ବନ୍ଦ ହେବ ମୋବାଇଲ ଓ୍ବାଲେଟ୍ ! ଜଲଦି ହିଁ ବାହାର କରିଦିଅନ୍ତୁ ଟଙ୍କା, ନେହେଲେ ପୁରାପୁରି ଫସିଯିବେ

ନୂଆଦିଲ୍ଲୀ ୩।୯: ବହୁ ମୋବାଇଲ ଓ୍ବାଲେଟ୍ କମ୍ପାନି ନିଜ ଗ୍ରାହକଙ୍କୁ ଲଗାତାର ଭାବେ କେଓ୍ବାଇସି ପୁରା କରିବା ପାଇଁ କହୁଛନ୍ତି। ଏଭଳି ନ କରିବା ଦ୍ବାରା କମ୍ପାନି ତରଫରୁ ଟ୍ରାଜେକ୍ସନର ସୁବିଧା ବନ୍ଦ କରିବା ପାଇଁ କୁହାଯାଉଛି।

ଆରବିଆଇ ତରଫରୁ ବିଭିନ୍ନ ମୋବାଇଲ ଓ୍ବାଲେଟ୍ କମ୍ପାନିକୁ ନୋଟିସ୍ ଜାରି କରାଯାଇଛି। ଇତି ମଧ୍ୟରେ ଏକ ପ୍ରମୁଖ ଇ-ଓ୍ବାଲେଟ୍ କମ୍ପାନି ନିଜ ସେବା ବନ୍ଦ କରିବା ପାଇଁ ଘୋଷଣା କରିଛି। ଯଦି  ଆପଣ ବି ଭୋଡାଫୋନର ଏମ୍-ପୈସା M-Pesa ମୋବାଇଲ ଓ୍ବାଲେଟ୍ ବ୍ୟବହାର କରୁଛନ୍ତି ତାହେଲେ ଥରେ ଏହି ଖବର ନିହାତି ପଢ଼ନ୍ତୁ। M-Pesa ନିଜ ଓ୍ବେବସାଇଟରେ ସୂଚନା ଦେଇଛି କି ୩୦ ଡିସେମ୍ବରରୁ M-Pesaର ଅପରେସନ୍ ଶେଷ ହୋଇଯିବ।

ଅର୍ଥାତ୍ ଯଦି ଆପଣ ବି M-Pesaରେ କିଛି ଟଙ୍କା ରଖିଛନ୍ତି ତାହେଲେ ୨୯ ଡିସେମ୍ବର ପର୍ଯ୍ୟନ୍ତ ନିଜ ଖାତାକୁ ଟ୍ରାଂସଫର କରିଦିଅନ୍ତୁ ନହେଲେ ଖର୍ଚ୍ଚ କରିଦିଅନ୍ତୁ। କମ୍ପାନି ତରଫରୁ କୁହାଯାଇଛି କି, ଆପଣ ଟଙ୍କା ଖର୍ଚ୍ଚ କରିବା ବଦଳରେ ଆକାଉଣ୍ଟ ବନ୍ଦ କରିବା କିମ୍ବା ସେଟଲମେଣ୍ଟ ପାଇଁ ଆବେଦନ ବି କରିପାରିବେ। କମ୍ପାନି ତରଫରୁ ଓ୍ବେବସାଇଟରେ ଜାରି କରାଯାଇଥିବା ସୂଚନାରେ କୁହାଯାଇଛି କି ଆରବିଆଇ ତରଫରୁ ଏହି ସେବା ପାଇଁ ଜାରି କରାଯାଇଥିବା ସାର୍ଟିଫିକେଟ ୩୦ ଡିସେମ୍ବରକୁ ଶେଷ ହୋଇଯିବ।

କିଭଳି ବାହାର କରିବେ ଟଙ୍କା

କମ୍ପାନି ଅନୁସାରେ ଯଦି ଆପଣଙ୍କ ଓ୍ବାଲେଟରେ ଟଙ୍କା ନାହିଁ ତାହେଲେ ବିନା ପ୍ରୋସେସରେ ଆକାଉଣ୍ଟ ବନ୍ଦ କରିଦିଆଯିବ। କମ୍ପାନି କହିବାନୁସାରେ, ଯେତେବେଳେ ଗ୍ରାହକ କ୍ଲୋଜର କିମ୍ବା ସେଟଲମେଣ୍ଟ ପାଇଁ ରିକ୍ବେଷ୍ଟ ପଠାଇବ ସେତେବେଳେ ତାର ବ୍ୟାଙ୍କ୍ ଖାତାର ପୁରା ତଥ୍ୟ ଦେବାକୁ ପଡ଼ିବ। ତାହେଲେ ବକୟା ଟଙ୍କାକୁ ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇପାରିବ   

