PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ସମ୍ପର୍କରେ ଭାଇ ଭଉଣୀ ବିବାହ କରିବାକୁ ବିରୋଧ କରିବାରୁ କନ୍ୟା ପକ୍ଷଙ୍କ ଉପରେ ଗୁଳି

ସମ୍ପର୍କରେ ଭାଇ ଭଉଣୀ । ଏମାନଙ୍କର ବିବାହ ଆର୍ଯ୍ୟ ସମାଜର ମନ୍ଦିରରେ ହୋଇଥିଲା । ଏହାପରେ ଦୁଇ ପକ୍ଷ ବିବାହକୁ ଅମାନ୍ୟ କରିଥିଲେ । ପରେ କନ୍ୟା ପକ୍ଷ ଉପରେ ଆକ୍ରମଣ ହୋଇଥିଲା । କନ୍ୟା ପକ୍ଷ ଉପରେ ଗୁଳି ଚାଳନା କରାଯାଇଥିବା ଅଭିଯୋଗ ହୋଇଛି ।
ପୁଲିସ ଏବେ ଏହି ଘଟଣାର ତଦନ୍ତ କରୁଛି । ପୁଲିସ ସୂଚନା ଅନୁସାରେ କନ୍ୟା ପକ୍ଷ କମାଲପୁର ବୁରାଡିରେ ରହୁଛନ୍ତି । କନ୍ୟାର ପିତା ଜଳନ୍ଧରରେ ଚାକିରି କରନ୍ତି । ୨୦ ବର୍ଷର ଏହି ଯୁବତୀଙ୍କର ତାଙ୍କ ପରିବାରର ସମ୍ପର୍କୀୟ ଭାଇ ସହ ବିବାହ ହୋଇଥିଲା । ଆର୍ଯ୍ୟ ସମାଜର ମନ୍ଦିରରେ ବିବାହ ହୋଇଥିଲା । ଏହାପରେ ଯୁବତୀ ଜଣଙ୍କ ନିଜ ଘରକୁ ଚାଲି ଆସିଥିଲେ ।

ପରିବାର ଲୋକଙ୍କୁ ଏହି ବିବାହ ବିଷୟରେ ଜଣା ପଡିବାରୁ ସେମାନେ ବିବାହକୁ ଅମାନ୍ୟ ଘୋଷଣା କରିଥିଲେ । ସମ୍ପର୍କରେ ଭାଇ ଭଉଣୀ ହୋଇଥିବାରୁ ଦୁଇ ପକ୍ଷ ଏହି ବିବାହକୁ ଅମାନ୍ୟ ଘୋଷଣା କରିଥିଲେ । ଏହାପରେ ଦୁଇ ପକ୍ଷ ଆର୍ଯ୍ୟ ସମାଜ ଯାଇ ବିବାହର ସମସ୍ତ କାଗଜପତ୍ର ଫେରସ୍ତ ନେବାକୁ ଯିଦି କରିବା ସହ ନେଇ ଆସିଥିଲେ । ଏହାପରେ କନ୍ୟା ପିତା ନିଜ ସ୍ତ୍ରୀ ଏବେ ଦୁଇ ପୁଅଙ୍କ ସହ ବଜାର ଯାଇଥିଲେ ।

ଏହି ସମୟରେ ତିନି ୪ ଜଣ ଯୁବକ ତାଙ୍କ ରାସ୍ତାରୋକି ଥିଲେ । କିଛି କହିବା ପୂର୍ବରୁ ମାରପିଟ୍‌ ଆରମ୍ଭ କରିଥିଲେ । ଝଗଡା କରିବାର କାରଣ ପଚାରିବାରୁ କିଛି କହି ନଥିଲେ । ଏହା ପରେ ସେମାନେ କନ୍ୟା ପିତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ପୁଅ ବଞ୍ଚାଇବା ପାଇଁ ଆସିବାରୁ ସେମାନେ ପୁଅକୁ ଆକ୍ରମଣ କରିଥିଲେ । ସେଠାରେ ସ୍ଥାନୀୟ ଲୋକ ଜମା ହୋଇ ଯିବାରୁ ଆକ୍ରମଣକାରୀମାନେ ସେଠାରୁ ଛତ୍ର ଭଙ୍ଗ ଦେଇଥିଲେ ।

ଗୁଳି କାଣ୍ଡରେ କନ୍ୟା ପରିବାରର ଜଣେ ଗୁରୁତର ହୋଇଛନ୍ତି । ଏହି ଆକ୍ରମଣକାରୀଙ୍କ ସହ ଆର୍ଯ୍ୟ ସମାଜର ପୂଜାରୀଙ୍କ ସମ୍ପର୍କୀୟ ଥିବା କଥା କନ୍ୟା ପିତା ଅଭିଯୋଗ କରିଛନ୍ତ । ଏବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।