PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଶ୍ରୀଲିଙ୍ଗରାଜଙ୍କ ହୁଣ୍ଡିରୁ ଲୁଟୁଥିଲା: ସିସିଟିଭିରେ ଚୋରି କାରନାମା, ସେବାୟତ ଧରି ପୁଲିସ୍‌ରେ ଦେଲେ

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଶ୍ରୀଲିଙ୍ଗରାଜଙ୍କ ହୁଣ୍ଡିରେ ଥିବା ଧନକୁ ବାରମ୍ବାର ଲୁଟିଥିବା ଧୂର୍ତ୍ତ ଲୁଟେରା ଆଜି ଧରାପଡ଼ିଛି । ସିସିଟିଭି ଫୁଟେଜରୁ ଚିହ୍ନଟ ହୋଇଯିବା ପରେ କେଦାରଗୌରୀ ମନ୍ଦିର ଠାରେ ଜଣେ ସେବାୟତ ତାକୁ ଚିହ୍ନି ଦେଇଥିଲେ । ଏହାପରେ ଅନ୍ୟ ସେବାୟତମାନେ ତାକୁ ମାଡ଼ିବସି ଉତ୍ତମମଧ୍ୟମ ଦେଇ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜିମା ଦେଇଥିଲେ । ସଂପୃକ୍ତ ଚୋରର ନାମ ବସନ୍ତ ଗୌଡ଼(୪୦) । ଘର ବଲାଙ୍ଗିର ଟାଉନର ମାଲପଡ଼ା ଅଞ୍ଚଳରେ । ପୁଲିସ ସୂଚନା ଅନୁଯାୟୀ ସେ ୬ ତାରିଖରେ ପୁରୀ ଜେଲରୁ ଖଲାସ ହୋଇ ଭୁବନେଶ୍ୱରକୁ ଆସିଥିଲା । ତେବେ ତା’ ନିକଟରୁ ମାତ୍ର ୫୦୦୭୦୦ ଟଙ୍କା ଜବତ ହୋଇଥିବା ପୁଲିସ କହିଛି ।

କେମିତି ଚୋରି କରୁଥିଲା
ଶ୍ରୀଲିଙ୍ଗରାଜ ମନ୍ଦିର ନାଟମଣ୍ଡପରେ ବସିଛି ହୁଣ୍ଡି । ଏହି ଧନକୁ କୌଣସିମତେ ହାତେଇବାକୁ ଉଦ୍ୟମ କରିଥିଲା ବସନ୍ତ । ଶ୍ରଦ୍ଧାଳୁ ସାଜି ହୁଣ୍ଡି ପାଖରେ ନସରପସର ହୁଏ । ବେଳେ ବେଳେ ଗମ୍ଭୀରା ଆଡ଼କୁ ଅନାଇ ମୁଣ୍ଡିଆଟେ ପକାଏ । ହୁଣ୍ଡିକୁ ନମସ୍କାର କରେ । ଏହିପରି ଭାବେ ବସନ୍ତ ପ୍ରଥମେ ହୁଣ୍ଡିର ଆକାର ପ୍ରକାର ଦେଖିନେଲା । ସେଥିରୁ ଟଙ୍କା ଲୁଟିବା ଲାଗି ଖବରକାଗଜରେ କୋଣାକାର କିଛି ଠୁଙ୍ଗା ବନାଇଲା । ସେଥିରେ ଅଠା ଲଗାଇଲା । ହୁଣ୍ଡିକୁ ନମସ୍କାର କରିବା ଆଳରେ ଦାନ ଟଙ୍କା ପକାଇବା ଫାଙ୍କରେ ହାତଗଳାଇ ଉକ୍ତ ଠୁଙ୍ଗାକୁ ହୁଣ୍ଡିର ଭିତପଟେ ଅଠା ଦ୍ୱାରା ଲଗାଇ ଦେଉଥିଲା । ଲୋକେ ଟଙ୍କା ଗଳାଇବା ବେଳେ କିଛି ପରିମାଣରେ ଟଙ୍କା ଉକ୍ତ ଠୁଙ୍ଗାରେ ପଡ଼ୁଥିଲା । ଏହାପରେ ଓର ଉଣ୍ଡି ଉକ୍ତ ଧୂର୍ତ୍ତ ଚୋର ହୁଣ୍ଡିକୁ ନମସ୍କାରଟେ ପକାଇ ଫାଙ୍କପଟେ ହାତ ଗଳାଇ ଉକ୍ତ ଠୁଙ୍ଗାକୁ ଆଣୁଥିଲା । ସେଥିରେ ପଡ଼ିଥିବା ଟଙ୍କାତକ ପକେଟସ୍ଥ କରୁଥିଲା ।

