PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଇସ୍ରୋରୁ ଦେଶବାସୀଙ୍କୁ ମୋଦିଙ୍କ ସମ୍ବୋଧନ: ‘ବୈଜ୍ଞାନିକମାନେ ଦେଶ ପାଇଁ ପୂରା ଜୀବନ ସମର୍ପି ଦିଅନ୍ତି’

ବେଙ୍ଗାଲୁର ୭।୯: ବିଜ୍ଞାନରେ ବିଫଳତା ନାହିଁ, ବୋଲି ଶନିବାର ସକାଳ ୮ଟା ବେଳେ ବେଙ୍ଗାଲୁରୁସ୍ଥିତ ଇସ୍ରୋ କଣ୍ଟ୍ରୋଲ୍‌ ରୁମ୍‌ରେ ବୈଜ୍ଞାନିକମାନଙ୍କୁ ପ୍ରଧାମନ୍ତ୍ରୀ ମୋଦୀ ସମ୍ବୋଧନ ଦେଇଛନ୍ତି। ସେ କହିଛନ୍ତ କି, ବିଜ୍ଞାନରେ ବିଫଳତା ନାହିଁ, ପରୀକ୍ଷା ବିଜ୍ଞାନ ପାଇଁ ଯଥେଷ୍ଟ ନୁହେଁ।

ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‌ ବିକ୍ରମ ଅବତର ବିଫଳ ହେବା ପରେ ହତୋତ୍ସାହ ହୋଇପଡ଼ିଥିବା ବୈଜ୍ଞାନିକମାନଙ୍କୁ ପ୍ରେରଣା ଦେଇ ସେ ଆହୁରି କହିଲେ କି, ମୁଁ ବୁଝିପାରୁଛୁ ଗତକାଳି ରାତିରେ ଆପଣମାନଙ୍କର ମନର ଭାବନା ବୁଝି ପାରୁଥିଲି କି କେଉଁ ଭଳି ମାନସିକ ସ୍ଥିତ ଦେଇ ଗତି କରିଛନ୍ତି। ଆପଣମାନେ ଭାରତ ପାଇଁ ହିଁ ବଞ୍ଚିଛନ୍ତି।

ଭାରତର ଗୌରବ ପାଇଁ କାର୍ଯ୍ୟ କରୁଛନ୍ତି। ମୁଁ ଆପଣଙ୍କ ହତାଶା ବୁଝି ପାରୁଛି। ଏହି ପ୍ରକଳ୍ପ ନିମନ୍ତେ ଆପଣମାନେ ଅନେକ ବିନିଦ୍ର ରଜନୀ ବିତାଇଛନ୍ତି। ଆମ ବୈଜ୍ଞାନିକମାନଙ୍କୁ ସମର୍ଥନ ଦେବାକୁ ଆମେ ଜାଗ୍ରତ ରହିଛୁ। ଚନ୍ଦ୍ରରେ ପହଞ୍ଚିବା ନିମନ୍ତେ ଆମର ପଣ ଦୃଢ଼ତର ହୋଇଛି। ଆମେ ଖୁବ୍‌ ନିକଟତର ହୋଇଛୁ, କିନ୍ତୁ ଆଗାମୀ ସମୟରେ ଆମକୁ ଆହୁରି ଦୂର ପଥ ଅତିକ୍ରମ କରିବାକୁ ପଡ଼ିବ।

ସେ କହିଲେ, ମହାକାଶ କ୍ଷେତ୍ରରେ ଆମର ପୂର୍ଣ୍ଣ ଭରସା ରହିଛି। ସର୍ବୋତ୍ତମ ସମୟ ଆସୁଛି। ନୂଆ ସୀମାନ୍ତ ଆବିଷ୍କାର କରିବାକୁ ଓ ନୂଆ ସ୍ଥାନକୁ ଯିବାର ଅଛି। ବିଶେଷ ପରିସ୍ଥିତିରେ ଆମେ ସ୍ୱାଭାବିକ ଠାରୁ ଅଧିକ ସକ୍ରିୟ ହେବା ଏବଂ ସଫଳତାର ନୂତନ ଶିଖର ଆରୋହଣ କରିବା।

ଭାରତବାସୀ ଆପଣମାନଙ୍କୁ ସହଯୋଗ କରୁଛନ୍ତି। ଜାତୀୟ ସଫଳତା ନିମନ୍ତେ ଆପଣମାନଙ୍କ ଅବଦାନ ଅବିଶ୍ୱସନୀୟ। ଆପଣ ଏଭଳି ସ୍ଥାନକୁ ଯିବାକୁ ଦୁଃସାହସ କରିଛନ୍ତି ଯେଉଁଠାକୁ ପୂର୍ବରୁ କେହି ଯାଇ ନାହାନ୍ତି। ଆମେ ବାରମ୍ବାର କଠିନ ପରିସ୍ଥିତିରେ ପଡ଼ି ମଧ୍ୟ ସ୍ୱାଭାବିକ ସ୍ଥିତିକୁ ଆସି ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଆପଣମାନଙ୍କର ଉଦ୍ୟମ ଯେମିତି ପ୍ରଶଂସନୀୟ, ଯାତ୍ରା ମଧ୍ୟ ସେମିତି। ଆମ ଟିମ୍‌ କଠିନ ପରିଶ୍ରମ କରିଛନ୍ତି।

ନୂତନ ପ୍ରତ୍ୟୁଷ ଓ ଉଜ୍ଜ୍ୱଳ ଭବିଷ୍ୟତ ଆସିବ। ଆପଣଙ୍କମାନଙ୍କ ଉଦ୍ୟମ ପାଇଁ ମୁଁ ଗର୍ବିତ। ପ୍ରତ୍ୟେକ ଅସୁବିଧା ଆମକୁ ନୂଆ କିଛି ଶିକ୍ଷାଦେଇ ଭବିଷ୍ୟତର ସଫଳତା ନିର୍ଦ୍ଧାରଣ କରେ। ସଫଳତାର ଭାଷାକୋଷ ରଖିଥିବା ଇସ୍ରୋର ଉଡ଼ାଣ ପଥରେ ବାଧା ନାହିଁ। ମୋର ସ୍ୱପ୍ନ ଏବଂ ପଣଠାରୁ ଆପଣମାନଙ୍କର ସ୍ୱପ୍ନ ଓ ପଣ ଅଧିକ ଟାଣୁଆ। ଆପଣମାନଙ୍କୁ ଭାଷଣ ଦେବାକୁ ମୁଁ ଆସିନାହିଁ, ଆପଣଙ୍କମାନଙ୍କ ଠାରୁ ପ୍ରେରଣା ପାଇବାକୁ ଆସିଛି। ମୁଁ ଆପଣମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭ ମନାସୁଛି।

ସମ୍ବନ୍ଧିତ ଖବର