ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଇଗ୍‌ଲୁ ହୋଟେଲ, ଗୋଟିଏ ରାତିର ରହିବାକୁ ଲାଗୁଛି ଏତିକି ଟଙ୍କା…

ନୂଆଦିଲ୍ଲୀ ୧୫/୯: ପର୍ଯ୍ୟଟକଙ୍କୁ ବିରଳ ପରିବେଶର ଅନୁଭବ ଦେବା ଉଦ୍ଦେଶ୍ୟରେ ଏକ ବିଳାସପୂର୍ଣ୍ଣ ଭ୍ରମଣ କମ୍ପାନି ଉତ୍ତର ମେରୁରେ ଗତିଶୀଳ ହୋଟେଲ ଖୋଲିବାକୁ ଯାଉଛି । ଏହି ହୋଟେଲରେ ପାଞ୍ଚ ରାତି ବିତାଇବା ପାଇଁ ଜଣେ ରୋମାଞ୍ଚପ୍ରେମୀଙ୍କୁ ୧ଲକ୍ଷ ଡଲାର(୭୦,୮୬୩,୮୯ ଟଙ୍କା) ବ୍ୟୟ କରିବାକୁ ପଡ଼ିବ । ୨୦୨୦ରେ ଉତ୍ତର ମେରୁରେ ଇଗ୍‌ଲୁ ହୋଟେଲ ପ୍ରଥମ ଅତିଥିଙ୍କୁ ସ୍ୱାଗତ କରିବ । ପ୍ରତି ବର୍ଷ ଏପ୍ରିଲରେ ରୋମାଞ୍ଚପ୍ରେମୀ ଉତ୍ତର ମେରୁ ଦୃଶ୍ୟ ଦେଖିପାରିବେ ଏହି ଇଗ୍‌ଲୁ ହୋଟେଲରେ । ପ୍ରସିଦ୍ଧ ଭ୍ରମଣ କମ୍ପାନି ଲକ୍‌ଜରି ଆକ୍ସନର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜେନ୍‌ ହୋନ୍‌କାନେନ୍‌ ଏହି ପ୍ରୟାସ ଆରମ୍ଭ କରିଛନ୍ତି ।

ଆର୍ଟିକ ଓ ଉତ୍ତର ମେରୁରେ ପ୍ରକୃତି ବିଷୟରେ ଅଧିକ ଜାଣିବା ପାଇଁ କମ୍ପାନିର ଅତିଥିଙ୍କ ରୁଚି ଦେଖିବା ପରେ ସେମାନଙ୍କୁ ଭ୍ରମଣର ଏକ ସୁଯୋଗ ଦେବାକୁ ଜେନ୍‌ ସ୍ଥିର କଲେ । ଉତ୍ତର ମେରୁରେ ଅତିଥି କାଚ କାନ୍ଥଯୁକ୍ତ ୧୦ଟି ଇଗ୍‌ଲୁ ମଧ୍ୟରୁ ଗୋଟିକରେ ରାତି ବିତାଇବେ । କାଚର ଛାତ ମଧ୍ୟ ଦେଇ ସେମାନେ ନକ୍ଷତ୍ର, ଉତ୍ତର ମେରୁର ଆଲୋକ ଦେଖିପାରିବେ । ଦିନରେ ଗ୍ଲାସିୟରରେ ଭ୍ରମଣ କରିବେ ଏବଂ ମେରୁ ଅଞ୍ଚଳରେ ବାସ କରୁଥିବା ସ୍ୱଦେଶୀ ଲୋକଙ୍କୁ ଭେଟିବେ । ଏଥିସହ ନିକଟରେ କାର୍ଯ୍ୟରତ ବୈଜ୍ଞାନିକଙ୍କୁ ମଧ୍ୟ ଭେଟିବେ । ସେତିକି ନୁହେଁ, ସିଲ୍‌, ଧ୍ରୁବୀୟ ଭାଲୁ, ଆର୍କଟିକ୍‌ ପକ୍ଷୀ ଓ ଅନ୍ୟ ବନ୍ୟଜୀବଙ୍କ ସଂସ୍ପର୍ଶରେ ମଧ୍ୟ ଆସିପାରିବେ ।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