PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଅଟକାଇ ପାରିନି ବାର୍ଦ୍ଧକ୍ୟର ଅସହାୟତା: ବୟସ ୬୫ ଟପିଲାଣି ହାତର ସ୍ଥିରତା ବି କମିଲାଣି ଆଖିକୁ ବି ଆଉ ଭଲ ଦେଖା ଯାଉନାହିଁ -ତଥାପି ନିଜର ନିଖୁଣ କଳାକୃତି ଗଢିବାରେ ହାରି ନାହାନ୍ତି

କଟକ, (ବ୍ୟୁରୋ): ବୟସ ୬୫ ଟପିଲାଣି । ହାତର ସ୍ଥିରତା ବି କମିଲାଣି । ଆଖିକୁ ବି ଆଉ ଭଲ ଦେଖା ଯାଉନାହିଁ । ତଥାପି ନିଜର ନିଖୁଣ କଳାକୃତି ଗଢିବାରେ ହାରି ନାହାନ୍ତି କଟକ କାଠଗଡ଼ା ସାହିର ଗୀତାଞ୍ଜଳି ବେହେରା । ଦୀର୍ଘ ୪୦ ବର୍ଷ ହେବ ତିଆରି କରି ଆସୁଛନ୍ତି ମାଟି କଣ୍ଢେଇ । ହାତ ତିଆରି ମାଟି କଣ୍ଢେଇ ପାଇଁ ବିଭିନ୍ନ ସ୍ଥାନରେ ପ୍ରଶଂସିତ
ବି ହୋଇଛନ୍ତି । ତାଙ୍କର ଏହି କଳା ଓ ପ୍ରତିଭା ଆଗରେ ବାର୍ଦ୍ଧକ୍ୟର ଅସହାୟତା ହାର ମାନିଛି ।


କାଠଗଡ଼ା କୁମ୍ଭାରସାହିର ସ୍ୱର୍ଗତ ବାବାଜୀ ବେହେରାଙ୍କ ପତ୍ନୀ ହେଉଛନ୍ତି ଗୀତାଞ୍ଜଳି । ୪ଟି ପୁଅ ଓ ଗୋଟିଏ ଝିଅ ଥିବାବେଳେ ଝିଅ ଏବଂ ତିନି ପୁଅ ବିବାହ କରିସାରିଛନ୍ତି ।
ହେଲେ ସାନ ପୁଅ ବିବାହ ନକରି ମା’ ଗୀତାଞ୍ଜଳିଙ୍କୁ କାମରେ ସହଯୋଗ କରୁଛନ୍ତି । ଦୁହେଁ ମିଶି ମାଟିରେ ଛୋଟ ଛୋଟ ୨ ମହଲା, ୩ ମହଲା ଘର, ଡଙ୍ଗା, ଗଛ, ବିଭିନ୍ନ ଠାକୁରଙ୍କ ମୂର୍ତ୍ତି, କଣ୍ଢେଇ ଆଦି ତିଆରି କରୁଛନ୍ତି । ଏହା ପୂର୍ବରୁ ସେ ସ୍ୱାମୀ ବାବାଜୀଙ୍କୁ ଗୀତାଞ୍ଜଳି ସହଯୋଗ କରୁଥିଲେ ।

