ଏହି ୫ ରାଜ୍ଯରେ ଏପର୍ଯ୍ଯନ୍ତ ଲାଗୁ ହୋଇନି ନୂଆ ଟ୍ରାଫିକ୍ ନିୟମ

ନୁଆଦିଲ୍ଲୀ ୨/୯: ୧ ସେପ୍ଟେମ୍ବରରୁ ସାରା ଦେଶରେ ନୂଆ ମୋଟର ଅଧିନିୟମ ଲାଗୁ ହୋଇଯାଇଛି । ଏଥିରେ ଯାତାୟତର ନିୟମ ଉଲ୍ଲଙ୍ଘନକାରୀଙ୍କୁ ୧୦ ଗୁଣା ଜୋରିମାନା ଲଗାଯିବାର ନିୟମ କରାଯାଇଛି । ସରକାରଙ୍କ ଅନୁସାରେ ଏହା ଫଳରେ ଲୋକମାନେ ସଚେତନ ହେବେ ଏବଂ ନିୟମର ପାଳନ କରିବେ । କିନ୍ତୁ ଏହି ନିୟମ ପାଇଁ ବିବାଦ ଆରମ୍ଭ ହୋଇଯାଇଛି । ୨୪ ଘଣ୍ଟା ବିତିଯିବା ପରେ ମଧ୍ଯ ମଧ୍ୟ ପ୍ରଦେଶ, ରାଜସ୍ଥାନ, ଗୁଜରାତ, ପଞ୍ଜାବ ଓ ପଶ୍ଚିମବଙ୍ଗରେ ଏହି ନିୟମ ଲାଗୁ ହୋଇନାହିଁ । ଜୋରିମାନାର ରାଶି ବଢିଥିବା ଯୋଗୁଁ ରାଜ୍ଯ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଗୁଜରାତ ସରକାରଙ୍କ କହିବାନୁସାରେ  ସେ ଆରଟିଓ ସହିତ ଆଲୋଚନା କରି ଏହି ନିଷ୍ପତ୍ତି ନେବେ ।

ମଧ୍ୟପ୍ରଦେଶରେ କମଲନାଥ ସରକାରଙ୍କ ମନ୍ତ୍ରୀ ପିସି ଶର୍ମା ରବିବାର କହିଛନ୍ତି ଯେ ରାଜ୍ଯରେ ୧ ସେପ୍ଟେମ୍ବରରୁ ନୂଆ ନିୟମ ଲାଗୁ ହେବନି । ଶର୍ମା କହିଛନ୍ତି କେନ୍ଦ୍ର ଯାତାୟତ ନିୟମକୁ ଉଲ୍ଲଙ୍ଘନ କରିବା ଉପରେ ଭାରୀ ଜୋରିମାନା ଲଗାଇଛନ୍ତି । ରାଜ୍ଯ ସରକାର ଚର୍ଚ୍ଚା ପରେ ଏହାକୁ ଲାଗୁ କରିବେ । ଏହି କାରଣରୁ ସମ୍ବନ୍ଧିତ ବିଭାଗର ପ୍ରମୁଖ ସଚିବଙ୍କୁ କୁହାଯାଇଛି ଯେ ସେ ନୂଆ ନିୟମର ଅଧ୍ଯୟନ କରନ୍ତୁ ଏବଂ ଜୋରିମାନାର ରାଶି କମାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରନ୍ତୁ ।

ପଞ୍ଜାବରେ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ନିଜ ରାଜ୍ଯରେ ନୂଆ ଅଧିନିୟମ ଲାଗୁ କରିନାହାଁନ୍ତି । ଟ୍ରାଫିକ୍ ପୋଲିସ ନିକଟରେ ଏହାକୁ ନେଇ କୌଣସି ନୋଟିଫିକେସନ୍ କପି ପହଞ୍ଚିନାହିଁ । ଆଦେଶ ଲାଗୁ ହେବାର ପ୍ରଥମ ଦିନରେ ପୋଲିସ ୧୪୦ ଲୋକଙ୍କ ଚାଲାଣ କାଟିଛି । ଏଥିରେ ନାବାଳକ ମଧ୍ୟ ସାମିଲ ଅଛନ୍ତି । ଟ୍ରାଫିକ୍ ଇନଚାର୍ଜଙ୍କ କହିବାନୁସାରେ ଟ୍ରାଫିକ୍ ନିୟମରେ ଜୋରିମାନା ବଢାଇବା ସୂଚନା ମିଳିଛି କିନ୍ତୁ ଚାଲାଣ ବୁକରେ ଏହାକୁ ନେଇ କିଛି ନୂଆ ନୋଟିଫିକେସନ୍ ଆସିନି । ନୂଆ ନୋଟିଫିକେସନ୍ ଆସିବା ପରେ ସେହି ଅନୁସାରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ।

