ଦିନିକିଆରେ ସିରିଜରେ ବାଂଲାଦେଶର କ୍ଲିନ୍‌ସୁଇପ୍‌, ଅନ୍ତିମ ମ୍ୟାଚ୍‌ରେ ଜିମ୍ବାୱେକୁ ୧୨୩ ରନ୍‌ରେ ପରାସ୍ତ

ସିଲହେଟ୍‌ ୭/୩: ଭ୍ରମଣକାରୀ ଜିମ୍ବାୱେ ବିପକ୍ଷରେ ବାଂଲାଦେଶ ୩-୦ରେ ଦିନିକିଆ ସିରିଜ୍‌ ମୂଳପୋଛ କରିଛି । ଶୁକ୍ରବାର ଅନୁଷ୍ଠିତ ତୃତୀୟ ମ୍ୟାଚରେ ଓପନର ତମିମ ଇକ୍‌ବାଲ ଓ ଲିଟନ୍‌ ଦାସଙ୍କ ଶତକୀୟ ଇନିଂସ୍‌ ବଳରେ ବାଂଲାଦେଶ ଡି/ଏଲ୍‌ ନିୟମରେ ଜିମ୍ବାୱେକୁ ୧୨୩ରନ୍‌ରେ ପରାସ୍ତ କରିଥିଲା । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୪୩ ଓଭରରେ ୩ ୱିକେଟ୍‌ ହରାଇ ୩୨୨ରନ୍‌ ସଂଗ୍ରହ କରିଥିଲା । ଜବାବରେ ଭ୍ରମଣକାରୀ ଜିମ୍ବାୱେ ସାମ୍ନାରେ ୪୩ ଓଭରରୁ ୩୪୨ରନ୍‌ର ଲକ୍ଷ୍ୟ ରହିଥିଲା । ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୭.୩ଓଭରରେ ୨୧୮ରନ୍‌ କରି ଅଲଆଉଟ୍‌ ହୋଇଥିଲା । ତମିମ୍‌ ଓ ଲିଟନ୍‌ ପ୍ଲେୟାର ଅଫ୍‌ ଦ ସିରିଜ୍‌ ବିବେଚିତ ହୋଇଥିଲେ ।

ଟସ୍‌ ଜିତି ଜିମ୍ବାୱେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ତମିମ୍‌ ଓ ଲିଟନ୍‌ ପାଳି ଆରମ୍ଭ କରିଥିଲେ । ଉଭୟ ଆକ୍ରମଣାତ୍ମକ ସଟ୍‌ମାନ ଖେଳି ଦ୍ରୁତ ବେଗରେ ସ୍କୋରକୁ ଆଗେଇ ନେଇଥିଲେ । ଜିମ୍ବାୱେ ବୋଲରମାନଙ୍କ ପାଇଁ ଯୋଡ଼ି ଭାଙ୍ଗିବା ଅସମ୍ଭବ ହୋଇପଡ଼ିଥିଲା । ତମିମ୍‌ ଓ ଲିଟନ୍‌ ଶତକ ପୂରଣ କରିବା ସହ ଦିନିକିଆ କ୍ରିକେଟ୍‌ରେ ପ୍ରଥମ ୱିକେଟ୍‌ରେ ତୃତୀୟ ସର୍ବାଧିକ ଭାଗିଦାରୀ ଗଠନ କରିଥିଲେ । ଦିନିକିଆରେ ପ୍ରଥମ ୱିକେଟ୍‌ରେ ସର୍ବାଧିକ ଭାଗିଦାରୀ ରେକର୍ଡ଼ ୱେଷ୍ଟଇଣ୍ଡିଜ୍‌ର ଜେ କ୍ୟାମ୍ପବେଲ ଓ ସାଇ ହୋପ୍‌ (୩୬୫ରନ୍‌)ଙ୍କ ନାମରେ ରହିଛି । ତମିମ୍‌ ଓ ଲିଟନ ୨୯୨ରନ୍‌ ଭାଗିଦାରୀ ଗଠନ କରିବା ପରେ ଲିଟନ୍‌ ବାଂଲାଦେଶ ପକ୍ଷରୁ ସର୍ବାଧିକ ବ୍ୟକ୍ତିଗତ ୧୭୬ (୧୪୩ବଲ୍‌, ୧୬ଚୌକା, ୮ଛକା)ରନ୍‌ କରି ପାଭିଲିୟନ ଫେରିଥିଲେ ।

ଏହାପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ତେବେ ତମିମ୍‌ଙ୍କ ଅପରାଜିତ ୧୨୮ (୧୦୯ବଲ୍‌, ୭ଚୌକା, ୬ଛକା) ରନ୍‌ ବଳରେ ଦଳୀୟ ସ୍କୋର ୩/୩୨୨ରେ ପହଞ୍ଚି ଯାଇଥିଲା । ବର୍ଷା କାରଣରୁ ଡି/ଏଲ୍‌ ନିୟମରେ ଜିମ୍ବାୱେ ସାମ୍ନାରେ ୪୩ଓଭରରୁ ୩୪୨ରନ୍‌ର ଲକ୍ଷ୍ୟ ରହିଥିଲା । ଅଭିଜ୍ଞ ସିକନ୍ଦର ରାଜାଙ୍କ ଅର୍ଦ୍ଧଶତକ ସତ୍ତେ୍ୱ ଦଳ ୩୭.୩ଓଭରରେ ୨୧୮ରନ୍‌ କରି ଅଲଆଉଟ୍‌ ହୋଇଥିଲା । ଦଳ ପକ୍ଷରୁ ରାଜା ୬୧, ରେଗିସ ଚକଭା ୩୪, ଅଧିନାୟକ ସିନ୍‌ ୱିଲିୟମ୍ସ ୩୪ରନ୍‌ କରିଥିଲେ । ବାଂଲାଦେଶ ପକ୍ଷରୁ ମହମ୍ମଦ ସୈଫୁଦ୍ଦିନ ସର୍ବାଧିକ ୪ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଅଧିନାୟକ ଭାବେ ଶେଷ ଦିନିକିଆ ଖେଳାଳି ମାସରଫି ମୋର୍ତାଜାଙ୍କୁ ମ୍ୟାଚ୍‌ ଶେଷରେ ଖେଳାଳିମାନେ ଅଟୋଗ୍ରାଫ୍‌ ଥିବା ଜର୍ସି ପ୍ରଦାନ କରିଥିଲେ ।

   ସମ୍ବନ୍ଧିତ ଖବର


ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

ମାକ୍ସଓ୍ବେଲ କାହିଁକି କେଏଲ ରାହୁଲଙ୍କୁ ମାଗିଲେ କ୍ଷମା? ଯାହାକୁ ନେଇ ଲାଗି ରହିଛି ଚର୍ଚ୍ଚା

ଟିମ୍‌ ଇଣ୍ଡିଆ ଖେଳାଳି ଆଇପିଏଲରେ ହିରୋ, ଇଣ୍ଟରନ୍ୟାସନାଲ ମ୍ୟାଚରେ ଜିରୋ! ବିରାଟ ବାହିନୀକୁ କାହିଁକି ‘ଠୁ ଓଲ୍ଡ ସ୍କୁଲ’ କହିଲେ ମାଇକେଲ ଭନ୍

ପ୍ର‌ଥମ ଦିନିକିଆ ହାରିବା ପରେ ଟିମ୍‌ ଇଣ୍ଡିଆକୁ ଝଟକା, ICC ନେଲା ଏହି ପଦକ୍ଷେପ

ମୃତ୍ୟୁ ବେଳକୁ ଧନୀରୁ ପୁଣି ଗରିବ ହୋଇଯାଇଥିଲେ ମାରାଡୋନା, ବ୍ୟାଙ୍କ୍‌ ଖାତାରେ ଥିଲା ମାତ୍ର ୭୫,୦୦୦ ପାଉଣ୍ଡ

୭ ପାକିସ୍ତାନୀ କ୍ରିକେଟର କରୋନା ସଂକ୍ରମିତ, ନ୍ୟୁଜିଲାଣ୍ଡ ସରକାରଙ୍କ ଚେତାବନୀ-ଏବେ ନିୟମ ଭାଙ୍ଗିଲେ ପଠାଇଦେବୁ