ନେଟ୍ ବ୍ୟାଙ୍କିଂ କରୁଛନ୍ତି କି ? ୨୬ ଅଗଷ୍ଟରୁ ବଦଳିବ ଏହି ନିୟମ: ଜାଣିରଖନ୍ତୁ, ନଚେତ୍ ଅସୁବିଧାରେ ପଡିବେ

ନୁଆଦିଲ୍ଲୀ ୨୨/୮: ଯଦି ଆପଣ ମଧ୍ଯ ପିଲାଙ୍କ ଫିସ ପୈଠ କରିବା ପାଇଁ କିମ୍ବା ଅନ୍ୟ ପେମେଣ୍ଟ କରିବା ପାଇଁ ନେଟ୍ ବ୍ୟାଙ୍କିଂ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ । ନେଟ୍ ବ୍ୟାଙ୍କିଂର ନିୟମକୁ ସହଜ କରିବା ପାଇଁ ଆରିବଆଇ ତରଫରୁ ଲଗାତର ନିୟମରେ ବିଭିନ୍ନ ପରିବର୍ତ୍ତନ କରାଯାଉଛି । କିଛି ଦିନ ତଳେ ରିଜର୍ଭ ବ୍ୟାଙ୍କ ଏନଇଏଫଟି ଓ ଆରିଟିଜିଏସରେ ପେମେଣ୍ଟ ଟ୍ରାନ୍ସଫର କଲେ ଚାର୍ଜ ନଲଗାଇବା ପାଇଁ ନିଷ୍ପତି ନେଇଥିଲା । ଏହା ପରେ ଡିସେମ୍ବରଠୁ ଏନଇଏଫଟିକୁ ୨୪ ଘଣ୍ଟିଆ ସେବା ଭାବେ ଆରମ୍ଭ କରିବା ସମ୍ପର୍କରେ ମଧ୍ୟ କୁହାଯାଇଥିଲା । ଏବେ ବ୍ୟାଙ୍କିଂ ପ୍ରଣାଳୀରେ ଆଉ ଏକ ପରିବର୍ତ୍ତନ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବ । ଏହି ନିଷ୍ପତ୍ତି ଅନୁସାରେ ଆରବିଆଇ ରିୟଲ ଟାଇମ୍ ଗ୍ରସ୍ ସେଟଲମେଣ୍ଟ  (RTGS) ସମୟରେ ପରିବର୍ତ୍ତନ କରିଦେଇଛି । ଏବେ ଆରଟିଜିଏସ୍ କରିବା ପାଇଁ ଗ୍ରାହକଙ୍କୁ ପୂର୍ବ ଅପେକ୍ଷା ଅଧିକ ସମୟ ମିଳିବ ।

RTGSର ସମୟ ବଢିଲା
ଆରବିଆଇ ଆରଟିଜିଏସ୍ ସିଷ୍ଟମର ସମୟ ବଢାଇ ଦେଇଛି । ଏବେ ସକାଳ ୮ଟା ବଦଳରେ ୭ଟାରେ ଆରଟିଜିଏସ୍ ଆରମ୍ଭ ହେବ ।  ନୂଆ ସର୍ଭିସ୍ ୨୬ ଅଗଷ୍ଟ ୨୦୧୯ରୁ ଲାଗୁ ହେବ । ଆପଣଙ୍କୁ କହିରଖୁଛୁ ଯେ ଆରଟିଜିଏସ୍ ଟ୍ରାଞ୍ଜାକ୍ସନ ରିୟଲ ଟାଇମ୍ ବେସିସ୍ ଉପରେ ହେବ । ଆରଟିଜିଏସର ବ୍ୟବହାର ବଡ ଆମାଉଣ୍ଟ ଟ୍ରାଞ୍ଜାକ୍ସନ ପାଇଁ ହୋଇଥାଏ । ଟ୍ରାଞ୍ଜାକ୍ସ କରିବାମାତ୍ରେ ଅନ୍ୟ ଆକାଉଣ୍ଟରେ ପଇସା ଟ୍ରାନ୍ସଫର ହୋଇଯାଇଥାଏ । ଦ୍ୱିତୀୟ-ଚତୁର୍ଥ ଶନିବାରରେ ବ୍ୟାଙ୍କ ଛୁଟି ସହିତ ଏହି ସର୍ଭିସ୍ ବନ୍ଦ ରହିଥାଏ । ଅନ୍ଯପଟେ ରବିବାର ଓ ବ୍ୟାଙ୍କର ଛୁଟି ଥିବା ସମୟରେ ଏହି ସର୍ଭିସ୍ ବନ୍ଦ ରହିଥାଏ ।