ଗୁଜରାତରେ ବିଜେପି ସରକାର ମଧ୍ଯ ରାଜ୍ଯରେ ନୂଆ ଟ୍ରାଫିକ୍ ନିୟମ ଲାଗୁ କରିନାହାଁନ୍ତି । ରାଜ୍ଯର ମୁଖ୍ଯମନ୍ତ୍ରୀ ବିଜୟ ଋପାଣୀ କହିଛନ୍ତି ଯେ ସେ ଆରଟିଓ ସହିତ ଆଲୋଚନା କରିବା ପରେ ଏହାକୁ ଲାଗୁ କରିବେ । ପରିବହନ ବିଭାଗ ତରଫରୁ ଏହାକୁ ନେଇ ଏପର୍ଯ୍ଯନ୍ତ କୌଣସି ନୋଟିଫିକେସନ୍ ଜାରି ହୋଇନି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୋରିମାନାର ମୋଟା ରାଶି ଏବଂ ଦଣ୍ଡ ବିଧାନ ଉପରେ ଆଲୋଚନା ହେବା ପରେ ନିଷ୍ପତ୍ତି ନିଆଯିବ । ଏକ ସପ୍ତାହ ମଧ୍ୟରେ ମନ୍ତ୍ରିମଣ୍ଡଳ ଓ ଅଧିକାରୀଙ୍କ ସହିତ ବୈଠକ ହେବା ପରେ ନିଷ୍ପତ୍ତି ନିଆଯିବ ।

ରାଜସ୍ଥାନର ପରିବହନ ମନ୍ତ୍ରୀ ପ୍ରତାପ ସିଂହ ଖାଚାରିୟାବାସ କହିଛନ୍ତି ଯେ ରାଜ୍ଯରେ ଟ୍ରାଫିକ୍ ନିୟମରେ ପରିବର୍ତ୍ତନ ଆଇନ୍ ଲାଗୁ ହୋଇଯାଇଛି କିନ୍ତୁ ଆମକୁ ଲାଗୁଛି ଯେ ଜୋରିମାନା ରାଶି ସୀମା ବହିର୍ଭୁତ ହୋଇଯାଇଛି । ଏହି ମାନ୍ଦା ଅବସ୍ଥା ସମୟରେ ଅଧିକାଂଶ ଲୋକଙ୍କ ପାଖରେ ପଇସା ନାହିଁ । ୨ ବେଳା ରୁଟି ଯୋଗାଡ କରିବା କଷ୍ଟକର ହୋଇପଡୁଛି । ଏଭଳି ପରିସ୍ଥିତିରେ ଭାରୀ ଜୋରିମାନା ଲଗାଇବା ଠିକ୍ ହେବନି ।

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳକଂଗ୍ରେସ ସରକାର ପୂର୍ବରୁ ହିଁ ଏହି ନିୟମ ମାନିବାକୁ ମନା କରିଦେଇଥିଲେ । ରାଜ୍ଯ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଆମେ ପୂର୍ବରୁ ହିଁ ରାଜ୍ଯରେ ଏହି ନିୟମ ମାନିବାକୁ ମନା କରୁଥିଲୁ । କେନ୍ଦ୍ର ସରକାର ଯେତେବେଳେ ଏହି ସଂଶୋଧନକୁ ଆଇନ ପ୍ରସ୍ତୁତ କରୁଥିଲେ ଆମେ ସେତେବେଳେ ଆମେ ଏହାକୁ ବିରୋଧ କରିଥିଲୁ । ଏଥିରେ ଜୋରିମାନା ରାଶିକୁ ୧୦ ଗୁଣା କରିଦିଆଯାଇଛି । ଏହାକୁ ଆମେ ଦୃଢ ବିରୋଧ କରୁଛୁ ।

   ସମ୍ବନ୍ଧିତ ଖବର


ଖଇନି ଖାଇବାର ନିଶା: ଅଧାବାଟରେ ଟ୍ରେନର ଚେନ୍ ଟାଣି କିଣିବାକୁ ଗଲେ ଯାତ୍ରୀ, ଧରାପଡିବା ପରେ…

ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