PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଏସିଏଫ୍‌ ସୌମ୍ୟ ରଞ୍ଜନଙ୍କ ପୋଷ୍ଟମୋର୍ଟମ ରିପୋର୍ଟ ପରିବାର ଲୋକଙ୍କୁ ଦିଆଗଲା- ୯୫ ପ୍ରତିଶତ ଜଳିଥିବା ଏଥିରେ ସୂଚନା: ଲ୍ୟାମ୍ପରୁ ନିଆଁ ଲାଗି କିପରି ୯୫ ପ୍ରତିଶତ ଜଳିଯିବ ବୋଲି ପ୍ରଶ୍ନ ଉଠାଇଲେ ମାମଲା ଲଢୁଥିବା ଆଇନଜୀବୀ

କଟକ- ଏସିଏଫ୍‌ ସୌମ୍ୟ ରଞ୍ଜନଙ୍କ ପୋଷ୍ଟ ମର୍ଟମ ରିପୋର୍ଟକୁ ତାଙ୍କ ପରିବାର ଲୋକଙ୍କୁ ଦିଆଯାଇଛି । ଏଥିରେ ତାଙ୍କ ଶରୀରର ୯୫ ପ୍ରତିଶତ ଜଳିଯାଇଥିବା ଉଲ୍ଲେଖ ରହିଛି । ଏହାପରେ ପୋଲିସ ତଦନ୍ତଙ୍କୁ ନେଇ ସୌମ୍ୟଙ୍କ ପରିବାର ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇଜୀବୀ ପ୍ରଶ୍ନ ଉଠାଇଛନ୍ତି । ପୋଲିସ ଏହାକୁ ଦୁର୍ଘଟଣା ଜନିତ ଅଗ୍ନିକାଣ୍ଡର ରୂପ ଦେବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି । ଲ୍ୟାମ୍ପରୁ ନିଆଁ ଲାଗି କିପରି ଜଣଙ୍କର ଶରୀରର ୯୫ ପ୍ରତିଶତ ଜଳିଯିବ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ସହ ତାଙ୍କର ଶରୀରରେ ବିଷକ୍ରିୟା ଥିଲାକି ନାହିଁ ତାହାର ଭିସେରା ହେବାକୁ ନେଇ ପ୍ରଶ୍ନ କରିଛନ୍ତି ।

  କଟକ ମର୍କତ ନଗର ଥାନାରେ   ସୌମ୍ୟଙ୍କ ପରିବାର ସଦସ୍ୟ ପହଞ୍ଚି ଏହି ରିପୋର୍ଟ ନେଇଛନ୍ତି । ସୌମ୍ୟ ଙ୍କ ପୋଷ୍ଟ ମର୍ତମ୍ ରିପୋର୍ଟ୍ ପରିବାରକୁ ପୋଲିସ ପକ୍ଷରୁ ହସ୍ତାନ୍ତର କରାଯାଇଛି ।

 ବିଦ୍ୟା ଭାରତୀଙ୍କୁ ଗିରଫ ପାଇଁ ଦାବି  କରିଛନ୍ତି ସୌମ୍ୟଙ୍କ ବାପା।     ନ୍ୟାୟ ନମିଳିଲେ ମୁଖ୍ୟମନ୍ତ୍ରୀଙ୍କ ଘର ଆଘରେ ଧାରଣା ଦେବେ ବୋଲି କହିଛନ୍ତି  । ଆବଶ୍ୟକ ହେଲେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ।  ତଦନ୍ତ ପ୍ରକ୍ରିୟାକୁ ନେଇ ପରିବାର ଅସନ୍ତୁଷ୍ଟ ରହିଛନ୍ତି । ଏହା ସହ ବିଦ୍ୟାଭାରତିଙ୍କ ଫ୍ରେଣ୍ଡ୍ ଲିଷ୍ଟ ର ତଦାରଖ ହେବା କଥା ସେମାନେ ପ୍ରକାଶ କରିଛନ୍ତି  ।