
ଯେବେ ସୂର୍ଯ୍ୟଙ୍କର ଚଳନ ମକର ରାଶିକୁ ହୁଏ , ସେତେବେଳେ ମକର ସଂକ୍ରାନ୍ତି ହୋଇଥାଏ । ଏହି ସମୟରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୋଇଥାଏ । ଏଥିପାଇଁ ଏହି ସମୟରେ କରାଯାଉଥିବା ଜପ , ଧ୍ୟାନ ଓ ଦାନର ଅନନ୍ତ ଗୁଣ ଫଳ ମିଳିଥାଏ । ମକର ସଂକ୍ରାନ୍ତିରେ ଶୁଭ କାର୍ଯ୍ୟର ଆରମ୍ଭ ହୋଇଥାଏ ଏବଂ କିଛି କାର୍ଯ୍ୟକୁ ବର୍ଜିତ କରାଯାଏ । ଆସନ୍ତୁ ତାହେଲେ ଜାଣିବା ଏହି ଦିନ କେଉଁ କାମ କରିବାକୁ ବାରଣ କରାଯାଇଛି ।

କିଛି ଲୋକ ସକାଳେ ଉଠି ଚାହା ଓ ସ୍ନାକ୍ସ ଖାଇବା ଆରମ୍ଭ କରିଦିଅନ୍ତି , ହେଲେ ଆଜିର ଦିନରେ ଏମିତି କରନ୍ତୁ ନାହିଁ । ଏହି ଦିନ ବିନା ସ୍ନାନ କରି ଭୋଜନ କରିବା ଉଚିତ୍ ନୁହେଁ । ମାନ୍ୟତା ଅଛି ଏହି ଦିନ ଗଙ୍ଗା ବା କୌଣସି ନଦୀରେ ଯାଇ ସ୍ନାନ କରିବା ଉଚିତ୍ । ଯେଉଁ ଲୋକଙ୍କ ପାଇଁ ଏହା ସମ୍ଭବ ନୁହେଁ , ସେମାନେ ଅନ୍ତତଃ ଘରେ ରହି ସ୍ନାନ ନିଶ୍ଚୟ କରନ୍ତୁ ।

ମକର ସଂକ୍ରାନ୍ତି ହେଉଛି ପ୍ରକୃତି ସହ ଉତ୍ସବ ପାଳିବାର ପର୍ବ । ଏହି ଦିନ ଘର ଭିତରେ ବା ବାହାରେ କୌଣସି ଗଛକୁ କାଟିବା ଉଚିତ୍ ନୁହେଁ ।

ମକର ସଂକ୍ରାନ୍ତି ଦିନ ମଦ , ସିଗାରେଟ , ଗୁଟଖା ଭଳି ଜିନିଷରୁ ଦୂରେଇ ରୁହନ୍ତୁ । ଏହି ଦିନ ମସଲାଯୁକ୍ତ ଭୋଜନ ମଧ୍ୟ ଖାଇବା ଉଚିତ୍ ନୁହେଁ । ଆଜିର ଦିନରେ ରାଶି , ମୁଗ ଡ଼ାଲିର ଖେଚୁଡ଼ୀ ଖାଇବା ଶୁଭ ହୋଇଥାଏ । ଏହା ସହ ଏହି ସବୁ ଜିନିଷକୁ ନିଜର ଶକ୍ତି ମୁତାବକ ଦାନ କରିବା ଉଚିତ୍ ।

ଯଦି ସୂର୍ଯ୍ୟ ଦେବତାଙ୍କ କୃପା ପାଇବାକୁ ଚାହୁଁଛନ୍ତି ତ , ସନ୍ଧ୍ୟା ସମୟରେ ଅନ୍ନ ସେବନ କରନ୍ତୁ ନାହିଁ । ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ପୂଜାପାଠ କରନ୍ତୁ ।

ମକର ସଂକ୍ରାନ୍ତି ଦିନ ଯଦି କୌଣସି ସାଧୁ , ଭିକାରୀ ବା ବୟସ୍କ ବ୍ୟକ୍ତି ଆପଣଙ୍କ ଘରକୁ ଆସନ୍ତି , ତ ଖାଲି ହାତରେ ଫେରାନ୍ତୁ ନାହିଁ । ନିଜର ସାମର୍ଥ୍ୟ ଅନୁସାରେ କିଛି ନା କିଛି ଦାନ ଅବଶ୍ୟ କରନ୍ତୁ ।

ଏହି ଦିନ ଭୁଲରେ ବି ରସୁଣ , ପିଆଜ ଓ ମାଂସ ସେବନ କରିବା ଉଚିତ୍ ନୁହେଁ । ମକର ସଂକ୍ରାନ୍ତିର ପର୍ବକୁ ସରଳ ଭାବେ ପାଳିବା ଉଚିତ୍ । ଖାଇବାରେ ମଧ୍ୟ ସାତ୍ତ୍ୱିକତା ପାଳନ କରିବା ଉଚିତ୍ ।

ମକର ସଂକ୍ରାନ୍ତି ପ୍ରକୃତିର ଉତ୍ସବ ଅଟେ । ଏହାକୁ ସବୁଜ ଉତ୍ସବ ଭାବେ ପାଳନ କରାଯାଏ । ଏଥିପାଇଁ ଏହିଦିନ ଫସଲ କାଟିବା କାମକୁ ବନ୍ଦ ରଖା ଯାଇଥାଏ ।

ଏହି ଦିନ ନିଜ ବାଣୀରେ ସଂଯମତା ରଖନ୍ତୁ ଏବଂ କାହା ଉପରେ ବିରକ୍ତ ହୁଅନ୍ତୁ ନାହିଁ । କାହାର ନିନ୍ଦା କରନ୍ତୁ ନାହିଁ ଏବଂ ସମସ୍ତଙ୍କ ସହ ମଧୁରତାର ସହ ବ୍ୟବହାର କରନ୍ତୁ ।