ଏହି ବଡ ପରିବର୍ତ୍ତନ ଯୋଗୁଁ ଆପଣଙ୍କ ପକେଟ୍ ଉପରେ ପଡିବ ପ୍ରଭାବ, ଜାଣନ୍ତୁ…

ନୁଆଦିଲ୍ଲୀ ୨୫/୮: ସେପ୍ଟେମ୍ବର ମାସର ଆରମ୍ଭରେ ଦେଶରେ ଅନେକ ବଡ ପରିବର୍ତ୍ତନ ହେବାକୁ ଯାଉଛି । ସେପ୍ଟେମ୍ବର ମାସରେ ଅନେକ ଫାଇନାନ୍ସିଆଲ୍ ରୁଲ୍ସ ପରିବର୍ତ୍ତନ ହେବ ଯାହା କି ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପକାଇବ । ଏହି ପରିବର୍ତ୍ତନ ପରେ ଆପଣଙ୍କୁ ରାସ୍ତାରେ ଟ୍ରାଫିକ୍ ନିୟମ ଭାଙ୍ଗିଲେ ଅଧିକ ଜୋରିମାନା ଦେବାକୁ ପଡିବ । ଅନ୍ଯପଟେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ହୋମ୍ ଲୋନ୍ ଶସ୍ତା ହୋଇଯିବ । ଏହାର ପ୍ରଭାବ ମଧ୍ଯ ଆପଣଙ୍କ ପକେଟରେ ପଡିବ । ତେବେ ଆସନ୍ତୁ ଜାଣିବା କଣ ପରିବର୍ତ୍ତନ ହେବାକୁ ଯାଉଛି….

ଟ୍ରାଫିକ୍ ନିୟମ ଭାଙ୍ଗିଲେ ଦେବାକୁ ପଡିବ ଜୋରିମାନା
୧ ସେପ୍ଟେମ୍ବରରୁ ଅନେକ ଟ୍ରାଫିକ୍ ନିୟମ ବଦଳିବାକୁ ଯାଉଛି । ଏହାପରେ ଆପଣ ରାସ୍ତାରେ ଟ୍ରାଫିକ୍ ନିୟମ ଭାଙ୍ଗିଲେ ଅଧିକ ଜୋରିମାନା ଦେବେ । ୧ ସେପ୍ଟେମ୍ବରରୁ ମୋଟର ବାହନ(ସଂଶୋଧନ) ଅଧିନିୟମର ୬୩ ଉପବନ୍ଧ ଲାଗୁହେବ । ଏହାପରେ ମଦ୍ୟପାନ କରି ଗାଡି ଚଳାଇବା, ଓଭରସ୍ପିଡ୍, ଓଭରଲୋଡିଂର ଜୋରିମାନା ବଢିଯାଇଛି ।

ଟ୍ୟାକ୍ସ ମାମଲା ଫଟାଫଟ ତୁଟିବ
ପୁରୁଣା ଟ୍ୟାକ୍ସ ମାମଲାକୁ ତୁଟାଇବା ପାଇଁ କେନ୍ଦ୍ର ସରକାର ନୂଆ ସ୍କିମ୍ ଆଣୁଛନ୍ତି । ଏହି ସ୍କିମରେ ଏବେ ଟ୍ୟାକ୍ସ ମାମଲା ଏବେ ଫଟାଫଟ ତୁଟିଯିବ । ଏହି ସ୍କିମ୍ ୧ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୩୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ସ୍କିମରେ ବାକିଥିବା ଟ୍ୟାକ୍ସ ସୁଝା ଯାଇହେବ । ଟ୍ୟାକ୍ସ ଶୁଝିବା ପରେ ସୁଧ, ପେନାଲ୍ଟିରୁ ମଧ୍ୟ ରିହାତି ମିଳିବ । ଏହାନୁସାରେ ୫୦ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଉପରେ ୭୦ ପ୍ରତିଶତ, ୫୦ ଲକ୍ଷରୁ ଅଧିକ ଟ୍ୟାକ୍ସରେ ୫୦ ପ୍ରତିଶତ, ଅପିଲ୍ ରିଟର୍ଣ୍ଣରେ ୬୦ ପ୍ରତିଶତ ଓ ୫୦ ଲକ୍ଷରୁ ଅଧିକ ଟ୍ୟାକ୍ସର, ଅପିଲ୍ ଫେରାଇଲେ ୪୦ ପ୍ରତିଶତ ରିହାତି ମିଳିବ ।

ଯାନ,ବାହନର ଇନ୍ଯୁରାନ୍ସ
ଜେନେରାଲ ଇନ୍ୟୁରାନ୍ସ କମ୍ପାନୀ ଏବେ ବାହନକୁ ଭୂକମ୍ପ, ବନ୍ୟା ଭଳି ପ୍ରାକୃତିକ ବିପଦ, ଭଙ୍ଗା ତୁଟା ଓ ଦଙ୍ଗା ଭଳି ଘଟଣାରେ ମଧ୍ଯ ହେବାକୁ ଥିବା କ୍ଷତିରୁ ବଞ୍ଚାଇବା ପାଇଁ ଅଲଗା ବୀମା ଉପଲବ୍ଧ କରାଇବେ ।

SBI ସମସ୍ତ ଗ୍ରାହକଙ୍କୁ RLLRରେ ହୋମ ଲୋନ୍
SBI ରୁ ଲୋନ୍ ନେଇ ଘର କିଣିବା ଏବେ ଶସ୍ତା ହୋଇଯିବ । SBI ନିଜ ହୋମ୍ ଲୋନର ସୁଧ ଦରରେ ୦.୨୦ ପ୍ରତିଶତ ହ୍ରାସ କରିଛି । ୧ ସେପ୍ଟେମ୍ବରରୁ ହୋମ୍ ଲୋନରେ ସୁଧ ଦର ୮.୦୫ ପ୍ରତିଶତ ହେବ । RBI ଅଗଷ୍ଟରେ ରେପୋ  ରେଟ୍ ହ୍ରାସ କରି ୫.୪୦ ପ୍ରତିଶତ କରିଦେଇଛି ।

   ସମ୍ବନ୍ଧିତ ଖବର


ଅସମ୍ଭାଳ ହେଲାଣି ଋଣ ଭାର – ଚିନ୍ତା ବଢ଼ାଇଦେଇଛି

ଭୋଟର ଆଇଡି କାର୍ଡ ସହ ଲିଙ୍କ୍‌ ହେବ ଆଧାର!

୨୦୦୦ ଟଙ୍କିଆ ନୋଟ୍‌ର ଛପା ବନ୍ଦ ନେଇ ନିଷ୍ପତ୍ତି ହୋଇନାହିଁ

ଏଲ୍ଏସିକୁ ଆଉ ୩ହଜାର ସୈନିକ ପଠାଇଛି ଭାରତ

ବଜାରରେ ରୁଷର କରୋନା ଔଷଧ ‘କରୋନାଭିର’

ଘରେ ବସି ବସି ବୋର୍‌ ହେଲେ ବିମାନରେ ଟିକେ ବୁଲିଆସନ୍ତୁ, କରୋନା ସମୟରେ ଏମିତି ବି ସୁବିଧା ମିଳୁଛି