ଏତେ ଆମାଉଣ୍ଟ କରିପାରିବେ ଟ୍ରାନ୍ସଫର
ଆରଟିଜିଏସରେ ଅତିକମରେ ୨ ଲକ୍ଷ ଟଙ୍କା କିମ୍ବା ତାଠୁ ଅଧିକ ରାଶି ଟ୍ରାନ୍ସଫର କରାଯାଇପାରେ । ଏହାର କୌଣସି ସର୍ବାଧିକ ଲିମିଟ୍ ନାହିଁ । ଅବଶ୍ୟ ଏଥିପାଇଁ ଖାସ୍ ସମୟ ନିର୍ଦ୍ଧାରିତ ହୋଇଥାଏ । ରିଜର୍ଭ ବ୍ୟାଙ୍କ ଆରଟିଜିଏସ ଟ୍ରାନ୍ସଫରର ଟାଇମିଂକୁ ଦେଢ ଘଣ୍ଟା ବଢାଇଦେଇଛି ।

ଆରଟିଜିଏସର ନୂଆ ଟାଇମିଂ
ଆରିଟିଜିଏସର ନୂଆ ଟାଇମିଂ ଏପର୍ଯ୍ୟନ୍ତ ସକାଳ ୮ଟାରୁ ଥିଲା । ଏଣିକି ଏହା ସକାଳ ୭ରୁ ଆରମ୍ଭ ହେବ । ଗ୍ରାହକଙ୍କ ପାଇଁ RTGS ପାଇଁ ସନ୍ଧ୍ୟା ୬ ଟା ପର୍ଯ୍ଯନ୍ତ ସମୟ ମିଳିବ । ଅନ୍ୟପଟେ ଇଣ୍ଟର-ବ୍ୟାଙ୍କ ଟ୍ରାଞ୍ଜାକ୍ସନର ଟାଇମିଂ ସକାଳ ୮ଟାରୁ ସନ୍ଧ୍ୟା ୭.୪୫ ମିନିଟ୍ ପର୍ଯ୍ଯନ୍ତ ରହିବ । ନୂଆ ଆଦେଶ ପରେ ଏବେ ଆରଟିଜିଏସ୍ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ଯା ୬ଟା ପର୍ଯ୍ଯନ୍ତ ଚାଲିବ । ଏହା ବ୍ୟତୀତ ଇଣ୍ଟର ବ୍ୟାଙ୍କ ଟ୍ରାଞ୍ଜାକ୍ସ ଟାଇମିଂ ମଧ୍ୟ ସକାଳ ୭ରୁ ସନ୍ଧ୍ୟା ୭.୪୫ ମିନିଟ୍ ପର୍ଯ୍ଯନ୍ତ ରହିବ ।

ଡିଜିଟାଲ୍ ଟ୍ରାଞ୍ଜକ୍ସନକୁ ପ୍ରମୋଟ୍ କରିବା ପାଇଁ ଚଳିତମାସର ଆରମ୍ଭରେ ଆରବିଆଇ ୨୪ ଘଣ୍ଟା ଫଣ୍ଡ ଟ୍ରାନ୍ସଫର ସୁବିଧା ଆରମ୍ଭ କରିବ ବୋଲି ଘୋଷଣା କରିଥିଲା । ଡିସେମ୍ବର ୨୦୧୯ରେ NEFT ଜରିଆରେ ୨୪ ଘଣ୍ଟା ପଇସା ଟ୍ରାନ୍ସଫରର ସୁବିଧା ମିଳିବ । ବର୍ତ୍ତମାନ ପାଇଁ NEFT ସକାଳ ୮ଟାରୁ ସନ୍ଧ୍ଯା ୭ ପର୍ୟ୍ୟନ୍ତ ଲାଗୁ ରହିବ । ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କର ଛୁଟି ଯୋଗୁଁ NEFT ସେବା ବନ୍ଦ ରହିବ ।