PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ନାବାଳିକା ଦୁଷ୍କର୍ମ ମାମଲାରେ ଫେରାର ଥିଲା ଅଭିଯୁକ୍ତ ଏମିତି ଫସିଲା ପୋଲିସର ଜାଲରେ

ନୂଆଦିଲ୍ଲୀ- ଜଣେ ନାବାଳିକାକୁ ଦୁଷ୍କର୍ମମାମଲାରେ ଫେରାର ଥିବ ଅଭିଯୁକ୍ତ ପୋଲିସ ଜାଲରେ ଫସିଯାଇଛି । ସୋସିଆଲ୍‌ ମିଡିଆରେ ଅଭିଯୁକ୍ତର ଏକ ପ୍ରୋଫାଇଲ୍‌ ଥିଲା । ଏଥିରେ ଜଣେ ମହିଳା ସବ୍‌ ଇନିସ୍‌ପେକ୍ଟର ନିଜ ପରିଚୟ ନଦେଇ ତାଙ୍କ ସହ ବନ୍ଧୁତା କରିଥିଲେ । ପରେ ବିଭିନ୍ନ କଥା କହି ଅଭିଯୁକ୍ତକୁ ଫସାଇଥିଲେ । ଅଭିଯୁକ୍ତ ସମ୍ପୂର୍ଣ୍ଣ ଭାବେ ବଶ ହୋଇଯିବ ପରେ ସେ ତାଙ୍କୁ ଦେଖା କରିବା ପାଇଁ ଡକାଇଥିଲେ । ଏହି ଅଭିଯୁକ୍ତ ଫୋନ୍‌ ବ୍ୟବହାର କରୁ ନଥିଲା । ବେଶ୍‌ ଚତୁରତାର ସହ ବିଭିନ୍ନ ଓ୍ୱାଇଫାଇ ବ୍ୟବହାର କରି ସୋସିଆଲ୍‌ ମିଡିଆକୁ ବ୍ୟବହାର କରୁଥିଲା।

ଏହା ପୂର୍ବରୁ ଏହି ଅଭିଯୁକ୍ତ ଅନେକ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଶାରିରୀକ ଶୋଷଣ କରିଥିଲା । ନାବାଳିକାରୁ ମଧ୍ୟସେ ପ୍ରେମରେ ଫସାଇ ଜବରଦସ୍ତି କରିବା ସହ ଦୁଷ୍କର୍ମ କରିଥିଲା । ଜୁଲାଇ ୩୧ ତାରିଖରେ ମହିଳା ସବ୍‌ଇନିସ୍‌ପେକ୍ଟରୁଙ୍କୁ ସେ ଦେଖା କରିବାପାଇଁ ଆସିଥିଲା । ଏହି ସମୟରେ ଆଗରୁ ସାଧା ପୋଷାକରେ ଛକି ରହିଥିବା ପୋଲିସ ଯବାନମାନେ ତାଙ୍କୁ କାବୁ କରିଥିଲେ ।

ଧରାହେବା ପରେ ସେ ଫେରାର ହୋଇ ଦ୍ୱାରିକାର ଏକ ଚୁଡି ଦୋକାନରେ କାମ କରୁଥିବା କଥା କହିଥିଲା । ସେ ଅନେକ ଯୁବତୀଙ୍କୁ ଶାରିରୀକ ଶୋଷଣ କରିଥିବା କଥା କହିଛି ।