PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଶ୍ରାବଣ ମାସରେ ଏହି ସବୁ କାମ କଲେ ମିଳିବ ଭୋଳା ବାବାଙ୍କ କୃପା, ଜାଣନ୍ତୁ…

ଭୁବନେଶ୍ଵର, ୨୩/୦୭ : ଆସନ୍ତା ଜୁଲାଇ ୨୫ ତାରିଖରୁ ପଡୁଛି ଶ୍ରାବଣ ମାସ। ୨୬ ତାରିଖ ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ମାସରେ ଶିବ ପୂଜା କଲେ ବେଶ୍ ପୁଣ୍ୟ ମିଳେ। ଭୋଳାବାବାଙ୍କ ଭକ୍ତମାନେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମାସରେ ବିଶେଷ ପୂଜାର୍ଚ୍ଚନା କରନ୍ତି। ତେବେ ଜାଣ୍ତୁ ଶ୍ରାବଣ ମାସରେ କେଉଁ କାର୍ଯ୍ୟ କଲେ ଶୁଭ ଫଳ ମିଳେ।

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଏହି ମାସରେ ପ୍ରତିଦିନ ଶିବଙ୍କୁ ଜଳ ଅର୍ପଣ କରାଯାଏ। ଯଦି ଆପଣ ପ୍ରତିଦିନ ଜଳ ଅର୍ପଣ କରିପାରୁ ନାହାଁନ୍ତି ତେବେ ପ୍ରତ୍ୟେକ ସୋମବାର ଜଳ ଅର୍ପଣ କରନ୍ତୁ। ଏହା କରିବା ଦ୍ଵାରା ଆପଣଙ୍କ ଜୀବନ ସୁଖମୟ ହେବ।

ଶ୍ରାବଣ ମାସ ଏକ ପବିତ୍ର ମାସ ହୋଇଥିବାରୁ ଏହି ମାସରେ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଏହି ମାସରେ ହାଲୁକା ଖାଦ୍ୟ ଗ୍ରହଣ କରନ୍ତୁ। ଯାହା ଖୁବ୍ ଶୀଘ୍ର ହଜମ ହୋଇପାରିବ। ଏହି ମାସରେ ଘରେ ଅଧିକ ପୋକଜୋକ ବାହାରନ୍ତି। ଯାହାଦ୍ଵାରା ଘରେ ନକାରାତ୍ମକ ଶକ୍ତି ବଢେ। ଏଥିପାଇଁ ଘରକୁ ସଫାସୁତୁରା ରଖନ୍ତୁ। ସୁଗନ୍ଧିତ ଧୂପ ଦିଅନ୍ତୁ। ଏହାଦ୍ଵାରା ଆପଣଙ୍କ ପରିବେଶ ପବିତ୍ର ରହିବ। ଏହା ସହ ପ୍ରତ୍ୟେକ ଦିନ ଓଁ ନମଃ ଶିବାୟ ଜପ କରନ୍ତୁ। ଜୀବନର ସବୁ କଷ୍ଟ ଦୂର ହୋଇଯିବ।

ଯେଉଁ ଲୋକମାନେ ଦୀର୍ଘ ଦିନ ଧରି କୌଣସି ରୋଗରେ ଆକ୍ରାନ୍ତ ଅଛନ୍ତି, ସେମାନେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ଏହାଦ୍ଵାରା ଆପଣ ବର୍ଷ ସାରା ନିରୋଗ ଏବଂ ସୁସ୍ଥ ରହିବେ। ଶ୍ରାବଣ ମାସରେ ଯେଉଁମାନେ ଭୋଳାବାବାଙ୍କ ଆରତୀ କରନ୍ତି ସେମାନଙ୍କୁ ଶିବଙ୍କ ଆଶୀର୍ବାଦ ମିଳେ। ଏହି ମାସରେ ମାଂସ ମଦ ଖାଇବା ଉଚିତ୍ ନୁହେଁ।

ଏହି ମାସରେ ମିଛର ସାହାରା ନିଅନ୍ତୁ ନାହିଁ। ଭୋଳାଶଙ୍କର ଛୋଟ ପୂଜାରେ ସନ୍ତୁଷ୍ଟ ହୋଇଯାଆନ୍ତି। ହେଲେ ଯେଉଁମାନେ ମିଛର ସାହାରା ନେଇ କାମ ହାସଲ କରନ୍ତି ଭଗବାନ ସେମାନଙ୍କୁ କ୍ଷମା କରନ୍ତି ନାହିଁ। ଏହା ସହ ବଡ଼ମାନଙ୍କୁ ଅନାଦର କରନ୍ତୁ ନାହିଁ। କାହାକୁ କଟୁ ବଚ୍ଚନ କୁହନ୍ତୁ ନାହିଁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ତେବେ ଆପଣ ଯଦି ଶ୍ରାବଣ ମାସରେ କିଛି ବ୍ରତ ରଖୁଛନ୍ତି ତେବେ ଏହାକୁ ଅଧାରୁ ଛାଡନ୍ତୁ ନାହିଁ। ନିୟମ ଭଲ ଭାବରେ ପାଳନ କରନ୍ତୁ। ଠିକ୍ ଭାବରେ ପାଳନ କରନ୍ତୁ। ଯଦି ଆପଣ ବ୍ରତ କରିବାକୁ ସକ୍ଷମ ନୁହଁନ୍ତି ତେବେ ସଙ୍କଳ୍ପ ନିଅନ୍ତୁ ନାହିଁ। ବ୍ରତ ସମୟରେ ଆଚ୍ଚରଣ ଉଚ୍ଚାରଣ ପବିତ୍ର ରଖନ୍ତୁ।