PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଜୁନ୍‌ ୧ରୁ ବଦଳିଯିବ ଏହି ସବୁ ନିୟମ, ଲୋକଙ୍କ ପକେଟ ଏବଂ ଜୀବନ ଉପରେ ସିଧାସଳଖ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ ୩୦/୦୫: ଜୁନ୍‌ ୧ରୁ ଦେଶବ୍ୟାପୀ ବ୍ୟାଙ୍କିଙ୍ଗ ଏବଂ ବିତ୍ତୀୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିବାକୁ ଯାଉଛି । ଏହାର ସିଧାସଳଖ ପ୍ରଭାବ ଲୋକଙ୍କ ପକେଟ ଏବଂ ଜୀବନ ଉପରେ ପଡ଼ିବ । ବଦଳିବାକୁ ଯାଉଥିବା ଏଭଳି କେତେକ ନିୟମ ଉପରେ ନଜର…

ବ୍ୟାଙ୍କ ଅଫ୍‌ ବରୋଦାରେ ଜୁନ୍‌ ୧ରୁ ଚେକ୍‌ରେ ପେମେଣ୍ଟ ପ୍ରକ୍ରିୟା ବଦଳିବାକୁ ଯାଉଛି । ଜାଲିଆତିରୁ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାଙ୍କ ପକ୍ଷରୁ ପଜିଟିଭ୍‌ ପେ’ କନ୍‌ଫର୍ମେସନ୍‌କୁ ଅନିବାର୍ଯ୍ୟ କରାଯିବ । ଏହି ବ୍ୟବସ୍ଥା ଲାଗୁ ହେବା ଦ୍ୱାରା ଚେକ୍‌ ମାଧ୍ୟମରେ ହେଉଥିବା ଠକେଇକୁ ରୋକାଯାଇପାରିବ । ଗ୍ରାହକଙ୍କୁ ପଜିଟିଭ୍‌ ପେ’ ସିଷ୍ଟମ୍‌ ଜରିଆରେ ଚେକ୍‌ ବିବରଣୀକୁ ସେତେବେଳେ ପୁନଃ-କନ୍‌ଫର୍ମ କରିବାକୁ ପଡ଼ିବ, ଯେତେବେଳେ ସେ ୨ ଲକ୍ଷ ଟଙ୍କା କିମ୍ବା ଏହାଠାରୁ ଅଧିକ ମୂଲ୍ୟର ବ୍ୟାଙ୍କ ଚେକ୍‌ ଜାରି କରିବେ ।

ପଜିଟିଭ୍‌ ପେ’ ସିଷ୍ଟମ ଜରିଆରେ ଚେକ୍‌ ଜାରି କରୁଥିବା ଗ୍ରାହକଙ୍କୁ ଉକ୍ତ ଚେକ୍‌ ସହ ଜଡ଼ିତ ବିବରଣୀକୁ ଇଲେକ୍ଟ୍ରୋନିକ୍‌ ମାଧ୍ୟମରେ ପେମେଣ୍ଟ କରୁଥିବା ବ୍ୟାଙ୍କକୁ ଦେବାକୁ ପଡ଼ିବ । ଏହି ବିବରଣୀ ଏସ୍‌ଏମ୍‌ଏସ୍‌, ମୋବାଇଲ ଆପ୍‌, ଇଣ୍ଟର୍‌ନେଟ୍‌ ବ୍ୟାଙ୍କିଙ୍ଗ୍‌ କିମ୍ବା ଏଟିଏମ୍‌ ଜରିଆରେ ଦିଆଯାଇପାରିବ ।

ଦେଶର ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ପ୍ରତି ମାସର ପ୍ରଥମ ତାରିଖରେ ଏଲ୍‌ପିଜି ସିଲିଣ୍ଡର ଦର ସଂଶୋଧନ କରିଥାନ୍ତି । ଜୁନ୍‌ ୧ରେ ଦର ବଢ଼ିପାରେ କିମ୍ବା କମିପାରେ ।

ଗୁଗୁଲ୍‌ ଫଟୋଜ୍‌ରେ ଜୁନ୍‌ ୧ରୁ ଅସୀମିତ ଫଟୋ ଅପ୍‌ଲୋଡ୍‌ କରାଯାଇପାରିବ ନାହିଁ । ଗୁଗୁଲ୍‌ ଅନୁସାରେ, ପ୍ରତ୍ୟେକ ଜି-ମେଲ ୟୁଜରଙ୍କୁ ୧୫ ଜିବି ସ୍ପେସ୍‌ ଦିଆଯିବ । ଏହି ସ୍ପେସ୍‌ରେ ଜିମେଲ୍‌ର ଇ-ମେଲ ବି ଅନ୍ତର୍ଭୁକ୍ତ । ଏଥିରେ ଗୁଗୁଲ ଡ୍ରାଇଭ୍‌ ବି ସାମିଲ ଅଛି । ଯଦି ୧୫ ଜିବିରୁ ଅଧିକ ସ୍ପେସ୍‌ ଆବଶ୍ୟକ ହେଉଥାଏ ତା’ହେଲେ ସେଥିପାଇଁ ପେମେଣ୍ଟ କରିବାକୁ ପଡ଼ିବ । ବର୍ତ୍ତମାନ ଯାଏ ଅନ୍‌-ଲିମିଟେଡ୍‌ ଷ୍ଟୋରେଜ୍‌ ମାଗଣା ଥିଲା ।

୧ରୁ ୬ ଜୁନ୍‌ ଯାଏ ଆୟକର ବିଭାଗର ଇ-ଫାଇଲିଂ ପୋର୍ଟାଲ କାର୍ଯ୍ୟ କରିବ ନାହିଁ । ଜୁନ୍‌ ୭ରେ ଆୟକର ବିଭାଗ ଟିକସଦାତାଙ୍କ ପାଇଁ ଆୟକର ଇ-ଫାଇଲିଂର ନୂଆ ପୋର୍ଟାଲ ଆରମ୍ଭ କରିବ । ଆୟକର ନିର୍ଦ୍ଦେଶାଳୟ ଅନୁସାରେ, ଆଇଟିଆର୍‌ ଭରିବାର ୱେବ୍‌ସାଇଟ୍‌ ଜୁନ୍‌ ୭ରୁ ବଦଳିଯିବ ।