PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ମଙ୍ଗଳର ପ୍ରଥମ ଚଳନ ପରେ ଏହି ୩ ଗ୍ରହ କରୁଛନ୍ତି ରାଶି ପରିବର୍ତ୍ତନ, ମାତ୍ର ୫ ରାଶିର ଲୋକଙ୍କ ଭାଗ୍ୟ ଚମକିବ

ନୂଆଦିଲ୍ଲୀ ୬/୧୨: ୨୦୨୧ ମସିହାରେ ଶେଷ ମାସ ଡିସେମ୍ବର ଆରମ୍ଭ ହୋଇଯାଇଛି । ନୂଆ ବର୍ଷର ଆଗମନକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି । ୨୦୨୨କୁ ନେଇ ସମସ୍ତେ ଆଶାବାଦୀ ଅଛନ୍ତି । କିନ୍ତୁ ତା ପୂର୍ବରୁ ଚଳିତ ମାସରେ ୪ ବଡ ଗ୍ରହଙ୍କ ରାଶି ପରିବର୍ତ୍ତନ ଲୋକଙ୍କ ଜୀବନରେ ଅନେକ ଜୁଆର ଭଟ୍ଟା ଆଣିବ । ତେବେ ଏହି ଗ୍ରହମାନଙ୍କ ଚଳନ ୫ ରାଶିର ଲୋକଙ୍କ ପାଇଁ ଅତି ଶୁଭ ହେବାକୁ ଯାଉଛି ।

୨୦୨୧ ମସିହାର ଶେଷ ମାସ ଡିସେମ୍ବରର ଆରମ୍ଭରେ ମଙ୍ଗର ବିଛା ରାଶିରେ ଚଳନ ହୋଇସାରିଛି । ମଙ୍ଗଳ ଗ୍ରହ ୫ ଡିସେମ୍ବରରେ ରାଶି ପରିବର୍ତ୍ତନ କରିସାରିଛି । ଏହାର ୩ ଦିନ ପରେ ଅର୍ଥାତ୍ ୮ ଡିସେମ୍ବରରେ ଶୁକ୍ର ନିଜ ଚଳନ ବଦଳାଇ ମକର ରାଶିରେ ପ୍ରବେଶ କରିବ । ୧୦ ଡିସେମ୍ବରରେ ବୁଧର ଧନୁ ରାଶିରେ ଚଳନ ହେଉଛି ।

୧୬ ଡିସେମ୍ବରରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରି ଧନୁରେ ପ୍ରବେଶ କରିବ ଯାହା ବୁଧ ସହିତ ମିଶି ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି କରିବ । ଏହା ପରେ ୧୯ ଡିସେମ୍ବରରେ ଶୁକ୍ର ମକର ରାଶିରେ ବକ୍ରି ହୋଇଯିବ ଅର୍ଥାତ୍ ନିଜ ବଙ୍କା ଚଳନ ଆରମ୍ଭ କରିବ । ବୁଧ ମଧ୍ୟ ୨୯ ଡିସେମ୍ବରରେ ଧନୁରୁ ବାହାରି ମକର ରାଶିରେ ଗୋଚର କରିଯିବ ଏବଂ ପରେ ୩୦ ଡିସେମ୍ବରରେ ଶୁକ୍ର ବକ୍ରି ଗତିରେ ଚଳନ ହୋଇ ପୁଣି ଧନୁ ରାଶିରେ ବକ୍ରି ହେବ । ଆସନ୍ତୁ ଜାଣିବା ଡିସେମ୍ବରରେ ଗ୍ରହଙ୍କ  ଚଳନରେ କେଉଁ ୫ ରାଶିର ଲାଭ ହେବ…

ମେଷ- ମେଷ ରାଶିର ଲୋକଙ୍କ ପାଇଁ ଡିସେମ୍ବର ମାସ ଶୁଭ ରହିବ । ଏହି ରାଶିର ଲୋକମାନେ କ୍ୟାରିୟର ଏବଂ ବ୍ୟବସାୟରେ ଭଲ ଫଳ ପାଇବେ । ମନୋକାମନା ପୂର୍ଣ୍ଣ ହେବ । ପୁରୁଣା ବିବାଦ ସମାଧାନ ହେବ ।

ମିଥୁନ- ଆଧ୍ୟାତ୍ମିକ ଗତିବିଧି ବଢିବ । ଯାତ୍ରାର ଯୋଗ ସୃଷ୍ଟି ହେଉଛି । ଭାଗ୍ୟର ମଧ୍ୟ ସହଯୋଗ ଆପଣଙ୍କୁ ମିଳିବ । ଏହା ଫଳରେ ବ୍ୟକ୍ତିଗତ ଜୀବନରେ ଭଲ ଫଳ ମିଳିବା ସହିତ ସୁଖ ଶାନ୍ତି ଭରିଯିବ । ଧାର ଦେଇଥିବା ପଇସା ଫେରସ୍ତ ପାଇବେ ।

ସିଂହ- ବ୍ୟବସାୟରେ ଲାଭ ମିଳିବ । ଯଦି ଜୀନବରେ ଅସୁବିଧା ଚାଲିଛି ତେବେ ଏହି ମାସରେ ସବୁ ଠିକ୍ ହୋଇଯିବ । ସାମାଜିକ ସ୍ତରରେ ମଧ୍ୟ ମାନ ସମ୍ମାନ ପ୍ରାପ୍ତି ହେବ ।

ଧନୁ- ଏହି ମାସରେ କାମରେ ବ୍ୟସ୍ତତା ରହିବ କିନ୍ତୁ ଆପଣଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ଶୁଭ ପରିଣାମ ପ୍ରାପ୍ତ ହେବ । ପାରିବାରିକ ଜୀବନରେ ମଧ୍ୟ ସୁଖଦ ପରିଣାମ ଆପଣଙ୍କୁ ମିଳିବ । ଏହି ମାସରେ ଲାଭର ସଙ୍କେତ ମଧ୍ୟ ମିଳୁଛି ।

କୁମ୍ଭ- ପରିଶ୍ରମ ଅନୁସାରେ ଫଳ ପାଇବେ । ଯଦି କେଉଁଠି ପଇସା ନିବେଶ କରିଛନ୍ତି ତେବେ ଆପଣଙ୍କୁ ସମ୍ପୂର୍ଣ୍ଣ ଲାଭ ମିଳିବ । ପାଖ ସମ୍ପର୍କୀୟଙ୍କଠୁ ଧନ ଲାଭ ହେବାର ସମ୍ଭାବନା ରହିଛି ।