PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଟେକ୍ନୋଲୋଜିର ଯୁଗରେ ହାତରେ ଲେଖାଯାଉଛି ଏହି ଖବରକାଗଜ,୯୨ ବର୍ଷ ଧରି ଚାଲିଆସୁଛି ଏକ ଛୋଟିଆ ଗଳିରେ

​‌ଚେନ୍ନାଇ,୬।୯: ଯଦି ଆପଣ କୌଣସି ଖବର କାଗଜର ଅଫିସକୁ ଯାଉଛନ୍ତି ତେବେ ଆପଣ ସେଠାରେ ନିହାତି କମ୍ପ୍ୟୁଟର ଦେଖିବା ସାଧାରଣ କଥା। କିନ୍ତୁ ଯଦି ଆପଣ ‘ଦ ମୁସଲମାନ’ର କାର୍ଯ୍ୟାଳୟକୁ ଯାଆନ୍ତି ତେବେ ଆପଣଙ୍କୁ କଲମ, ସ୍ୟାହି ବୋତଲ, କାଗଜର ଗଦା ଉପରକୁ ପ୍ରଥମେ ନଜର ଯିବ। ଏହା ହୁଏତ ବିଶ୍ବର ଏଭଳି ପ୍ରଥମ ଖବର କାଗଜ, ଯାହାକି ଦୀର୍ଘ ୯୧ ବର୍ଷ ଧରି ହାତରେ ଲେଖା ଯାଉଛି। ‘ଦ ମୁସଲମାନ’କୁ ୧୯୨୭ରେ ଆରିଫୁଲ୍ଲାହ ଦାଦା ସୟୈଦ ଅଜାତୁଲ୍ଲା ଆରମ୍ଭ କରିଥିଲେ। ସେ ଅନୁଭବ କରିଥିଲେ ଯେ, ସେତେବେଳେ ମୁସଲମାନଙ୍କ ପାଇଁ କେହି ସ୍ବର ଉତ୍ତୋଳନ କରିବାକୁ ନାହାନ୍ତି। ତେଣୁ ତାଙ୍କୁ ଲାଗିଥିଲା ଏଥିପାଇଁ ଏକ ଖବର କାଗଜ ତିଆରି କରିବେ। ଚେନ୍ନାଇର ପ୍ରତିଷ୍ଠିତ ଭାଲ୍ଲାଜହ ମସଜିଦ ନିକଟରେ ଥିବା ଏକ ଛୋଟିଆ ଗଳି ରାସ୍ତା ଭିତରେ ରହିଛି ଏହି ଖବରକାଗଜ କାର୍ଯ୍ୟାଳୟ।

ଖବର କାଗଜ ଆରମ୍ଭ ହେବାପରଠାରୁ ଏପର୍ଯ୍ୟନ୍ତ ଏହାର ୩ଜଣ ସମ୍ପାଦକ ରହିଛନ୍ତି। ପ୍ରଥମେ ଅଜାତୁଲ୍ଲା ତାଙ୍କର ପୁଅ ସୟୈଦ ଫଜଲୁଲ୍ଲା ଓ ଏବେ ଆରିଫୁଲ୍ଲା ଏହାର ସମ୍ପାଦକ ରହିଛନ୍ତି। ଚାରି ପୃଷ୍ଠାର ବ୍ରାଡଶିଟରେ ପ୍ରାୟ ସମସ୍ତ ଲେଖାର ଚୟନ ଆରିଫୁଲ୍ଲା କରିଥାନ୍ତି। ଆରିଫୁଲ୍ଲାଙ୍କର କହିବା ଅନୁସାରେ ଦେଶର ବିଭିନ୍ନ ଅଂଶରେ ତାଙ୍କର ସାମ୍ବାଦିକ ରହିଛନ୍ତି। ସେମାନେ ଦ ଇକୋନୋମିଷ୍ଟ ଭଳି ବାଇଲାଇନ୍ସ ନିଅନ୍ତି ନାହିଁ। ଦୁଇଜଣ ଅନୁବାଦକ ରହିଛନ୍ତି, ଯେଉଁମାନେ ଉର୍ଦ୍ଧୁରେ ଖବରର ଅନୁବାଦ କରନ୍ତି। କଲମର ବ୍ୟବହାର କରି ପ୍ରତ୍ୟେକ ଖବରକୁ ବ୍ରାଡଶିଟରେ ଲେଖିଥାନ୍ତି।

ଭଲ ଲେଖାଟିଏ ହେଉଛି ଏକ ଖବର କାଗଜର ଆତ୍ମା କିନ୍ତୁ ଟେକ୍ନୋଲୋଜି ଆରମ୍ଭ ହେବା କାରଣରୁ ସମାଚାର ପତ୍ର ଓ ଉର୍ଦ୍ଧୁ ପ୍ରକାଶନ ଗୃହରେ କାର୍ଯ୍ୟରତ କ୍ୟାଟିବ, ଅନାବଶ୍ୟକୀୟ ହୋଇଯାଇଛି। ଏହି ଖବର କାଗଜଟି  ମଧ୍ୟାହ୍ନ ୧ଟା ସମୟ ଆଖପାଖରେ ପ୍ରିଣ୍ଟ ହୋଇଥାଏ ଓ ସନ୍ଧ୍ୟା ପର୍ଯ୍ୟନ୍ତ ନିଜର ୨୧,୦୦୦ ପାଠକଙ୍କ ମଧ୍ୟରୁ ଅଧିକାଂଶଙ୍କ ନିକଟରେ ପହଁଞ୍ଚି ଯାଇଥାଏ। ଖବର କାଗଜର ମୂଲ୍ୟ ରହିଛି ୭୫ ପଇସା। ସବୁଠାରୁ ବଡ କଥା ହେଲା ଏହି ଖବରକାଗଜ ଆଜି ମଧ୍ୟ ଚାଲୁଛି।

ସମ୍ବନ୍ଧିତ ଖବର