PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଅନଲାଇନ୍‌ ସପିଂ କରୁଥିବା ଗ୍ରାହକଙ୍କ ପାଇଁ ବଡ ଖବର, ନୂଆବର୍ଷରୁ ବଦଳିବ ଏହି ସବୁ ନିୟମ

ନୁଆଦିଲ୍ଲୀ ୨୭/୧୨: ଗ୍ରାହକଙ୍କୁ ଇ-କମର୍ସ କମ୍ପାନୀ ଗୁଡିକଙ୍କଠୁ ବଞ୍ଚାଇବା ପାଇଁ ନୂଆ ନିୟମ ୩୧ ମାର୍ଚ୍ଚ ପୂର୍ବରୁ ଲାଗୁ ହେବ । ପ୍ରଧାମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କଞ୍ଜ୍ୟୁମର ଅଫେୟର ମନ୍ତ୍ରାଳୟ ଏହି ନିୟମକୁ ୩୧ ମାର୍ଚ୍ଚ ପୂର୍ବରୁ ଲାଗୁ କରିବା ପାଇଁ ନିର୍ଦ୍ଧାରିତ କରିଛନ୍ତି । ଏହି ନିୟମ ଲାଗୁ ହେବା ପରେ ଇ-କମର୍ସ କମ୍ପାନୀମାନେ ସାମଗ୍ରୀର ଦାମ୍ ପ୍ରଭାବିତ କରିପାରିବେନି ।

୨୪ ଘଣ୍ଟାରେ ମିଳିପାରେ ରିଫଣ୍ଡ
ଏହା ଉପରେ ୨ ଡିସେମ୍ବର ପର୍ଯ୍ଯନ୍ତ ସମସ୍ତ ଷ୍ଟକହୋଲ୍ଡ୍ସଙ୍କୁ ପରାମର୍ଶ ମଗାଯାଇଥିଲା । ବିଭାଗ ସବୁ ଷ୍ଟକହୋଲ୍ଡ୍ସଙ୍କ ପରାମର୍ଶ ଉପରେ ଅଧ୍ୟୟନ କରୁଛି । ଏହି ନିୟମ ନୂଆ କଞ୍ଜ୍ୟୁମର ପ୍ରୋଟେକ୍ସନ ଆକ୍ଟ ଅନୁସାରେ ଲାଗୁ ହେବ । ଏହି ନିୟମ ଫଳରେ ନକଲି ଉତ୍ପାଦନର ବିକ୍ରି ବନ୍ଦ ହେବା ସହ କମ୍ପାନୀମାନେ ଗ୍ରାହକଙ୍କ ନିକଟରେ ଉତ୍ତରଦାୟୀ ରହିବେ । ରିଫଣ୍ଡ ପ୍ରକ୍ରିୟା ସୁଧୁରିବ ଏବଂ ୨୪ ଘଣ୍ଟା ମଧ୍ୟରେ ରିଫଣ୍ଡ ମିଳିବ ।

ଭ୍ରମିତ କରୁଥିବା ଭଳି ବିଜ୍ଞାପନ ଦେଇପାରିବେନି କମ୍ପାନୀ
ଏହି ନିୟମ ପରେ କମ୍ପାନୀମାନେ ଗ୍ରାହକଙ୍କୁ ଭ୍ରମିତ କରୁଥିବା ଭଳି ବିଜ୍ଞାପନ ଦେଇପାରିବେନି । କମ୍ପାନୀଗୁଡିକଙ୍କ ପ୍ରଡକ୍ସନ ଦାମ୍ ପ୍ରଭାବିତ କରିପାରିବେନି ଏବଂ କମ୍ପାନୀମାନେ ଗ୍ରାହକଙ୍କୁ ଜିନିଷ ବିକ୍ରି ପୂର୍ବରୁ ସାମଗ୍ରୀ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେବାକୁ ବାଧ୍ୟ ହେବେ ।

ଅନଲାଇନ୍ ସପିଂ ଜରିଆରେ ଲୋକମାନେ ନିଜ ଆବଶ୍ୟକୀୟ ଜିନିଷଠାରୁ ଅଧିକ କିଣିବାରେ ଲାଗନ୍ତି । ଏମିତି କରିବା ସମୟରେ ସେମାନେ ନିଜ ଆୟର ସୀମା ମଧ୍ୟ ଭୂଲି ଯାଆନ୍ତି ଏବଂ ମନ ଇଛା ବହୁତ ସାମଗ୍ରୀ କିଣି ଦିଅନ୍ତି । ଏହି କାରଣରୁ ତାଙ୍କ ଉପରେ ଆର୍ଥିକ ସଙ୍କଟ ବଢିଯାଏ ଏବଂ ସେମାନେ ଚିନ୍ତାରେ ପଡିଯାନ୍ତି । ଅଧିକାଂଶ ଅନଲାଇନ୍ ବିକ୍ରେତା ନିଜର ବିକ୍ରି ବଢେଇବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସାହାର ନେଇଥାନ୍ତି ।

ଏହା ଫଳରେ ସେମାନେ ସେହି ଲୋକମାନଙ୍କୁ ଟାର୍ଗେଟ୍ କରିଥାନ୍ତି ଯେଉଁମାନେ ଅଯଥା ଜିନିଷ କିଣିଥାନ୍ତି ଏବଂ ସେମାନଙ୍କୁ ଜିନିଷ କିଣିବା ପାଇଁ ବାଧ୍ୟ କରିଦେଇଥାନ୍ତି । ଏହି ଚକ୍କରରେ ପଡି ଉପଭୋକ୍ତା ନିଜ ଆବଶ୍ୟକତାଠାରୁ ଅଧିକ ଜିନିଷ କିଣିଦେଇଥାନ୍ତି । ଏହା ଫଳରେ ଲୋକଙ୍କ ଆୟର ବଡ ଭାଗ ଅଯଥା ଜିନିଷ କିଣିବାରେ ଚାଲିଯାଇଥାଏ ।