ଏହି ଚାରୋଟି ଖ୍ୟାଦ ଖରାପ କରିପାରେ ଆପଣ ପେଟ ଓ ହଜମ ଶକ୍ତି

ଅନେକ ସମୟରେ କିଛି ଖାଦ୍ୟ ଖାଇଲେ ପେଟ କାଟିଥାଏ । ଏହା ସହ ହାକୁଟି ବି ହୋଇଥାଏ । କେତେ ଜଣଙ୍କର ଛାତି ଜଳାପୋଡା କରେ । କେତେ ବେଳେ ଏହା ଅଧିକ ହୋଇ ବାନ୍ତି ବି ହୋଇଥାଏ । ଏହାକୁ ଅମ୍ଲ ଦୋଷ ବା ଏସିଡିଟି କେହି କେହି ଗ୍ୟାସ ଦୋଷ ବୋଲି କହିଥାଆନ୍ତି ।ଏକ ଗବେଷଣାରେ ତେଲ ମସଲା ଓ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଅଧିକ ଖାଇଲେ କିମ୍ବା ଆଧିକ ସମୟର ଭୋକରେ ରହିଲେ ଅମ୍ଳ ଦୋଷ ହୋଇଥାଏ ବୋଲି ଜଣା ପଡିଛି । କେବଳ ସେତିକି ନୁହେଁ ଅଧିକ ପନିପରିବା ଖାଇଲେ ଓ ପାଣି ପିଇଲେ ଏଥିରୁ ଅନେକାଂଶରେ ମୁକ୍ତି ମିଳିବ ।

ହେଲେ ଏପରି କେତକ ଖାଦ୍ୟ ରହିଛି ଯାହାକୁ ଆପଣଙ୍କ ପେଟ ସମ୍ଭାଳି ପାରେନି । ଏହ ଖାଦ୍ୟା ଖାଇଲେ ଅଧିକ ଏସିଡିଟି ହୋଇଥାଏ ।
୧-ତେଲରେ ଛଣା ବା ଅଧିକ ତେଲିଆ ଖାଦ୍ୟ
ତେଲରେ ଛଣା ଖାଦ୍ୟ ଅଧିକ ଏସିଡିଟି ହୋଇଥାଏ । ଏହା ପେଟ ପାଇଁ ସବୁଠାରୁ ଅଧିକ ଖରାପ । ଏହାକୁ ଖାଇଲେ ପ୍ରବଳ ଏସିଡିଟି ହୋଇଥାଏ । ଏହାକୁ ହଜମ କରିବା କଷ୍ଟକର । ଏଥିପାଇଁ ଯକୃତ ବା ଲିଭର ଉପରେ ଚାପ ପଡିଥାଏ । ଯେଉଁମାନଙ୍କର ଲିଭର ବା ଯକୃତ ସମସ୍ୟା ଥାଏ ସେମାନଙ୍କୁ ଅଧିକ ତେଲଛଣା ଓ ତେଲିଆ ଖାଦ୍ୟ ଖାଇବା ପାଇଁ ମନା କରାଯାଏ। ଏହା ବୋଲି ନୁହେଁ ଯେ ପୁରା ତେଲ ଖାଇବା ଛାଡିଦେବ । ଅଳ୍ପ ପରିମାଣରେ ତେଲ ଖାଇବା ଶରୀର ପାଇଁ ଆବଶ୍ୟକ । ମାତ୍ର ଅଧିକ ପରିମାଣରେ ତେଲ ଛଣା ବା ତେଲିଆ ଜିନିଷ ଖାଇବା ଖରାପ । ତେଲିଆ ଜିନିଷରେ ସାଚ୍ୟୁରେଟେଟ୍ ଫ୍ୟାଟ ଓ ଟ୍ରାନସ୍‌ ଫ୍ୟାଟ ଥାଏ ଏହା ଶରୀର ଓ ରକ୍ତ ସଞ୍ଚାଳନ ପାଇଁ ବି ଖରାପ । ପାକସ୍ତଳୀ ପାଇଁ ବି ଏହା ଖରାପ ।
୨- ଯେଉଁ ଖାଦ୍ୟରେ ଅଧିକ ଆଣ୍ଟି ବାଓଟିକ୍ ବ୍ୟବହାର କରାଯାଇଥା ଏ।
ଏବେ କେତେକ ଖାଦ୍ୟ ଉତ୍ପାଦନ ପାଇଁ ଆଣ୍ଟିବାଓଟିକ୍‌ ର ବ୍ୟାବହାର କରାଯାଉଛି। ଏହା ମଧ୍ୟରୁ ଗୋଟିଏ ହେଉଛି ବଏଲର୍‌ ଚିକେନ୍‌ । ଚିକେନ୍‌ ଚିଆଁଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହ ଅଧିକ ମୋଟା କରିବା ପାଇଁ ଆଣ୍ଟିବାଓଟିକ୍‌ ଦିଆଯାଉଛି । ଏହି କାରଣରୁ ଶରୀରେ ଆଣ୍ଟି ବାଓଟିକ୍‌ ରେଜିଷ୍ଟାଂସ ହୋଇଯାଉଛି । କେବଳ ସେତିକି ନୁହେଁ କେତକ ଫାର୍ମ ଛେଳି ମେଣ୍ଢା ଙ୍କୁ ମଧ୍ୟ ଏହି ଆଣ୍ଟିବାଓଟିକ୍‌ ଦିଆଯାଉଛି । ଏମାନଙ୍କ ମାଂସ ଖାଇବା ଶରୀର ପକ୍ଷେ କ୍ଷତି କାରକ । କେବଳ ସେତିକ ନୁହେଁ ଆଣ୍ଟିବାଓଟିକ୍‌ ବ୍ୟବହାର କରାଯାଉଥିବା ଦୁଗ୍ଧ ଜାତ ପଦାର୍ଥ ମଧ୍ୟ କେତକାଂଶରେ ଶରୀର ପକ୍ଷେ କ୍ଷତି କାରକ । ଏଙାକୁ ମଧ୍ୟ ହଜମ କରିବା ପାଇଁ କଷ୍ଟ ହୋଇଥାଏ ।

