ଏହା ହେଉଛି ବିଶ୍ବର ସର୍ବଶ୍ରେଷ୍ଠ ବିମାନବନ୍ଦର, ଛାତ ଉପରେ ରହିଛି ସୁଇମିଂପୁଲ, ଫିଲ୍ମ ଥିଏଟର ଓ ସପିଂ ମଲ୍

ଲଣ୍ଡନ,୨୮।୩: ସ୍କାଇଟ୍ରେକ୍ସ ଓ୍ବାର୍ଲ୍ଡ ଏୟାରପୋର୍ଟ ଆଓ୍ବାର୍ଡ ଅନୁସାରେ ସିଙ୍ଗାପୁରରେ ଚାଙ୍ଗି ବିମାନବନ୍ଦରକୁ ଲଗାତାର ୭ମ ଥର ପାଇଁ ବିଶ୍ବର ସର୍ବଶ୍ରେଷ୍ଠ ବିମାନବନ୍ଦର ପୁରସ୍କାର ମିଳିଛି। ସେପରି ଭାରତର ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧି ଅନ୍ତଃର୍ଜାତୀୟ ବିମାନ ବନ୍ଦର(ଆଇଜିଆଇ)କୁ ୫୯ ତମ ସ୍ଥାନ ମିଳିଛି। ଗତ ବର୍ଷ ଅର୍ଥାତ ୨୦୧୮ରେ ନୂଆଦିଲ୍ଲୀ ୬୬ ତମ ସ୍ଥାନରେ ଥିଲା। ଏହି ସୂଚୀକୁ ବ୍ରିଟେନ ସ୍ଥିତି ସ୍କ୍ରାଇଟ୍ରେକ୍ସ ପକ୍ଷରୁ ଦିଆଯାଇଛି। ଏହା ଏକ ପରାମର୍ଶ କମ୍ପାନୀ, ଯାହାକି ଏୟାରଲାଇନ୍ସ ଓ ବିମାନବନ୍ଦରର ସମୀକ୍ଷା ଓ ରାଙ୍କିଙ୍ଗର କାର୍ଯ୍ୟ କରିଥାଏ, ଏଥିରେ ୧୦୦ ଟି ବିମାନ ବନ୍ଦର ସାମିଲ ରହିଛି।

ପ୍ରତିଷ୍ଠିତ ପୁରସ୍କାର ଲଣ୍ଡନରେ ପାସେଞ୍ଜର ଟର୍ମିନାଲ ଏକ୍ସପୋ ୨୦୧୯ରେ ଦିଆଯାଇଛି। ସ୍କଇଟ୍ରେକ୍ସ ବିଶ୍ବ ବିମାନବନ୍ଦର ପୁରସ୍କାର ପାଇଁ ବିଶ୍ବସ୍ତରୀୟ ବିମାନବନ୍ଦରରେ ଗ୍ରାହକଙ୍କ ସନ୍ତୁଷ୍ଟିକୁ ସର୍ବେକ୍ଷଣ ପାଇଁ ଉପଭୋକ୍ତାମାନେ ଭୋଟ ଦେଇଥିଲେ।

ସ୍କ୍ରାଇଟ୍ରେକ୍ସରର ସିଇଓ ଏଡଓ୍ବର୍ଡ ଫ୍ଲାଷ୍ଟେଡ୍ କହିଛନ୍ତି, ଲଗାତାର ଭାବରେ ୭ମ ଥର ପାଇଁ ସର୍ବଶ୍ରେଷ୍ଟ ବିମାନବନ୍ଦର ପାଇଁ ଜନ୍ ଚାଙ୍ଗି ବିମାନ ବନ୍ଦରକୁ ଭୋଟ କରାଯାଇଚି। ବିମାନ ବନ୍ଦର ପାଇଁ ଏହା ଏକ ସୁନ୍ଦର ଉପଲବ୍ଧି। ଏହି ପୁରସ୍କାର ଅନ୍ତଃର୍ଜାତୀୟ ବିମାନ ଯାତ୍ରୀଙ୍କ ସହ ବିମାନବନ୍ଦରର ଲୋକପ୍ରିୟତାକୁ ରେଖାଙ୍କିତ କରିଥାଏ। ସିଙ୍ଗାପୁରର ଚାଙ୍ଗି ବିମାନବନ୍ଦରର ଚାତ ଉପରେ ରହିଛି ସୁଇମିଂ ପୁଲ। ଏହା ସହ ଦୁଇଟି ଫିଲ୍ମ ଥିଏଟର, ଯାହାକି ୨୪ ଘଣ୍ଟା ଚାଲିଥାଏ। କେବଳ ସେତିକି ନୁହେଁ ଏଠାରେ ସପିଂ କରିବାକୁ ମଧ୍ୟ ରହିଛି ସପିଂ ମଲ।