PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ବିଶ୍ୱରେ ପୁଣି କୋଭିଡ-୧୯ ମହାମାରୀ ମାତିବାରେ ଲାଗିଛି : ଡେଲେଟା୍‌ ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଇଥିବା ସୂଚନା

ନୂଆଦିଲ୍ଲୀ, (ଏଜେନ୍ସି): ସାରା ବିଶ୍ୱରେ ପୁଣି କୋଭିଡ-୧୯ ମହାମାରୀ ମାତିବାରେ ଲାଗିଛି । ଆମେରିକା, ବ୍ରାଜିଲ, ଇଣ୍ଡୋନେସିଆ, ଇରାନ୍‌, ଭାରତ, ରୁଷ, ଫ୍ରାନ୍ସ, ତୁର୍କୀ ଓ ସ୍ପେନ୍‌ ଆଦି ଦେଶରେ ସଂକ୍ରମଣ ଉପରମୁହାଁ ହୋଇଛି । କରୋନା ଭୂତାଣୁର ଡେଲ୍‌ଟା ଭାରିଆଣ୍ଟ ଯୋଗୁ ହିଁ ବିଶ୍ୱବ୍ୟାପୀ ପୁଣି ସଂକ୍ରମଣ ବ୍ୟାପୁଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି ।

ଗତବର୍ଷ ଶେଷ ଭାଗରେ ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭାରିଆଣ୍ଟ ଆଗକୁ ଆହୁରି ସଂକ୍ରାମକ ଓ ଘାତକ ପାଲଟିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି । ତଥ୍ୟ ମୁତାବକ ଅଗଷ୍ଟ ୧ ତାରିଖ ସୁଦ୍ଧା ଏହି ଭାରିଆଣ୍ଟ ୧୩୨ ଦେଶକୁ ମାଡ଼ିସାରିଛି ।

ଫଳରେ ଏହିସବୁ ଦେଶରେ ସଂକ୍ରମଣ ଊଦ୍ଧ୍ୱର୍ମୁଖୀ ହୋଇଛି । ତେବେ ପୂର୍ବାପେକ୍ଷା ଏହି ଦେଶଗୁଡ଼ିକ ମହାମାରୀ ମୁକାବିଲା ଦିଗରେ ଯଥେଷ୍ଟ ଯତ୍ନବାନ ହୋଇଛନ୍ତି । ସେମାନେ ବିଶେଷକରି ଟିକାକରଣ ଅଭିଯାନକୁ ଜୋର ଦେଉଛନ୍ତି । ଭାରତରେ ଦିନକରେ ୪୨,୦୦୦ରୁ ଅଧିକ ନୂଆ ମାମଲା ଚିହ୍ନଟ କରାଯାଇଛି । ୱାର୍ଲଡୋମିଟର ତଥ୍ୟ ମୁତାବକ ଗତ ୨୪ ଘଣ୍ଟାରେ ବିଶ୍ୱରେ ୬.୧୫ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସିଛି । ୧୦,୦୦୦ରୁ ଅଧିକ ରୋଗୀଙ୍କ ମୃତ୍ୟୁ ଘଟିଛି । ଆମେରିକାରେ ସର୍ବାଧିକ ୧,୦୪,୭୫୮ ନୂଆ ମାମଲା ଚିହ୍ନଟ ହୋଇଛି ।

ଫଳରେ ଏଠାରେ ମୋଟ ମାମଲା ୩.୬୦ କୋଟି ପାର୍‌ କରିଛି । ଦିନକରେ ୫୧୬ ରୋଗୀ ପ୍ରାଣ ହରାଇବା ପରେ ମୋଟ ମୃତ୍ୟୁ ସଂଖ୍ୟା ୬,୩୦,୪୯୭ରେ ପହଞ୍ଚିଛି । ସେହିଭଳି ବ୍ରାଜିଲରେ ଆଜି ୧,୨୩୮ ରୋଗୀଙ୍କ ଜୀବନ ଯାଇଥିବା ବେଳେ ୩୨,୫୭୨ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ରୁଷ, ଫ୍ରାନ୍ସ, ବ୍ରିଟେନ୍‌, ତୁର୍କୀ ଏବଂ ସ୍ପେନ୍‌ରେ ଗତ ୨୪ ଘଣ୍ଟାରେ ଯଥାକ୍ରମେ ୨୨,୦୧୦, ୨୬,୮୨୯, ୨୧,୬୯୧, ୨୪,୮୩୨ ଓ ୨୦,୩୨୭ ନୂଆ ମାମଲା ଚିହ୍ନଟ ହୋଇଛି । ରୁଷରେ ୭୮୮ ଲୋକ ଦିନକରେ ପ୍ରାଣ ହରାଇଥିବା ବେଳେ ବ୍ରିଟେନ୍‌ରେ ୧୩୮, ତୁର୍କୀରେ ୧୨୬, ସ୍ପେନ୍‌ରେ ୧୩୦ ଜଣଙ୍କ ଜୀବନ ଯାଇଛି । ଇଣ୍ଡୋନେସିଆରେ ମଧ୍ୟ କରୋନା ସଂକ୍ରମଣ ମାଡ଼ିବାରେ ଲାଗିଛି । ବୁଧବାର ୩୫,୮୬୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି କରୋନା ମୃତ୍ୟୁ ଏଠାରେ ଆଜି ୧ ଲକ୍ଷ ଅତିକ୍ରମ କରିଛି । ଦିନକରେ ୧,୭୪୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ପରେ ମୋଟ ମୃତ୍ୟୁ ୧,୦୦,୬୩୬ରେ ପହଞ୍ଚିଥିବା ୱାର୍ଲଡୋମିଟର ତଥ୍ୟରୁ ଜଣାପଡ଼ିଛି । ଦେଶରେ ମୋଟ ମାମଲା ସଂଖ୍ୟା ୩୫,୩୨,୫୬୭ରେ ପହଞ୍ଚିଛି । ଇରାନରେ ବି ସ୍ଥିତି ଖରାପ ରହିଛି ।

ଏଠାରେ ୩୯,୩୫୭ ନୂଆ ରୋଗୀ ଚିହ୍ନଟ ହେବା ପରେ ମୋଟ ମାମଲା ୪୦,୧୯,୦୮୪କୁ ବୃଦ୍ଧି ପାଇଛି । ଦିନକରେ ୪୦୯ ରୋଗୀ ପ୍ରାଣ ହରାଇଛନ୍ତି । ମୋଟ କରୋନା ମୃତ୍ୟୁ ୯୨,୧୯୪ରେ ପହଞ୍ଚିଛି । ବିଶ୍ୱକୁ ଭୂତାଣୁ ବାଣ୍ଟିଥିବା ଚୀନ୍‌ର କରୋନା ଗ୍ରାଫ୍‌ ଏବେ ସାମାନ୍ୟ ଉପରମୁହାଁ ହୋଇଛି । ଡେଲ୍‌ଟା ଭାରିଆଣ୍ଟ ଯୋଗୁ ୧୬ଟି ପ୍ରଦେଶରେ ସଂକ୍ରମଣ ବଢ଼ିଛି । ଦିନକରେ ଏଠାରେ ୯୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ତେବେ ଦେଶରେ ମୋଟ ମାମଲା ଏ ପର୍ଯ୍ୟନ୍ତ ଲକ୍ଷେ ଡେଇଁନାହିଁ (୯୩,୧୯୩) । ତେବେ ସଂକ୍ରମଣ ବୃଦ୍ଧିକୁ ଏଡ଼ାଇବା ପାଇଁ ଚୀନ୍‌ ଏହାର ପ୍ରମୁଖ ପରିବହନ ରୁଟ୍‌କୁ ବନ୍ଦ କରିଦେଇଛି । କୋଟି କୋଟି ନାଗରିକ ପୁଣି ଲକ୍‌ଡାଉନ୍‌ରେ ବନ୍ଦ ହୋଇପଡ଼ିଛନ୍ତି । ଦେଶରେ ସର୍ବାଧିକ ୧୬୦ କୋଟି ଡୋଜ୍‌ ଟିକା ପରିଚାଳନା ହୋଇଥିଲେ ସୁଦ୍ଧା ଏଠାରେ ପୁଣି ସଂକ୍ରମଣ ବଢ଼ିବା ଆଶ୍ଚର୍ଯ୍ୟର ବିଷୟ ହୋଇଛି ।

ସମ୍ବନ୍ଧିତ ଖବର