PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ବରକନ୍ୟାଙ୍କର ସହ ଅଗ୍ନି ଚାରିପଟେ ୭ ଥର ବୁଲିଲେ ଏହି ବ୍ୟକ୍ତି -କାରଣ ଜାଣିଲେ ଆପଣ ହୋଇଯିବ ଆଶ୍ଚର୍ଯ୍ୟ

7fera

ନୂଆଦିଲ୍ଲୀ – ବିବାହ ସମୟରେ ବେଳ ବେଳେ ଅଜବ ଅଜବ ଘଟଣା ଘଟିଥାଏ। ଏହାକୁ ଦେଖିଲେ କେହିବି ନିଜର ହସ ରୋକି ପାରିବେ ନାହିଁ । ଏବେ ସୋସିଆଲ୍‌ ମିଡିଆରେ ସେ ସବୁ ବେଶ୍‌ ଭାଇରାଲ୍‌ ହେଉଛି।

ଏବେ ବି ବିଭିନ୍ନ ସମୟରେ ବାହାଘର ବିଭିନ୍ନ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଏମିତି ଏକ ଭିଡି ଭାଇରାଲ୍‌ ହୋଇଛି ଯେଉଁଥିରେ ବର କନ୍ୟାଙ୍କ ସହ ଆଉଜଣେ ବ୍ୟକ୍ତି ସାତ ଥର ଅଗ୍ନି ଚାରିପଟେ ବୁଲୁଥିବା ଦେଖିବା ପାଇଁ ମିଳିଛି । ଏଥିରେ ଯେଉଁ ବ୍ୟକ୍ତି ଅଗ୍ନିଚାରିପଟେ ବୁଲୁଛନ୍ତି ତାକୁ ଦେଖି ଆପଣଙ୍କୁ ନିଶ୍ଚୟ ହସ ଲାଗିବ । ଲୋକମାନେ ଏପରି ଅଜବ ଧରଣର ବ୍ୟବହାର କାହିଁକି କରନ୍ତି ବୋଲି ଆପଣ ଭାବି ପାରନ୍ତି ।

ଏକ ବିବାହ ସମାରୋହରେ ଭିଡିଓ ଗ୍ରାଫର ବରକନ୍ୟାଙ୍କ ଭଲ ଭିଡିଓ ଉତ୍ତୋଳନ କରିବା ପାଇଁ ବରକନନ୍ୟାଙ୍କ ସହ ତାଙ୍କ ଅଗେ ଆଗେ ଶୋଇ ରହି ଥିଲେ । ତାଙ୍କ ଗୋଡକୁ ଆଉ ଦୁଇ ଜଣ ଭିଡି ଧରିଥିଲେ । ବରକନ୍ୟାଙ୍କ ଫେରା ବା ଅଗ୍ନି ଚାରିପଟେ ବୁଲିବା ସମୟରେ ସେମାନେ ତାଙ୍କୁ ଆେଗ ଆଗେ ଭିଡୁଥିଲେ । ଏହାର ଭିଡିଓ ବିଭିନ୍ନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ଏହାକୁ ଦେଖିବା ପରେ ଲୋକମାନେ କେହି ତାଙ୍କୁ ପ୍ରଶଂସା କରିବା ସହ କେହି କେହି ଏହାକୁ ହସରେ ଉଡାଇ ଦେଇଥିଲେ ।

ଏହି ଫଟୋ ଗ୍ରାଫର ଓ୍ୱାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ହେଲେ ଭଲ ହେବ ବୋଲି ଅନେକ କହିଛନ୍ତି ।

ସମ୍ବନ୍ଧିତ ଖବର