କାଶ୍ମୀର ପ୍ରସଙ୍ଗ ନେଇ ଏହି ଦେଶ ପାକିସ୍ତାନକୁ ଦେଲା ସମର୍ଥନ,କହିଲା-ଆମେ ତୁମ ସହିତ ରହିଛୁ

ନୂଆଦିଲ୍ଲୀ,୨।୯: ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରାଜ୍ୟର ପୁନଃର୍ଗଠନ ସମ୍ପର୍କିତ ଭାରତର ଐତିହାସିକ ନିଷ୍ପତ୍ତି ପରେ ପାକିସ୍ତାନ ଏହାକୁ କଡା ବିରୋଧ କରି ଏହାକୁ ଅନ୍ତଃର୍ଜାତୀୟ ମଞ୍ଚରେ ଉଠାଇ ଥିଲା। ଏବେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ଅନ୍ତଃର୍ଜାତୀୟ ବିବାଦରେ ପାକିସ୍ତାନକୁ ଏକ ଦେଶ ସମର୍ଥନ କରି ଭାରତର ଏହି ପଦକ୍ଷେପକୁ ବିରୋଧ କରିଛି। ଏହା ସହିତ ଭାରତର ଏହି ପଦକ୍ଷେପକୁ  ଶେଷ କରିବାକୁ ସମ୍ଭାବିତ ପଦକ୍ଷେପ ଗ୍ରହଣ କରାଯିବ। ପାକିସ୍ତାନ କହିଛି ସମସ୍ତ ମୁସଲମାନ ଏବେ ଏକାଠି ମିଶି କଶ୍ମୀରବାସୀଙ୍କ  ସୁରକ୍ଷା ନେଇ ପ୍ରାର୍ଥନା କରିବା।

ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ପ୍ରସଙ୍ଗ ନେଇ ତୁ୍ର୍କୀର ରାଷ୍ଟ୍ରପତି ରଚେପ ତୈୟେପ ଅର୍ଦିଆନଙ୍କ ସହିତ କଥା ହୋଇଛନ୍ତି। ତୁର୍କୀ ଏହି ମାମଲାରେ ପାକିସ୍ତାନ ସହିତ ରହିଛି ବୋଲି ପାକ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ ଏହି ଖବରକୁ ଗୁରୁତ୍ବ ଦେଇଥିବା ବେଳେ ବିଭିନ୍ନ ଖବରକାଗଜରେ ଏହାକୁ ପ୍ରମୁଖ ଖବର ଭାବରେ ପ୍ରକାଶ କରାଯାଇଛି।ଏହି ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସୋମବାର ମାଲେସିଆର ପ୍ରଧାନମନ୍ତ୍ରୀ ମହାତିର ବିନ୍ ମହମ୍ମଦଙ୍କ ସହିତ କଥା ହୋଇଛନ୍ତି।

   ସମ୍ବନ୍ଧିତ ଖବର


ବିଏସ୍‌ପିର ୭ ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବିତ କଲେ ମାୟାବତୀ, କହିଲେ- ଏସପିକୁ ଶିକ୍ଷା ଦେବାକୁ ବିଜେପିକୁ ଭୋଟ୍ ଦେବାକୁ ପଛେଇବି ନାହିଁ

୪୦ ମିନିଟ୍ ପର୍ଯ୍ୟନ୍ତ ନିଖୋଜ ହୋଇଗଲା ବିଜେପି ନେତା ମନୋଜ ତିଓ୍ବାରୀଙ୍କ ହେଲିକାପ୍ଟର, ପାଟନାରେ କଲା ଜରୁରୀକାଳୀନ ଅବତରଣ…

ଭାରତକୁ ଆମେରିକାର ନୂଆ ପ୍ରସ୍ତାବ: ନୌସେନାକୁ ଦେବ ଏଫ-୧୮ ଯୁଦ୍ଧବିମାନ, ବିମାନବାହୀ ଯୁଦ୍ଧଜାହାଜରେ ଏଗୁଡିକୁ କରାଯିବ ମୁତୟନ

ସମାଜବାଦୀ ପାର୍ଟି ପତାକା ରଙ୍ଗରେ ତିଆରି ହେଲା ରେଲଓ୍ବେ ହସପିଟାଲ ଶୌଚାଳୟ, ଦଳ କହିଲା ତୁରନ୍ତ ନିଆଯାଉ କାର୍ଯ୍ୟାନୁଷ୍ଠାନ…

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ, କରୋନାରୁ ସୁସ୍ଥ ହୋଇ ଫେରିଥିଲେ

ଭାରତକୁ ସାଉଦିର ଦୀପାବଳି ଉପହାର: ପାକ୍‌ ମାନଚିତ୍ରରୁ କାଶ୍ମୀର, ଗିଲଗିଟ୍‌କୁ ଦେଲା ବାଦ