PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଘରୁ ବାହାରିବା ବେଳେ ଦେଖୁଛନ୍ତି କି ଏହି ସବୁ ଜିନିଷ, ଯାହା ଆପଣଙ୍କ ପାଇଁ ଆଣିଦେଇ ପାରେ ଶୁଭ ଖବର…

ନୂଆଦିଲ୍ଲୀ, ୧୯/୦୭ : ମଣିଷକୁ ତାହାର ଭବିଷ୍ୟତ ବିଷୟରେ ଆଭାଷ ଦେଇଥାଏ ଧର୍ମ ପୁରାଣ ଓ ଜ୍ୟୋତିଷ ଶାସ୍ତ୍ର। ପରବର୍ତ୍ତୀ ମୁହୂର୍ତ୍ତରେ ଆମ ସହ କଣ ଘଟିବ ସେହି ବିଷୟରେ ମଧ୍ୟ ସଙ୍କେତ ଦେଇଥାଏ। ତେବେ ଆଜି ଆପଣଙ୍କୁ ସେହି ସଙ୍କେତ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଶୁଭ ମୁହୂର୍ତ୍ତ ସୂଚାଇ ଦିଏ।

ଏହି ସବୁ ଜିନିଷ ଦେଖିଲେ ହୁଏ ଶୁଭ-
ଘରୁ ବାହାରକୁ ଯିବା ସମୟରେ ଦ୍ଵାରବନ୍ଧ ଅତିକ୍ରମ କଲା ପରେ ଆମେ ଯେଉଁ ଜିନିଷ ଦେଖୁ ତାହା କୌଣସି ନା କୌଣସି ସଙ୍କେତ ଦେଇଥାଏ। ଯେପରିକି-

-ଘରୁ ବାହାରକୁ ବାହାରିଲା ବେଳେ କୋକେଇ ଏବଂ ଜଳ ପୂର୍ଣ୍ଣ ପାତ୍ର ଦେଖିଲେ ଶୁଭ ହୁଏ।
-କୌଣସି ବିବାହ ଭଳି ମାଙ୍ଗଳିକ କାର୍ଯ୍ୟ କିମ୍ବା ଦୂର ସ୍ଥାନକୁ ଯାତ୍ରା କରିବାକୁ ବାହାରିଛନ୍ତି ତେବେ ରାସ୍ତାରେ ଗାଈ ବାଛୁରୀକୁ କ୍ଷୀର ପିଆଇବା ଦେଖିଲେ ତାହା ଶୁଭ ସଙ୍କେତ ଦେଇଥାଏ।
-ଥଣ୍ଡା ନହୋଇ ଯଦି ୨ ରୁ ଅଧିକ ଥର ଛିଙ୍କ ହୁଏ ତେବେ ତାହା ଶୁଭ ହୋଇଥାଏ। ତେବେ ମନେ ରଖନ୍ତୁ ଥରେ ଛିଙ୍କ ହେଲେ ତାହା ଅଶୁଭ ହୋଇଥାଏ।
-ଘରୁ ବାହାରିବା ବେଳେ ଯଦି ମନ୍ଦିରର ଘଣ୍ଟି ଶବ୍ଦ ଶୁଭେ ତେବେ ତାହା ଶୁଭ ହୋଇଥାଏ ଏବଂ ଆପଣ ଯେଉଁ କାର୍ଯ୍ୟ ପାଇଁ ଯାଉଛନ୍ତି ତାହା ସଫଳ ହୋଇଥାଏ।

-ଘରୁ ବାହାରିବା ବେଳେ ଯଦି କୌଣସି ଭିକାରୀ ରାସ୍ତାରେ ଦେଖାହୁଏ ତେବେ ତାଙ୍କୁ କିଛି ହେଲେ ଖାଇବାକୁ ଦିଅନ୍ତୁ। ଏହା ଆପଣଙ୍କୁ ଋଣ ଭାରରୁ ମୁକ୍ତ କରିଥାଏ।
-ଏତଦ୍ ବ୍ୟତୀତ ଘରୁ ବାହାରକୁ ବାହାରିବା ବେଳେ ଫୁଲ କିମ୍ବା ଫୁଲ ମାଳ ଦେଖିଲେ ଶୁଭ ହୁଏ। ମାଛ ଏବଂ ହାତୀ ଦେଖିଲେ ମଧ୍ୟ ଶୁଭ ହୋଇଥାଏ।
-ଯଦି କୌଣସି ଗୁରୁତ୍ଵପୂର୍ଣ୍ଣ କାମରେ ଘରୁ ବାହାରକୁ ଯାଉଛନ୍ତି ଏବଂ ପାରା ଆପଣଙ୍କ ଉପରେ ମଳତ୍ୟାଗ କରେ ତେବେ ତାହା ଶୁଭ ହୋଇଥାଏ। ଏହା ଧନ ଲାଭର ସଙ୍କେତ ଦେଇଥାଏ।