ଚିରା-ଫଟା ନୋଟକୁ ବଦଳାଇବାର ଏହା ହେଉଛି ସହଜ ଉପାୟ, ଉଠାନ୍ତୁ ଲାଭ

ନୂଆଦିଲ୍ଲୀ,୩୦।୪: ଆରବିଆଇର ନିୟମ ଅନୁସାରେ ୩ ପ୍ରକାର ନୋଟ୍ ବଦଳାଇ ହେବ। ପ୍ରଥମେ ହେଲା ଯେଉଁ ନୋଟର ରଙ୍ଗ ଉଡିଯାଇଛି, ଦ୍ବିତୀୟରେ ଯେଉଁ ନୋଟ୍ ଫାଟି ଯାଇଛି କିମ୍ବା ଚିରିକି ଖଣ୍ଡ ହୋଇଯାଇଛି। ତୃତୀୟରେ ମିସ୍ ମ୍ୟାଚ୍ ରହିଛି। ଅର୍ଥାତ ଦୁଇଟି ନୋଟର ଅଲଗା ଅଲଗା ଖଣ୍ଡକୁ ଯୋଡି ଭୁଲ ପ୍ରିଣ୍ଟର ନୋଟ୍ ହୋଇଯାଇଛି। ଏଭଳି ଖରାପ ସ୍ଥିତିର ନୋଟ୍, ଯାହାର ନମ୍ବର ପଢିବା ସମ୍ଭବ ନୁହେଁ ତାକୁ ବ୍ୟାଙ୍କ ବଦଳାଇବାକୁ ମନା କରିଦେଇଥାନ୍ତି।

ନୋଟରେ ଲେଖିବା ମନା:ଏଠାରେ କହି ରଖୁଛୁ ଯେ, ଆରବିଆଇର ନିୟମ ଅନୁସାରେ ନୋଟ୍ ଉପରେ ଯଦି କିଛି ଲେଖା ଯାଇଛି ତେବେ ତାହା ଯଦିଓ ଗ୍ରହଣ କରାଯିବ। କିନ୍ତୁ ଯଦି କୌଣସି ରାଜନୈତିକ ଦଳ ସମ୍ପର୍କିତ ଲେଖା ରହିଛି ତେବେ ଏହାକୁ ଲିଗାଲ ଟେଣ୍ଡର ବୋଲି ମନେକରାଯିବ ନାହିଁ।

କିଭଳି ବଦଳିବେ ନୋଟ୍: କୌଣସି ବ୍ୟାଙ୍କର ବ୍ରାଞ୍ଚରେ ଯାଇ ନୋଟ୍ ବଦଳାଇ ପାରିବେ। ଏଥିପାଇଁ ଆପଣ ଆରବିଆଇ କାର୍ଯ୍ୟାଳୟ ମଧ୍ୟ ଯାଇପାରନ୍ତି। ପ୍ରତି ବ୍ୟାଙ୍କରେ ପୁରୁଣା, କଟା କିମ୍ବା ମୋଡି ହୋଇଯାଇଥିବା ନୋଟ୍ ଗ୍ରହଣ କରିବେ। ଏଥିପାଇଁ ଆପଣ ନିକଟସ୍ଥ ବ୍ୟାଙ୍କର ଶାଖାକୁ ଯାଆନ୍ତୁ। ସେଥିପାଇଁ କୌଣସି ବ୍ୟାଙ୍କର ଗ୍ରାହକ ହେବା ଜରୁରୀ ନୁହେଁ। ତେବେ ଏହି କଥାକୁ ଧ୍ୟାନ ଦିଅନ୍ତୁ ଯେତେବେଳେ ଆପଣ ୨୦ଟିରୁ ଅଧିକ ନୋଟ୍ ବଦଳାଇବାର ଥିବ। କିଛି ଦୋକାନ କଟା-ଚିରା ନୋଟକୁ ବଦଳାଇ ନଥାନ୍ତି। କିନ୍ତୁ ତାଙ୍କର କମିଶନ ଅଧିକ ରହିଥାଏ।

କେଉଁ ନୋଟ୍ ବଦଳାଇ ହେବ ନାହିଁ: କେତେକ ସ୍ଥିତିରେ ନୋଟକୁ ବଦଳାଇ ହେବା ସମ୍ଭବ ନୁହେଁ। ଆରବିଆଇର ନିମୟ ଅନୁସାରେ ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିବା, ଖଣ୍ଡ-ବିଖଣ୍ଡିତ ହେବାର ସ୍ଥିତିରେ ଥିବା ନୋଟ୍ ବଦଳାଇବା ସମ୍ଭବ ନୁହେଁ। ଏଭଳି ନୋଟ୍ ଆରବିଆଇର ଇସ୍ୟୁ ଅଫିସରେ ହିଁ କେବଳ ଯାଇହେବ। ଏହା ସହ ଯେଉଁ ନୋଟରେ ସ୍ଲୋଗାନ କିମ୍ବା ରାଜନୈତିକ ବାର୍ତ୍ତା ରହିଛି, ତାହାକୁ ବ୍ୟବହାର କରାଯାଇନଥାଏ। ଏହାଛଡା ଯଦି ବ୍ୟାଙ୍କ ଅଧିକାରୀଙ୍କୁ ଲାଗୁଛି ଆପଣ ଜାଣିଶୁଣି ନୋଟ୍ ଚିରିଦେଇଛନ୍ତି କିମ୍ବା କାଟି ଦେଇଛନ୍ତି, ତେବେ ସେ ଆପଣଙ୍କ ନୋଟ୍ ବଦଳାଇବାକୁ ମନା କରିପାରନ୍ତି।

   ସମ୍ବନ୍ଧିତ ଖବର


ଘରେ ବସି ଗୋଟିଏ ମିସ୍‌ଡ କଲରେ ଚେକ୍‌ କରନ୍ତୁ PF ଖାତା

ବିଶ୍ୱର ସବୁଠୁ ଦାମୀ ହ୍ୟାଣ୍ଡବ୍ୟାଗ୍‌ ପ୍ରଦର୍ଶନ କଲା ‘ବୋରିନି ମିଲାନେସି’,ଏହା ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ବିପଦ: ଖରା ଯୋଗୁଁ ବାହାରକୁ ବାହାରିବେନି କର୍ମଚାରୀ, ଜିଡିପିରୁ ପ୍ରାୟ ୧୯ ଲକ୍ଷ କୋଟି ସଂକୁଚିତ ହେବ

ଦେଶର ଡ୍ରପ୍‌ଆଉଟ୍‌ କୋଟିପତି, ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ…

ପେନ୍‌ସନଭୋଗୀଙ୍କ ପାଇଁ ଖୁସି ଖବର: ଜୀବନ ପ୍ରମାଣପତ୍ର ଦାଖଲ ଅବଧି ବଢ଼ିଲା

PNB ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା : ୧ ଡିସେମ୍ୱରରୁ ବଦଳିବ ଟଙ୍କା ଉଠାଇବାର ନିୟମ