ଜଣାପଡ଼ିଲା କେମିତି
ଶନିବାର ଶ୍ରୀଲିଙ୍ଗରାଜଙ୍କ ନାଟମଣ୍ଡପ ହୁଣ୍ଡି ଖୋଲା ହେବା ବେଳେ ଟଙ୍କା ସହିତ କିଛି କାଗଜ ଠୁଙ୍ଗା ବାହାରିଥିଲା । ସେଥିରେ ଅଠା ଲାଗିଥିବା ମଧ୍ୟ ଦେଖାଯାଇଥିଲା । ଏହାକୁ ଦେଖି ଉପସ୍ଥିତ ପୁଲିସ, ବ୍ୟାଙ୍କ କର୍ମଚାରୀ ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସନ୍ଦେହ ହୋଇଥିଲା । ଘଟଣା କ’ଣ ବୋଲି ମନ୍ଦିର ଅଫିସରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା । ୧୫ ମାର୍ଚ୍ଚର ଫୁଟେଜ ଯାଞ୍ଚ ବେଳେ ସକାଳ ୮ଟା ୨୭ରେ ହୁଣ୍ଡି ନିକଟରେ ଜଣେ ଯୁବକର ସନ୍ଦେହଜନକ ଗତିବିଧି ଲକ୍ଷ୍ୟ କରାଯାଇଥିଲା । ଭଲଭାବେ ଯାଞ୍ଚ ପରେ ହୁଣ୍ଡିରୁ ଚୋରି ହେଉଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ମନ୍ଦିର ନିର୍ବାହୀ ଅଧିକାରୀ ଏହାର ବିଧିବଦ୍ଧ ତଦନ୍ତ ଲାଗି ଶ୍ରୀଲିଙ୍ଗରାଜ ଥାନାରେ ଏତଲା ଦେଇଥିଲେ । ଏହି ଫୁଟେଜରୁ ଉକ୍ତ ଚୋରର ଫଟୋ ବାହାର କରି ଚିହ୍ନଟ ନିମନ୍ତେ ଥାନାଧିକାରୀ କିଛି ସେବାୟତଙ୍କୁ ବାଣ୍ଟିଥିଲେ ।

ଧରାପଡ଼ିଲା କିପରି
ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ବସନ୍ତ କେଦାରଗୌରୀ ମନ୍ଦିରରେ ବସିଥିଲା । ଏହି ସମୟରେ ଲୁଲୁ ନାମକ ଜଣେ ସେବାୟତ ସିସିଟିଭି ଫୁଟେଜରୁ ମିଳିଥିବା ଫଟୋ ସହିତ ବସନ୍ତର ମୁହଁ ମିଶୁଥିବାରୁ ସେ ବସନ୍ତକୁ ଧରି ପକାଇଥିଲେ । ତାଙ୍କ ପାଟି ଶୁଣି ଅନ୍ୟ ସେବାୟତମାନେ ସେଠାରେ ପହଞ୍ଚି ବସନ୍ତକୁ କାବୁକରି ଉତ୍ତମ ମଧ୍ୟ ଦେଇଥିଲେ । ଏହାପରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଓ ଅନ୍ୟ ସେବାୟତମାନେ ପହଞ୍ଚି ବସନ୍ତକୁ ଚିହ୍ନଟ କରିବା ପରେ ତାକୁ ଗିରଫ କରି ଥାନାକୁ ନେଇଥିଲେ ।

୬ ତାରିଖରେ ପୁରୀ ଜେଲରୁ ବାହାରିଥିଲା
ପୁଲିସ ସୂଚନା ମୁତାବକ ବସନ୍ତ ଜଣେ ଅଭ୍ୟାସଗତ ଚୋର । ବିଭିନ୍ନ ଚୋରି, ପକେଟମାର ଘଟଣାରେ ସେ ବହୁବାର ଗିରଫ ହୋଇ ଜେଲ ଯାଇଛି । ଏକ ପକେଟମାର ମାମଲାରେ ବସନ୍ତ ଦୋଷୀ ସାବ୍ୟସ୍ତ ହୋଇ ପୁରୀ ଜେଲରେ ସଜ୍ଜା କାଟୁଥିଲା । ବର୍ଷେ ଜେଲରେ ରହିବା ପରେ ସେ ଚଳିତ ମାସ ୬ ତାରିଖରେ ଖଲାସ ହୋଇଥିଲା । ପୁରୀରେ ୨-୩ ଦିନ ବୁଲିବା ପରେ ଭୁବନେଶ୍ୱର ଆସି ଶ୍ରୀଲିଙ୍ଗରାଜ ମନ୍ଦିରରେ ଏଭଳି କାଣ୍ଡ ଘଟାଇଛି ।

କେଦାରଗୌରୀ ପୀଠ ଚୋରିରେ ସଂପୃକ୍ତ!
ବଲାଙ୍ଗିର ସହରରେ ଥିବା ଏକ ଶିବମନ୍ଦିର ଓ କେଦାରଗୌରୀ ମନ୍ଦିରରେ ହୋଇଥିବା ଚୋରି ଘଟଣାରେ ବସନ୍ତ ସଂପକ୍ତୃ ବୋଲି କୁହାଯାଉଛି । ୨୦୧୮ରେ କେଦାରଗୌରୀ ମନ୍ଦିରରେ ଥିବା ଏକ ଆଲମାରୀ ଭାଙ୍ଗି ସେଥିରୁ ୭୦ ହଜାର ଟଙ୍କା ନଗଦ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା । ସେହିବର୍ଷ ବଲାଙ୍ଗିର ଶିବ ମନ୍ଦିର ହୁଣ୍ଡିରୁ ମଧ୍ୟ ଚୋରି ହୋଇଥିଲା । ତେବେ ବସନ୍ତ ପୁରୀ ଜେଲରେ ସଜ୍ଜା କାଟୁଥିବାବେଳେ ଉପରୋକ୍ତ ମନ୍ଦିର ଚୋରିରେ କେତେଦରୂ ସଂପକ୍ତୃ ତାହା ଉପରେ ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର