୧୯ ବର୍ଷୀୟ ଯୁବକଙ୍କୁ କରୋନା : ବିନା ଲକ୍ଷଣରେ ୭ଥର ପଜିଟିଭ ଟେଷ୍ଟ… କ୍ୱାରେଣ୍ଟାଇନ୍‌ରେ ମାସେ ବିତିଲାଣି

ଭଦୋଦରା ୧୧ /୦୫ : କରୋନାକୁ ନେଇ ସବୁଠୁ ଆତଙ୍କ ଓ ଆଶଙ୍କା । ହେଲେ ଭଦୋଦରାରେ ଏମିତି ଏକ ଘଟଣା ଘଟିଛି , ଯାହାକି ସମସସ୍ତଙ୍କୁ ଚିନ୍ତାରେ ପକାଇଛି । ଜଣେ ୧୯ ବର୍ଷୀୟ ଯୁବକଙ୍କୁ ସାତ ଥର କୋଭିଡ୍‌-୧୯ର ପଜିଟିଭ ଆସିଲାଣି । ହେଲେ ଏଯାଏ ତାଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଉନି ।

ସୂଚନା ମୁତାବକ , ଜୟ ପଟନି ନାମକ ଏହି ଯୁବକ ଜଣଙ୍କ ପାଖାପାଖି ମାସେ ହେବ ସେ  କ୍ୱାରେଣ୍ଟାଇନରେ ରହିଲେଣି । ଆଉ ସାତ ଥର ଟେଷ୍ଟରେ ପଜିଟିଭ୍‌ ଆସିଛି। ଜୟ ପଟନି ହେଉଛନ୍ତି ଭଦୋଦରା ହାଇ ସ୍ପିଡ୍‌ ରେଲୱେ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ରେ ରହୁଥିବା ଅନ୍ୟ ୧୨ଜଣ କରୋନା ରୋଗୀଙ୍କ ମଧ୍ୟରୁ ଜଣେ।  ଏଠାରେ କରୋନା ରୋଗୀଙ୍କ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନରେ ରଖାଯିବାର ସୁବିଧା କରାଯାଇଛି ।

କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା, ପଟନିଙ୍କର ଏଯାଏ କୌଣସି  ଲକ୍ଷଣ ଦେଖାଯାଇନାହିଁ ।  କୌଣସି କଫ , କ୍ଲାନ୍ତ ଲାଗିବା ବା ମୁଣ୍ଡବ୍ୟଥା କୌଣସି ବି ଲକ୍ଷଣ ତାଙ୍କ ଠାରେ ନାହିଁ । ସେ ପ୍ରଥମ ଦିନରୁ ହିଁ ପୁରା ସୁସ୍ଥ ବୋଲି ଜୟ ପଟନି ପ୍ରିଣ୍ଟକୁ କହିଛନ୍ତି।

ପଟନି  କୁହନ୍ତି , ୧୨ ମେ’କୁ ସେ ଆଇସୋଲେସନରେ ରହିବାର ମାସେ ପୁରିବ । ଏପ୍ରିଲ୍‌ ୧୨ରେ ସେ ଓ ତାଙ୍କ ବାପାଙ୍କୁ କରୋନା ପଜିଟିଭ୍‌ ବାହାରିଥିଲା । ତାଙ୍କର ପଡୋଶୀର ଜଣେ ଶିଶୁର ଅସୁସ୍ଥ ହେବାର କିଛି ଦିନ ପରେ ମୃତ୍ୟୁ ହୋଇଥିଲା । ଏହାପରେ ସେମାନେ ଭାବିଥିଲେ ଟେଷ୍ଟ କରିବେ ବୋଲି । ପ୍ରଥମରେ ସେମାନେ ଭାବିଥିଲେ କରୋନା ଯୋଗୁ ପିଲାଟିର ମତ୍ୟୁ ହୋଇଛି ବୋଲି , ହେଲେ ଜଣାପଡ଼ିଥିଲା ଡେଙ୍ଗୁ ହୋଇଥିଲା ପିଲାଟିକୁ ।

ପଟନି  ଭଦୋଦରାର ,ଏମଏସ୍‌ କଲେଜ୍‌ର ଜଣେ  ପ୍ରଥମ ବର୍ଷର ଛାତ୍ର । ତାଙ୍କ ପିତାବାପା ନାଗରୱାଡାରେ ରୁହନ୍ତି , ଯାହାକି ଭଦୋଦରାର ଏକ  ପ୍ରମୁଖ କୋଭିଡ୍‌-୧୯ ହଟ୍‌ସ୍ପଟ୍‌।

ତାଙ୍କ ବାପା-ମା ଓ ସେ ୩ଜଣ ଯାକ ଗୋତ୍ରି ମେଡିକଲ କଲେଜ୍‌ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏଠାରେ  କୋଭିଡ୍‌-୧୯ ରୋଗୀଙ୍କୁ ଆଇସୋଲେସନର ସୁବିଧା କରାଯାଇଛି ।  ସେଠାରେ ପଟନି  ୨୦ ଦିନ ରହିଥିଲେ ।  ୧୩ ଦିନ ମଧ୍ୟରେ ତାଙ୍କ ବାପା-ମାଆଙ୍କର  ନେଗେଟିଭ୍‌ ଆସିଲା ପରେ ସେ ଘରକୁ ଫେରିଥିଲେ । କିନ୍ତୁ ବିନା ଲକ୍ଷଣରେ ତାଙ୍କୁ କ୍ୱାରେଣ୍ଟାଇନ୍‌କୁ ସିଫ୍ଟ କରାଗଲା ।

ପଟନା କୁହନ୍ତି , ମୁଁ ୮ମ ଟେଷ୍ଟକୁ ଅପେକ୍ଷା କରିଛି । ଏଥର ନେଗେଟିଭ୍‌ ଆସିବ ବୋଲି ଆଶା ରଖିଛନ୍ତି ।  ତାପରେ ସେ ଘରକୁ ଯିବେ ।   

   ସମ୍ବନ୍ଧିତ ଖବର


ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା