ଆଜିକାଲି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଆଥଲେଟ୍ ଜଣକ ପାଦରେ ଯୋତା ନପିନ୍ଧି ବ୍ୟାଣ୍ଡେଜ୍ ବାନ୍ଧି ଗୋଲ୍ଡ ମେଡାଲ ଜିତିଛନ୍ତି। ଫିଲିପାଇନ୍ସର ଇଲୋଇଲୋ ଅଞ୍ଚଳର ଏକ ସ୍କୁଲରେ ଇଣ୍ଟର ସ୍କୁଲ ଆଥଲେଟିକ୍ ମିଟ୍ର ଆୟୋଜନ କରାଯାଇଥିଲା। ଏଥିରେ ୧୧ ବର୍ଷୀର ରିୟା ବୁଲୋସ ବିନା ଯୋତାରେ  ୪୦୦ ମିଟର, ୮୦୦ ମିଟର ଓ ୧୫୦୦ ମିଟର ରେସରେ ଭାଗ ନେଇଥିଲେ। ୩ଟି କାଟାଗୋରୀରେ ସେ ଗୋଲ୍ଡ ମେଡାଲ ଜିତି ସମସ୍ତଙ୍କୁ ଆାଶ୍ଚର୍ଯ୍ୟ କରିଦେଇଥିଲେ।

ରିୟା ଏହି ସଫଳତାକୁ ଇଲୋଇଲୋ ସ୍ପୋର୍ଟସ୍ କାଉନସିଲ୍ ମିଟର କୋଚ୍ ଫେଡରିକ୍ ବି ଭେଲେନଜୁଏଲା ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ରିୟା ଜୋତା ପିନ୍ଧି ନାହାନ୍ତି। ସେ ଯୋତା ସ୍ଥାନରେ ପାଦରେ ବ୍ୟାଣ୍ଡେଜ୍ ବାନ୍ଧିଥିବାର ଦେଖିବାକୁ ମିଳୁଛି। କୋଚଙ୍କ କହିବା ଅନୁସାରେ, ରିୟାଙ୍କ ପାଖରେ ଯୋତା କିଣିବାର ଟଙ୍କା ନଥିଲା, ତେଣୁ ପାଦରେ ବ୍ୟାଣ୍ଡେଜ୍ ବାନ୍ଧି ଏଥିରେ   NIKE  ଲେଖିଥିଲେ।

କୋଚ୍ ଫେଡରିକ୍ ବି ଭେନେଜୁଏଲାଙ୍କ ପୋଷ୍ଟ ଭାଇରାଲ ହେବା  ନେଇ ଶତାଧିକ ୟୁଜର୍ସ ରିୟାଙ୍କୁ ନୂଆ ଯୋତା ଅଫର କରାଯାଇଛି। ଜଣେ ୟୁଜର ଫଟୋ ସେୟାର କରି NIKE କୁ ଝିଅଟିର ସାହାର୍ଯ୍ୟ କରିବାକୁ କହିଛନ୍ତି। ଏହାପରେ ଜଣେ ବାସ୍କେଟବଲ୍ ଷ୍ଟୋରର ମାଲିକ୍ ଟ୍ବିଟର ୟୁଜର୍ସଙ୍କୁ ଆଥଲେଟ୍ ରିୟାଙ୍କ ଫୋନ ନମ୍ବର ମାଗିଥିଲେ ଓ ଏହାପରେ ରିୟାଙ୍କୁ ସାହାର୍ଯ୍ୟ କରିଥିଲେ। ରିୟାଙ୍କର ଫଟୋ ଟ୍ବିଟର ଓ ଇନଷ୍ଟାଗ୍ରାମ ସହିତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ହଜାର ହଜାର ଥର ସେୟାର କରାଯାଇଛି। ୟୁଜରମାନେ ରିୟାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର