ଆପଣ ଖାଇଛନ୍ତି କି ବିଶ୍ୱର ସବୁଠାରୁ ଦାମୀ ପରିବା ? ଦାମ୍ ଜାଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ ୨୭/୧୧: ବିଶ୍ୱରେ ଏମିତି ଏକ ପରିବା ଅଛି ଯାହା ଦାମ୍ ଶୁଣିଲେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ଏପରିକି ଜଣେ ଧନୀ ଲୋକ ବି ଏହାକୁ କିଣିବା ପୂର୍ବରୁ ବହୁତ ଥର ଚିନ୍ତା କରିବ । ଆମେ ଏମିତି ଏକ ପରିବା କଥା କହୁଛୁ ଯାହା ରେଟ୍ ସୁନା-ରୂପାଠୁ ବି ଅଧିକ । ଏହି ପରିବା ପାଇଁ ଆପଣଙ୍କୁ ୮୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ଅଜବ ପରିବା ନାଁ ହେଉଛି ହପ୍ ସୁଟ୍ସ । ଏହି ପରିବାର ଦାମ୍ ୧୦୦୦ ୟୁରୋ ପ୍ରତି କିଲୋଗ୍ରାମ । ଅର୍ଥାତ୍ ଏହି ପରିବା କିଣିବା ପାଇଁ ଆପଣଙ୍କୁ ପ୍ରାୟ ୮୨ ହଜାର ଟଙ୍କା ପ୍ରତି କିଲୋଗ୍ରାମ ଖର୍ଚ୍ଚ କରିବାକୁ ପଡିବ ।

ଏହାକୁ ହପ୍ କୋନ୍ସ ମଧ୍ୟ କୁହାଯାଏ । ଏହାର ଫୁଲକୁ ବିୟର ପ୍ରସ୍ତୁତିରେ ବ୍ୟବହାର କରାଯାଏ। ଏହାର ଡାଳ ଆଦିକୁ ଖାଦ୍ୟ ସାମଗ୍ରୀ ରୂପେ ବ୍ୟବହାର କରାଯାଏ । ଏହି ପରିବାର ଅନେକ ଔଷଧୀୟ ଗୁଣ ଭରି ରହିଥାଏ । ଆଣ୍ଟି ବାୟୋଟିକ୍ ମେଡିସିନ୍ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଏ । ଏହି ପରିବା ଦାନ୍ତ ଯନ୍ତ୍ରଣା ଓ ଟିବି ଭଳି ଗମ୍ଭୀର ରୋଗର ଚିକିତ୍ସାରେ ସହାୟକ ହୋଇଥାଏ ।

ଏହାକୁ ଲୋକେ କଞ୍ଚା ମଧ୍ୟ ଖାଇଥାନ୍ତି । ଏହାର ଛୋଟ ଛୋଟ ଡାଳ ଆଦିକୁ ସାଲାଡ୍ ରୂପେ ମଧ୍ୟ ଖାଇଥାନ୍ତି ଲୋକେ । ଏହାକୁ ଆଚାର ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଏ । ଖୀଷ୍ଟପୂର୍ବ ୮୦୦ ପାଖାପାଖି ଏହାକୁ ଲୋକମାନେ ବିୟରରେ ପିଆଇ ପିଉଥିଲେ । ସେବେଠାରୁ ଏହାର ପ୍ରୟୋଗ ଜାରି ରହିଛି । ଏହାକୁ ପ୍ରଥମେ ଜର୍ମାନୀରେ ଚାଷ କରାଯାଉଥିଲା କିନ୍ତୁ ଏବେ ଏହା ସାରା ବିଶ୍ୱକୁ ବ୍ୟାପିଯାଇଛି ।