ପ୍ରତି ୧୬ ଦିନରେ ଥରେ ମହାକାଶରୁ ଆସୁଛି ଏହି ଅଦ୍ଭୁତ ସଙ୍କେତ,ବୈଜ୍ଞାନିକମାନେ ବି ଖୋଜିପାଉନାହାନ୍ତି ରହସ୍ୟ

ନୂଆଦିଲ୍ଲୀ,୧୩।୨:ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ଏଭଳି ଏକ ସିଗନାଲ ଖୋଜି ବାହାର କରିଛନ୍ତି, ଯାହାକି ଏକ ନିଶ୍ଚିତ ଅନ୍ତରାଳରେ ବାରମ୍ବାର ମହାକାଶରୁ ପୃଥିବୀକୁ ଆସୁଛି। ଆଜି ପର୍ଯ୍ୟନ୍ତ ଏହା ସମ୍ପର୍କରେ ସବୁକିଚି ରହସ୍ୟମୟ ରହିଛି। କାରଣ ବୈଜ୍ଞାନିକମାନେ ଏହି ସିଗନାଲର ନାମ ଏଫଆରବି (FRB)  ରଖିଛନ୍ତି।

ତେବେ (FRB)  କ’ଣ? ଏହି ସିଗନାଲ କେଉଁଠାରୁ ଆସିଥାଏ? ବୈଜ୍ଞାନିକମାନେ କେଉଁଭଳି ଭାବରେ ସିଗନାଲର ସନ୍ଧାନ କରିଛନ୍ତି? ଏହି ଘଟଣା ପ୍ରଥମ ଥର ପାଇଁ ନୁହେଁ ଯେବେ ଶୁଣିବାକୁ ମିଳିଛି। ପୂର୍ବରୁ ମହାକାଶରେ ରହସ୍ୟମୟୀ ରେଡିଓ ସିଗନାଲ ଆସିବାର ଘଟଣା ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟ କରିଦେବା ଭଳି କଥା ହେଉଛି ଯେ, ଏଥର ବୈଜ୍ଞାନିକମାନେ ଯେଉଁ ସିଗନାଲ ଖୋଜୁଛନ୍ତି ତାହା ନିର୍ଦ୍ଦିଷ୍ଟ ସମୟରେ ବାରମ୍ବାର ଆସିଥାଏ। ଏହା ନାଁ ହେଉଛି ଏଫଆରବି FRB ( (Fast Radio Bursts)।

ବୈଜ୍ଞାନିକଙ୍କ କହିବା ଅନୁସାରେ, ସିଗନାଲ ପୃଥିବୀଠାରୁ ପ୍ରାୟ ୫୦୦ ମିଲିୟନ(ପ୍ରାୟ ୫୦ କୋଟି) ପ୍ରକାଶ ବଷଁ ଦୂରକୁ ଆସୁଛି। କାନାଡାର ସିଏଚଆଇଏମଇ ଅର୍ଥାତ(Canadian Hydrogen Intensity Mapping Experiment)  ର ବୈଜ୍ଞାନିକ ୪୦୪ ଦିନ ପର୍ଯ୍ୟନ୍ତ ରେଡିଓ ତରଙ୍ଗ  ଚକ୍ର ଉପରେ ନଜର ରଖିଛନ୍ତି। ଏହି ତରଙ୍ଗ ୪ ଦିନ ପ୍ରାୟ ୧ ଘଣ୍ଟା  ପର୍ଯ୍ୟନ୍ତ ଆସୁଥିଲା। ଏହି ତରଙ୍ଗର ଅବଧିକ ଖୁବ୍ ଛୋଟ ରହିଥାଏ। ଏହାପରେ ତାହା ଆସିବା ବନ୍ଦ ହୋଇଯାଏ। ଏହି ପକ୍ରିୟା ୧୨ ଦିନ ପରେ ପୁଣି ଆରମ୍ଭ ହୋଇଯାଏ। ଏହି ପକ୍ରିୟା ପୁଣି ୧୨ ଦିନ ପରେ ଆରମ୍ଭ ହୋଇଥାଏ।

ବୈଜ୍ଞାନିକଙ୍କ ପାଇଁ ଏବେ ଏହି ତରଙ୍ଗ ଏକ ରହସ୍ୟଠାରୁ ଅଧିକ ପାଲଟିଛି। ବୈଜ୍ଞାନିକଙ୍କ ମତରେ ଯଦି ଏହାର ସୋତ୍ର ଜଣାପଡିବ ତେବେ ଏହି କଥାର ଖୁଲାସା ହେବ ତରଙ୍ଗ କେଉଁଠାରୁ ଆସୁଛି। ସବୁଠାରୁ ଖାସ୍ କଥା ହେଲା ଯେ, ଏହି ତରଙ୍ଗ ଅଲଗା ଅଲଗା ସ୍ରୋତରୁ ଆସୁଛି।  ବୈଜ୍ଞାନିକମାନେ ପ୍ରଥମେ ଫାଷ୍ଟ ରେଡିଓ ବର୍ଷ୍ଟ ତାରା ଏବଂ ଧାତୁର ଏକ ଛୋଟ ଗାଲାକ୍ସି ସହିତ ଆସିଥାଏ। ସେଭଳି ଦ୍ବିତୀୟ ଏଫଆରବି ଏକ ଅନ୍ୟ ଆକାଶ ଗଙ୍ଗା ଭଳି ଚକ୍ରବତୀ ଗାଲାକ୍ସିରୁ ଆସିଥାଏ।

   ସମ୍ବନ୍ଧିତ ଖବର


କରୋନା ଯୋଗୁଁ ମହଙ୍ଗା ହେବ ଟିଭି-ଫ୍ରିଜ୍ ସମେତ ଏହି ସବୁ ସାମଗ୍ରୀ

କରୋନା ଭାଇରସ୍: କ୍ୱାରେଣ୍ଟାଇନ ସେଣ୍ଟର ରୁମ୍ ସାମ୍ନାରେ ମଳତ୍ୟାଗ କରି ଅଡ଼ୁଆରେ ତବଲିଗ ଜମାଟ୍ ସଦସ୍ୟ, ମାମଲା ରୁଜୁ

କ’ଣ ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍, ୧୯୫୫ ? ଏହାକୁ ଜାଣି ରଖିଲେ ଆଉ ହେବେନି ହଇରାଣ

ମସ୍ତିଷ୍କ କ୍ଷତି ସହ ଦୃଷ୍ଟି ଶକ୍ତି ହରାଇବା: ଡୋନାଲ୍ଡ ଟ୍ରମ୍ପଙ୍କ ଗେମ୍ ଚେଞ୍ଜର ଔଷଧ କୋଭିଡ -୧୯ ରୋଗୀଙ୍କ ଗୁରୁତର କ୍ଷତି କରିପାରେ