କରନ୍ତୁ ସଂପର୍କ

କୈାଣସି ପ୍ରକାର ତଥ୍ୟ ପାଇଁ ଭୋଡ଼ାଫୋନ ଗ୍ରାହକ ୫୫୪୦୦ ନମ୍ବରରେ କଲ୍ କରି ତଥ୍ୟ ସଂଗ୍ରହ କରିପାରିବେ। ଅନ୍ୟ ଗ୍ରାହକ ୧୮୦୦୧୨୩୫୫୪୦୦ ରେ କଲ୍ କରି ବିସ୍ତୃତ ଭାବେ ତଥ୍ୟ ସଂଗ୍ରହ କରିପାରିବେ। ଆପଣ ଇ-ମେଲ୍ ଠିକଣା customercare.vmpl@vodafoneidea.com  ରେ ବି ମେଲ୍ କରିପାରିବେ। ଅଥବା mpesa.in ରୁ ତଥ୍ୟ ସଂଗ୍ରହ କରିପାରିବେ।

ଏହା ବ୍ୟତୀତ ଆପଣଙ୍କ ପାଖରେ ଥିବେ ଭୋଡ଼ାଫୋନ ଷ୍ଟୋରକୁ ସର୍ଭିସ ରିକ୍ବେଷ୍ଟ ଦେଇପାରିବେ। କମ୍ପାନି ଅନୁସାରେ ପୁରା ପ୍ରୋସେସ୍ ପାଇଁ ପ୍ରାୟ ୭ଦିନର ସମୟ ଲାଗିବ। ତେବେ ଆରବିଆଇ ସମସ୍ତ ମୋବାଇଲ ଓ୍ବାଲେଟ୍ କମ୍ପାନିଗୁଡ଼ିକୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଗ୍ରାହକଭ୍କୁ କେଓ୍ବାଇସି ପୁରା କରିବା ପାଇଁ କହିଛି। ଆରବିଆଇ ତରଫରୁ ଫୁଲ୍ କେଓ୍ବାଇସିର ଅବଧି ଛଅ ମାସ ପାଇଁ ବଢ଼ାଇଦେଇଛି। ଯଦି ଆପଣ ବି କୈାଣସି କାରଣରୁ କେଓ୍ବାଇସି ପ୍ରୋସେସ୍ କରିପାରିଲେନୀ ତେବେ ଚିନ୍ତାର କାରଣ କିଛି ନାହିଁ। କେଓ୍ବାଇସି, ପାର୍ସିଆଲ କେଓ୍ବାଇସି କିମ୍ବା ମିନିମମ୍ କେଓ୍ବାଇସି ଶେଷ ହେବା କ୍ଷଣି ଓ୍ବାଲେଟ୍ ଆପଣଙ୍କୁ ବ୍ଲକ୍ କରିପାରିବ।

   ସମ୍ବନ୍ଧିତ ଖବର


ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ

ମାଗଣାରେ ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌ ! ଦେଖନ୍ତୁ IRCTC-SBIର ଏହି ସ୍କିମ୍‌ରେ କଣ ରହିଛି

ମାତ୍ର ୧ ଟଙ୍କାରେ କିଣି ପାରିବେ ୨୪ କ୍ୟାରେଟ୍ ଶୁଦ୍ଧ ସୁନା, ଜାଣନ୍ତୁ…

ବଜାରକୁ ଆସୁଛି Harley-Davidsonର ଇଲେକ୍ଟ୍ରିକ୍ ସାଇକେଲ୍, ଜାଣନ୍ତୁ କ’ଣ ରହିଛି ବିଶେଷ୍ବତ

ଆପଲ୍ ପରେ ଏବେ ସାମସଙ୍ଗ ବି ଦେବନି ଚାର୍ଜର ଓ ଇୟରଫୋନ୍…

୧୦ ବର୍ଷରେ ପଇସା ହୋଇଯିବ ଦୁଇଗୁଣା, ଜାଣନ୍ତୁ ଏହି ସ୍କିମ୍ ସମ୍ପର୍କରେ…