୩-ଅଧିକ FODMAP ବା ଫୋଡ ମାପ୍‌ ଥିବା ଖାଦ୍ୟ
ଅଧିକ FODMAP ବା ଖାଦ୍ୟ ଖାଇଲେ ଦେହ ପାଇଁ ଖରାପ । ଏହା ଖରାପ ହୋଇଥାଏ । ଆବିଏସ୍‌ ବା ଇରେଟ୍‌ବଲ୍‌ ବାଓଲ ସିଣ୍ଡ୍ରୋମ ହୋଇଥାଏ । ଅଧିକ ଫ୍ରୁଟୋଜ ଥିବା ଖାଦ୍ୟ , ପାଉଁରୁଟି ବା ବ୍ରେଡ୍‌ , ପିଆଜ ଓ ରସୁଣ ଅଧିକ ଖାଇବା ଖରାପ । ଅନେକ ଫଳ ଯେପରିକି ଆମ୍ବ, ଚେରି, ଆପ୍ରିକୋଟ, , ଫରମେଣ୍ଟେଡ୍‌ ଫୁ଼ଡ୍‌ ଖାଇଲେ ହଜମ ହୋଇ ନପାରିବାରୁ ଅନେକ ସମସ୍ୟା ସୃଷ୍ଟି ହୋଇଥା ଏ ।

ମାଂସ ଏବଂ ଦୁଗ୍ଧଜାତ ଖାଦ୍ୟ –

ଅଧିକ ପରିମାଣରେ ମାଂସ ଖାଇଲେ ଶରୀର ପାଇଁ ଖରାପ ହୋଇଥାଏ । ଏଥିରେ ଶରୀରକୁ ଅନେକ ପ୍ରକାରର ବ୍ୟାକ୍ଟେରିଆ ଯିବାର ସମ୍ଭାବନା ଥାଏ । କେବଳ ସେତିକି ନୁହଁ ପେଟରେ ବା ପାକିସ୍ତଳୀରେ କ୍ୟାନସର କରିବାର ସମ୍ଭାବନା ରହିଥାଏ । ମାଂସ ଅଧିକ ଖାଉଥିଲେ ଏହାକୁ କମ୍‌ ଖାଇବା ପାଇଁ ଚେଷ୍ଟା କରନ୍ତୁ । ଆଜି କାଲି ପଶୁମାନଙ୍କୁ ମୋଟା କରିବା ପାଇଁ ଓ ଅଧିକ କ୍ଷୀର ଦେବା ପାଇଁ ବିଭିନ୍ନ ପ୍ରକାର ଔଷଧ ଦବ୍ୟହାର କରାଯାଉଛି । ଯାହା ମଣିଷ ପାଇଁ କ୍ଷତି କାରକ ।

   ସମ୍ବନ୍ଧିତ ଖବର


ଯାତ୍ରା ସମୟରେ ବାନ୍ତି ହେଉଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର , ତୁରନ୍ତ ସମସ୍ୟାରୁ ମୁକ୍ତି ପାଇବେ

ମୋବାଇଲ ନମ୍ବର ନଥିଲେ ଆଧାରକାର୍ଡରେ ହୋଇପାରିବନି କିଛି ବି ପରିବର୍ତ୍ତନ, ଏମିତି ସହଜରେ କରନ୍ତୁ ଅପଡେଟ୍

ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…

କ୍ରିଷ୍ଟାଲ୍ ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ ଏହାର ସଠିକ୍‌ ବ୍ୟବହାର

ଆଜିଠୁ ଶାରଦୀୟ ନବରାତ୍ରି ଆରମ୍ଭ, ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ଘଟ ସ୍ଥାପନା

ମାତ୍ର ୩୦୦ ଟଙ୍କାରେ କାରକୁ ରଖନ୍ତୁ ସୁରକ୍ଷିତ