PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

୨୦୧୯ରେ ଭାଇରାଲ୍ ହୋଇଥିବା ବଲିଉଡ୍ ଦମ୍ପତିଙ୍କ ଏହି ୧୦ ରୋମାଣ୍ଟିକ୍ ଫଟୋ ଆସିଲା ସାମ୍ନାକୁ, ଜଣେ ତ କିସ୍ କରି ହଙ୍ଗାମା କରିଥିଲେ…

ମୁମ୍ବାଇ ୨୮।୧୨:  ଏମିତି ଅନେକ ବଲିଉଡ୍ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ଫଟୋ ସବୁବେଳେ ସାମ୍ନାକୁ ଆସିଥାଏ। ସେଥିରୁ କିଛି ଫଟୋ ଏମିତି ବି ଅଛି ଯାହା ଲମ୍ବା ସମୟ ଧରି ଚର୍ଚ୍ଚାରେ ରହିଛି। ପ୍ରିୟଙ୍କା ଚୋପ୍ରା-ନିକ୍ ଜୋନସଙ୍କଠାରୁ ନେଇ ସାହିଦ କପୁର-ମୀରା ରାଜପୁତ ପର୍ଯ୍ୟନ୍ତ ୨୦୧୯ରେ ବଲିଉଡ଼ ଦମ୍ପତିଙ୍କ କେଉଁ ୧୦ଟି ଫଟୋକୁ ନେଇ ଜବରଦସ୍ତ ଚର୍ଚ୍ଚା ହୋଇଛି ଆସନ୍ତୁ ଜାଣିବା ।

ବିରାଟ କୋହଲୀ ଏବଂ ଅନୁଷ୍କା ଶର୍ମା ଏମାନେ ବହୁତ କ୍ୟୁଟ୍ କପଲ୍ ଏବଂ ରୋମାଣ୍ଟିକ୍। ଏମାନଙ୍କ ଫଟୋ ସବୁବେଳେ ଚର୍ଚ୍ଚାରେ ରହିଥାଏ। ତାହା ଖେଳ ଦୁନିଆକୁ ନେଇ ହେଉ କିମ୍ବା ଚଳଚ୍ଚିତ୍ର ଦୁନିଆକୁ ନେଇ ହେଉ। ସବୁବେଳେ ସବୁଠୁ ଏମାନଙ୍କ ଫଟୋକୁ ନେଇ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥାଏ। ଏହି ଫଟୋଟି ଭୁଟାନ ଭେକେସନ ଯୋଗୁଁ ସେୟାର କରିଥିଲେ। 

ଫିଲ୍ମ ଫେଷ୍ଟିଭଲରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନାସଙ୍କ ଏହି ଫଟୋ ଜବରଦସ୍ତ ଭାଇରାଲ୍ ହୋଇଥିଲା। ଏହି ଦମ୍ପତିଙ୍କ ଫଟୋ ସବୁବେଳେ ଭାଇରାଲ୍ ହୋଇଥାଏ।

କରୀନା କପୁରଙ୍କ ୩୯ତମ ଜନ୍ମଦିନରେ ସେ ସ୍ବାମୀ ସୈଫ ଅଲ୍ଲୀ ଖାନଙ୍କୁ କିସ୍ କରୁଥିବାର ନଜର ଆସିଥିଲା। ଦର୍ଶକଙ୍କୁ ଏହି ଅନ୍ଦାଜ ଖୁବ୍ ପସନ୍ଦ ଆସିଥିଲା।

ଅଭିନେତ୍ରୀ ସୋନମ କପୁର ସ୍ବାମୀ ଆନନ୍ଦ ଆହୁଜାଙ୍କ ସହିତ ମାଲଦୀବ୍ସ ଭେକେସନରେ କିଛି ନୂଆ ଆନ୍ଦାଜରେ ଫଟୋ ସେୟାର କରିଥିଲେ।

ଐଶ୍ବର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଏହି ଫଟୋ ବି ଜବରଦସ୍ତ ଭାଇରାଲ୍ ହୋଇଥିଲା। ଏହିଯୋଗୁଁ ଫଟୋର କ୍ୟାପସନ ମଧ୍ୟ ଦିଆଯାଇଥିଲା। ଐଶ୍ବର୍ଯ୍ୟା ଏହି ଫଟୋକୁ ସେୟାର କରିବା ସମୟରେ ଲେଖିଥିଲେ କି, ଏହି ଫଟୋ ତାଙ୍କ ଝିଅ ଆରାଧ୍ୟା ଉଠାଇଥିଲେ।

ପ୍ରଥମ ବିବାହ ବାର୍ଷିକ ଉତ୍ସବରେ ରଣବୀର ସିଂହ ଏବଂ ଦୀପିକା ପାଦୁକୋଣ ତିରୁପତି ବାଲାଜୀ ଯାଇଥିଲେ। ତାଙ୍କର ଏହି ଫଟୋ ଖୁବ୍ ଭାଇରାଲ୍ ହୋଇଥିଲା।

ଶାହାରୁଖ ଖାନ ପତ୍ନୀ ଗୌରୀ ଖାନଙ୍କ ସହିତ ଏହି ଫଟୋକୁ ନିଜ ବିବାହ ବାର୍ଷିକ ଉତ୍ସବରେ ସେୟାର କରିଥିଲେ।

ବଲିଉଡରେ ସବୁଠୁ ବ୍ୟସ୍ତ ରହୁଥିବା ଅଭିନେତାଙ୍କ ମଧ୍ୟରୁ ଅଭିନେତା ଆୟୁଷ୍ମାନ ଖୁରାନା ଜଣେ। କିନ୍ତୁ ତାଙ୍କୁ ଯେତେବେଳେ ଗୋଟିଏ ସୁଯୋଗ ମିଳିଲା ସେ ତାହାକୁ  ହାତଛଡ଼ା କରିନଥିଲେ। ସୁଯୋଗ ଦେଖି ପତ୍ନୀ ତାହିରା କଶ୍ୟପଙ୍କୁ ନେଇ ଅଷ୍ଟ୍ରେଲିଆ ଯାଇଥିଲେ। ସେହି ସମୟରେ ଏହି ଫଟୋଟି ଖୁବ୍ ଭାଇରାଲ୍ ହୋଇଥିଲା।

ସାହିଦ କୁପରଙ୍କ ପତ୍ନୀ ମୀରା ରାଜପୁତ ଏହି ସୁନ୍ଦର ଫଟୋକୁ ନିଜ ବିବାହ ବାର୍ଷିକ ଉତ୍ସବରେ ସେୟାର କରିଥିଲେ।

ଫରହାନ ଅଖତାର ଏବଂ ଶିବାନୀ ବହୁତ ଦିନ ଧରି ନିଜ ରିଲେସନସିପକୁ ଲୁଚାଇ ରଖିଥିଲେ। କିନ୍ତୁ ଫରହାନଙ୍କ ଜନ୍ମଦିନରେ ଏହି ଫଟୋ ସେୟାର କରି ହଙ୍ଗାମା ସୃଷ୍ଟି କରିଦେଇଥିଲେ। ଏହି ଫଟୋ ବି ଜବରଦସ୍ତ ଭାଇରାଲ୍ ହୋଇଥିଲା।

ସମ୍ବନ୍ଧିତ ଖବର