ପାକିସ୍ତାନର ଏହି କ୍ରିକେଟିୟର ରାମ ମନ୍ଦିର ନିର୍ମାଣ ହେଲେ ଭାରତ ଆସି କରିବେ ଦର୍ଶନ

ଲାହୋର- ପାକିସ୍ତାନରେ ବି ରାମ ଭକ୍ତ ଅଛନ୍ତି । ରାମ ମନ୍ଦିର ନିର୍ମାଣକୁ ସେମାନେ ସମର୍ଥନ କରିଛନ୍ତି । ରାମଙ୍କୁ କୌଣସି ଧର୍ମ ମଧ୍ୟରେ ବାନ୍ଧି ନରଖି ଏହା ଭାରତୀୟତାର ପ୍ରତୀକ ବୋଲି କହିଛନ୍ତି । ପାକିସ୍ତାନ କ୍ରିକେଟିୟର ଦାନିଶ କାନେରିଆ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଲେ ସେ ସେଠାକୁ ଦର୍ଶନ କରିବା ପାଇଁ ଆସିବେ ବୋଲି ସୂଚନା ଦେଇଛନ୍ତି । ସେ ଏହା ପ୍ରଭୁ ଶ୍ରୀ ରାମଙ୍କର ଇଚ୍ଛା ବୋଲି କହିଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶିଳା ନ୍ୟାସ ହୋଇ ସାରିଛି । ପ୍ରଧାନମନ୍ତ୍ରୀ ମୋଦୀ ଏହାର ଶିଳାନ୍ୟାସ କରିଛନ୍ତି ।

Image courtesy – outlook

କରୋନା କଟକଣା ଯୋଗୁଁ ସୀମିତ ଅତିଥି ଏବଂ ଭକ୍ତ ଏହି ଶିଳାନ୍ୟାସ ଉତ୍ସବରେ ସାମିଲ ହୋଇଥିଲେ । ତିନି ବର୍ଷ ଭିତରେ ବିଶାଳ ତଥା ଭବ୍ୟ ରାମ ମନ୍ଦିର ନିର୍ମାଣ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।


ରାମ ମନ୍ଦିର ନିର୍ମାଣ ପରେ ପ୍ରଭୁ ଶ୍ରୀ ରାମଙ୍କ ଦର୍ଶନ ପାଇଁ ଦେଶ ବିଦେଶରୁ ରାମ ଭକ୍ତ ବେଶ୍‌ ଆଗ୍ରହ ପ୍ରକାଶ କରିଛନ୍ତି । ସେମାନେ ଏଠାରେ ରାମ ଲାଲାଙ୍କ ଦର୍ଶନ ମନ୍ଦିର ମଧ୍ୟରେ କରିବେ ବୋଲି ଆଶା କରିଛନ୍ତି ।
ପାକିସ୍ତାନର ପର୍ବତନ କ୍ରିକେଟ ଖେଳାଳୀ ଦାନିଶ କାନେରିଆ ଶ୍ରୀ ରାମ ଚନ୍ଦ୍ରଙ୍କର ଇଚ୍ଛା ଥିଲେ ସେ ରାମ ମନ୍ଦିରରେ ଶ୍ରୀରାମଙ୍କର ଦର୍ଶନ କରିବେ ବୋଲି କହିଛନ୍ତି । ସାରା ଦୁନିଆରେ ଥିବା ହିନ୍ଦୁମାନଙ୍କ ପାଇଁ ରାମ ମନ୍ଦିର ଶିଳାନ୍ୟାସ ଏକ ଐତିହାସିକ ଦିନ ବୋଲି ଦାନିଶ କାନେରିଆ ସୂଚନା ପ୍ରଦାନ କରିଛନ୍ତି ।

ଇଣ୍ଡିଆ ଟିଭିକୁ ଦେଇଥିବା ଏକା ସାକ୍ଷାତକାରରେ ସେ ଏହି କଥା ପ୍ରକାଶ କରିଛନ୍ତି । ସେ ରାମଙ୍କର ବଡ ଭକ୍ତ । ତାଙ୍କ ଦ୍ୱାରା ପ୍ରଦର୍ଶୀତ ରାସ୍ତାରେ ଚାଲିବା ପାଇଁ ଚେଷ୍ଟା କରନ୍ତି ବୋଲି କହିଛନ୍ତି । ପିଲାବେଳୁ ସେ ରାମାୟଣ ଦେଖି ଆସିଛନ୍ତି । ରାମଙ୍କ ଉପରେ ସେ ବିଶ୍ୱାସ କରନ୍ତି ଏବଂ ସେହି ଆସ୍ଥାପାଇଁ ସେ ଏହି ଅବସରରେ ଟ୍ୱିଟ କରିଥିଲେ ବୋଲି କହିଛନ୍ତି ।

   ସମ୍ବନ୍ଧିତ ଖବର


ସ୍ଥଳ ସେନାର ବ୍ରହ୍ମୋସ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ

‘ଆରେ ତୁମେ କ’ଣ କରୁଛ..ପୁରା କେଶ କାଟିଦେବ କି..ଆରେ ୟାର…’ ଇଣ୍ଟରନେଟ୍‌ରେ ଧମାଲ କରୁଛି ଏହି କୁନିର ଝିଅର ହେୟାର କଟିଂ ଭିଡ଼ିଓ

କୁକୁରର ହେବ ଡିଏନ୍‌ଏ ଟେଷ୍ଟ: ଶାଦାବ୍‌ଙ୍କ ‘କୋକୋ’ ନା କାର୍ତ୍ତିକଙ୍କ ‘ଟାଇଗର’…

ଆଶ୍ଚର୍ଯ୍ୟ ଲାଗିଲେ ବି ସତ: ଅନ୍ତିମ ସଂସ୍କାରର ସପ୍ତାହେ ପରେ ଘରକୁ ଫେରିଲେ ‘ଶିବ’

ସମସ୍ତଙ୍କୁ ଜୀବନ ସାଥି ବାଛିବାର ଅଧିକାର ରହିଛି , ସରକାର ହସ୍ତକ୍ଷେପ କରିପାରିବେ ନାହିଁ – ଆହ୍ଲାବାଦ ହାଇକୋର୍ଟ

ଚାଲବାଜ ଚୀନ୍ ରଚୁଛି ଚକ୍ରବ୍ୟୁହ,ସାଟେଲାଇଟ୍ ଚିତ୍ରରୁ ଧରାପଡ଼ିଲା ଷଡଯନ୍ତ୍ର: ଡୋକଲାମରେ ଅସ୍ତ୍ର ଭଣ୍ଡାର ନିର୍ମାଣ କରୁଛି ଡ୍ରାଗନ୍