କରୋନା ଲକଡାଉନ୍ ମଧ୍ୟରେ ସାଧାରଣ ନାଗରିକଙ୍କ ପାଇଁ ଭଲ ଖବର ! ଶସ୍ତା ହେଲା ଏହିସବୁ ସାମଗ୍ରୀ

ନୂଆଦିଲ୍ଲୀ ୪/୬: କରୋନା ମହାମାରୀ ମଧ୍ୟରେ ସାଧାରଣ ଲୋକଙ୍କୁ ଦରବୃଦ୍ଧିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଦୈନନ୍ଦିନ ଜୀବନରେ ବ୍ୟବହୃତ ସାମଗ୍ରୀର ଦାମ୍ ହ୍ରାସ ପାଇଛି । ମନିକଣ୍ଟ୍ରୋଲର ଖବର ଅନୁସାରେ ଗତ ୧ ମାସରେ ଜରୁରୀ କମୋଡିଟି ଯଥା ଚାଉଳ, ଅଟା, ଡାଲି, ଆଳୁ, ପିଆଜର ଦାମରେ ହ୍ରାସ ଦେଖିବାକୁ ମିଳିଛି । କଞ୍ଜ୍ୟୁମର ଅଫେୟର ମନ୍ତ୍ରାଳୟ ପ୍ରାଇସ୍ ମନିଟରିଂ ସେଲ୍ ଆକଳନ ଅନୁସାରେ ୧୧୪ ଟଙ୍କା ପ୍ରତି କିଲୋ ମିଳୁଥିବା ବିରି ଦାମ୍ ୧୦୮ ଟଙ୍କା ପ୍ରତି କିଲୋ ପହଞ୍ଚି ଯାଇଛି । ସେହିଭଳି ମୁଗ ଡାଲି ଦାମ୍ ଗତ ୧ ମାସରେ ୫ ଟଙ୍କା ପ୍ରତି କିଲୋ ହ୍ରାସ ଦେଖିବାକୁ ମିଳିଛି । ୩୧ ଟଙ୍କା ପ୍ରତି କିଲୋ ମିଳୁଥିବା ଟମାଟୋ ଦାମ୍ ମଧ୍ୟ ୧୨ ଟଙ୍କା ହ୍ରାସ ପାଇଛି ।

ଶସ୍ତା ହେଲା ପରିବା, ଡାଲି ଓ ଅଟା
କରୋନା ସଙ୍କଟ ମଧ୍ୟରେ ଖାଇବା ପିଇବାର ଜରୁରୀ ସାମଗ୍ରୀର ଦାମରେ ହ୍ରାସ ପାଇବା ଜାରି ରହିଛି । କଞ୍ଜ୍ୟୁମର ଅଫେୟର ମନ୍ତ୍ରାଳୟ ପ୍ରାଇସ୍ ମନିଟରିଂ ସେଲ୍ ଆକଳନ ଅନୁସାରେ ଗତ ୧ ମାସରେ ଦାମରେ ହ୍ରାସ ଦେଖିବାକୁ ମିଳିଛି ।

ଅଟା, ଡାଲି, ଚାଉଳ, ଖାଇବା ତେଲ, ଆଳୁ, ପିଆଜ, ଟମାଟୋ ଶସ୍ତା ହୋଇଛି । ୨୯ ଟଙ୍କା ପ୍ରତି କିଲୋ ଥିବା ଚାଉଳ ୧ ମାସରେ ୨ ଟଙ୍କା ଶସ୍ତା ହୋଇ ୨୭ ଟଙ୍କା ପ୍ରତି କିଲୋ ହୋଇଯାଇଛି । ଯଦିଓ ୨୮ ଟଙ୍କା ପ୍ରତି କିଲୋ ଅଟା ଦାମ୍ ୧ ମାସରେ ହ୍ରାସ ପାଇ ୨୭ ଟଙ୍କାକୁ ଆସିଯାଇଛି । ସେହିଭଳି ୧୦୬ ଟଙ୍କା ପ୍ରତି କିଲୋ ଦାମରେ ମିଳୁଥିବା ହରଡ ଡାଲି ଦାମ୍ ମଧ୍ୟ ଗୋଟିଏ ମାସରେ ହ୍ରାସ ପାଇ ୧୦୧ ଟଙ୍କା ପ୍ରତି କିଲୋକୁ ଆସିଯାଇଛି ।

କାହିଁକି ହେଲା ଶସ୍ତା
ଚଳିତ ବର୍ଷ ଫସଲ ଭଲ ଉତ୍ପାଦନ ହୋଇଛି । କରୋନା ସଙ୍କଟ ଯୋଗୁଁ ଅର୍ଥବ୍ୟବସ୍ଥାରେ ଆସିଥିବା ମାନ୍ଦାବସ୍ଥା ଯୋଗୁଁ ଚାହିଦାରେ ହ୍ରାସ ଦେଖିବାକୁ ମିଳିଛି । ଅନ୍ୟପଟେ ଫସଲର ଏକ୍ସପୋର୍ଟ ବନ୍ଦ ହେବା ଯୋଗୁଁ ମଧ୍ୟ ଦାମରେ ହ୍ରାସ ଦେଖାଦେଇଛି ।

   ସମ୍ବନ୍ଧିତ ଖବର


ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

ମାଗଣାରେ ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌ ! ଦେଖନ୍ତୁ IRCTC-SBIର ଏହି ସ୍କିମ୍‌ରେ କଣ ରହିଛି

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….