କଣ୍ଢେଇ ତିଆରି ଦେଖିବା ପରେ ଗୀତାଞ୍ଜଳି ମଧ୍ୟ କାମ ଶିଖି ଯାଇଥିଲେ । ଖୁବ୍‌ କମ୍‌ ଦିନରେ ସ୍ୱାମୀ ବାବାଜୀଙ୍କ ସହିତ ମିଶି ଅନେକ ମାଟି କଣ୍ଢେଇ ତିଆରି କଲେ । ମାଟିରେ ବିଭିନ୍ନ ପ୍ରକାର କଣ୍ଢେଇ ତିଆରି କରି ସେଗୁଡ଼ିକୁ ବିଭିନ୍ନ ମେଳା ଓ ଯାତ୍ରାରେ ବିକ୍ରି କରି ପରିବାର ଚଳାଉଥିଲେ । ସେଥିରୁ ଯେଉଁ ଦୁଇ ପଇସା ବାହାରୁଥିଲା, ସେଥିରେ ତାଙ୍କର ପରିବାର ଚଳିବା ସହିତ ପିଲାମାନଙ୍କର ପାଠପଢ଼ା ଖର୍ଚ୍ଚ ମଧ୍ୟ ବାହାରି ଯାଉଥିଲା । ତାଙ୍କର ଏଭଳି କଳାକୃତିକୁ ନେଇ ସରକାରଙ୍କ ତରଫରୁ କରା ଯାଉଥିବା ବିଭିନ୍ନ ଦର୍ଶନୀରେ ମଧ୍ୟ ତାଙ୍କୁ ସାମିଲ କରା ଯାଇଥିଲା । ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ଏକ ମେଳାରେ ତତ୍କାଳୀନ ପରିବହନ ମନ୍ତ୍ରୀ ଅରବିନ୍ଦ ଢାଲି ତାଙ୍କ କଳାକୃତିର ଢେର ପ୍ରଶଂସା କରିବା ସହ ନିଜେ କିଣିଥିଲେ । ଏବେ ପ୍ଲାଷ୍ଟିକ୍‌ କଣ୍ଢେଇର ଚାହିଦା ବଢ଼ିଯାଇଛି ସତ, ହେଲେ ମାଟି କଣ୍ଢେଇର ଆଦର ସଂପୂର୍ଣ୍ଣ ଭାବେ କମିନାହିଁ । ଏବେ ବି ଲୋକଙ୍କ ମନରେ ମାଟି ତିଆରି
ସାମଗ୍ରୀ ପ୍ରତି ଆଗ୍ରହ ରହିଛି । ବେଡ୍‌ରୁମ୍‌, ଡ୍ରଇଂ ରୁମ୍‌ ଏବଂ ଘରର ସୌନ୍ଦର୍ଯ୍ୟକରଣ ପାଇଁ ଲୋକେ ମାଟି ତିଆରି ସାମଗ୍ରୀ ଖୋଜୁଛନ୍ତି । ମାତ୍ର ଏହାର ପ୍ରଚାର ପ୍ରସାର କିମ୍ବା
ଆବଶ୍ୟକ ପାଉଣା ମିଳୁନଥିବାରୁ ବହୁ କାରିଗର ଏ କାମ ଛାଡ଼ି ସାରିଲେଣି । ଗୀତାଞ୍ଜଳି କିନ୍ତୁ ଏ କଳାକୁ ଛାଡ଼ିନାହାନ୍ତି ।


ମାଟି କଣ୍ଢେଇର ମୂଲ୍ୟ ଏବେ ୩୦ରୁ ବଢି ୧୦୦ରୁ ୨୦୦ ଟଙ୍କା ହୋଇଥିଲେ ବି ଗୀତାଞ୍ଜଳିଙ୍କ ପାଖକୁ ଅନେକ ବରାଦ ଆସୁଛି । ଏଥିପାଇଁ ଗୀତାଞ୍ଜଳି ପ୍ରତିବର୍ଷ ନିଜ ଚିନ୍ତନରେ ଥିବା ଦୃଶ୍ୟକୁ ମାଟିରେ ଆକାର ଦେଇ ସୁନ୍ଦର ଆକାରରେ ପରିଣତ କରି ଦେଉଛନ୍ତି । ଗୀତାଞ୍ଜଳିଙ୍କ ଏ ବାବଦରେ କହିବା କଥା ହେଲା କଳାକାର କେବେ କଳାକୁ ଭୁଲିପାରେ ନାହିଁ । ଯେ ପର୍ଯ୍ୟନ୍ତ ବଞ୍ଚିଛି, ସେ ଯାଏଁ ଏମିତି କଣ୍ଢେଇ ଗଢ଼ି ଚାଲିଥିବି ।