PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ବଲିଉଡର ଏହି ଅଭିନେତ୍ରୀଙ୍କ ମୃତ୍ୟୁ ପରେ ପରିବାର ଲୋକ କିମ୍ବା ଫିଲ୍ମ ଇଣ୍ଡଷ୍ଟ୍ରୀ କେହି ଜଣାଇଲେନି ଦୁଃଖ

ମୁମ୍ବାଇ,୨୨।୪: ସିନେମା ଜଗତର ଚର୍ଚ୍ଚିତ ଫିଲ୍ମ ‘କାମସୁତ୍ର-ଥ୍ରୀଡି’ର ଅଭିନେତ୍ରୀ ସାୟରା ଖାନଙ୍କର ଗତ ଶୁକ୍ରବାର ପରଲୋକ ହୋଇଛି। ତାଙ୍କର ମୃତ୍ୟୁ ହୃଦଘାତରେ ହୋଇଥିବାର କୁହାଯାଉଛି। ’କାମସୁତ୍ର-ଥ୍ରୀଡି’ରେ ସାୟରା ଚର୍ଚ୍ଚିତ ଅଭିନେତ୍ରୀ ସର୍ଲିନ ଚୋପ୍ରାଙ୍କ ସ୍ଥାନରେ ଅଭିନୟ କରିଥିଲେ। ଫିଲ୍ମ ରିଲିଜ ବେଳେ ଶର୍ଲିନଙ୍କୁ ନେଇ ଖୁବ୍ ବିବାଦ ହୋଇଥିଲା ତେଣୁ ସାୟରାଙ୍କୁ ଏହି ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା। ତେବେ ଫିଲ୍ମରେ ବିବାଦ ପାଇଁ ସାୟରାଙ୍କୁ ବିଶେଷ ସଫଳତା ମିଳିପାରିନଥିଲା। ସାୟରାଙ୍କ ମୃତ୍ୟୁ ପରେ ଫିଲ୍ମ ନିର୍ମାତା ରୂପେଶ ପଲ୍ ମଧ୍ୟ ଖୁବ୍ ଆଘାତ ପାଇଛନ୍ତି। ସେ କହିଛନ୍ତି ସାୟରାଙ୍କ ମୃତ୍ୟୁ ପରେ ବଲିଉଡର କୌଣସି କଳାକାର ଦୁଃଖ ପ୍ରକାଶ କରିନାହାଁନ୍ତି। ଏପରିକି ତାଙ୍କ ପରିବାର ଲୋକଙ୍କ ମଧ୍ୟରୁ ଜଣେ କେହି ମଧ୍ୟ ଦୁଃଖ କିମ୍ବା ସମବେଦନା ପ୍ରକାଶ କରିନାହାଁନ୍ତି।

ସେ କହିଛନ୍ତି, ଶର୍ଲିନଙ୍କ ସ୍ଥାନରେ ସାୟରାଙ୍କୁ ନେବାରେ ଖୁବ୍ ଅସୁବିଧାର ସାମନା କରିବାକୁ ପଡିଥିଲା। ସାୟରାଙ୍କ ପାଇଁ ଏହି ଭୂମିକା ଖୁବ୍ ଚ୍ୟାଲେଞ୍ଜିଂ ରହିଥିଲା। ସେ ଏକ ରୁଢିବାଦୀ ମୁସଲମାନ ପରିବାରରୁ ଆସିଥିଲେ। ସେହି କାରଣରୁ ତାଙ୍କ ପରିବାର ଲୋକ ଏହାକୁ ବିରୋଧ କରିଥିଲେ। ଫଳରେ ତାଙ୍କୁ ଏହି ଫିଲ୍ମରେ ନେବା ପାଇଁ ଖୁବ୍ ସମସ୍ୟା ହୋଇଥିଲା। କିନ୍ତୁ ସାୟରା ଯେତେବେଳେ ଏହି ଭୂମିକାରେ ଅଭିନୟ କରିଥିଲେ ସେ ପ୍ରମାଣିତ କରିପାରିଥିଲେ ଯେ, ଯେ କୌଣସି ଭୂମିକାରେ ଅଭିନୟ କରିପାରିବେ। ସାୟରା ଜଣେ ଭଲ ଅଭିନେତ୍ରୀ ଥିଲେ ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି କହିଛନ୍ତି ରୂପେଶ।