୯ ଥରରେ ଦେଇଛନ୍ତି ୩୨ ଶିଶୁଙ୍କୁ ଜନ୍ମ, ଏବେ ପାଲଟିଛନ୍ତି ବିଶ୍ବର ସବୁଠାରୁ ଅଧିକ ପ୍ରଜନନ କ୍ଷମତା ଥିବା ମହିଳା

ନୂଆଦିଲ୍ଲୀ,୨୭।୪: ଜଣେ ମହିଳା ୧୨ ବର୍ଷ ବୟସରେ ୪୦ ବର୍ଷର ଏକ ପୁରୁଷଙ୍କୁ ବିବାହ କରନ୍ତି। ଆଉ ଏହାପରେ ସେ ୯ଥରରେ ଜନ୍ମ କରନ୍ତି ୩୨ଟି ସନ୍ତାନ ଏବଂ ଏପର୍ଯ୍ୟନ୍ତ ସେ ଜନ୍ମ କରିସାରିଛନ୍ତି ମୋଟ ୪୪ଟି ସନ୍ତାନ। ଏହି ମହିଳା ଜଣକ ହେଉଛି ମରିୟନ ନବାତାଞ୍ଜି। ସେ ବିଶ୍ବର ସବୁଠାରୁ ଅଧିକ ପ୍ରଜନନ କ୍ଷମତା ଥିବା ମହିଳା ଭାବରେ ଚର୍ଚ୍ଚାରେ ଆସିଛନ୍ତି।

ସେ ୫ଥର ୪ଟି ଲେଖାଏଁ ସନ୍ତାନ ଜନ୍ମ କରିଛନ୍ତି। ଅର୍ଥାତ ସେ ୫ଥରରେ ୨୦ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ମରିୟମ ୪ଟି ଲେଖାଏଁ ଶିଶୁଙ୍କୁ ୫ଥର, ୩ଟି ଲେଖାଏଁ ପିଲାଙ୍କୁ ଓ ୪ଥର ଓ ଜାଆଁଳା ପିଲାଙ୍କୁ ଏବଂ ୬ଥର ଜନ୍ମ ଦେଇଛନ୍ତି। ବିବାହର ପ୍ରଥମ ବର୍ଷରେ ସେ ଜାଆଁଳା ପିଲାଙ୍କୁ ଜନ୍ମ ଦେଇଥିଲେ।

ତେବେ ୩ ବର୍ଷ ପୂର୍ବେ ମରିୟମଙ୍କୁ ତାଙ୍କର ସ୍ବାମୀ ଛାଡିକି ଚାଲିଯାଇଛନ୍ତି। ଏବେ ମରିୟମ ତାଙ୍କର ୩୮ ଜଣ ପିଲାଙ୍କୁ ଲାଳନ ପାଳନ କରୁଛନ୍ତି। ତାଙ୍କର ମୋଟ ୪୪ଟି ସନ୍ତାନ ମଧ୍ୟରୁ ତାଙ୍କର ୬ଟି ପିଲା ମରିଯାଇଛନ୍ତି। ମରିୟମ ଉଗାଣ୍ଡାର କପାଲାଠାରୁ ପ୍ରାୟ ୫୦ କିଲୋମିଟର ଦୂର ଏକ ଗାଁରେ ରୁହନ୍ତି। ପ୍ରଥମ ଥର ସେ ଯେତେବେଳେ ଜାଆଁଳା ଶିଶୁଙ୍କୁ ଜନ୍ମ କରିଥିଲେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ତାଙ୍କୁ କହିଥିଲେ ତାଙ୍କର ଅଣ୍ଡାଶୟର ଆକାର ସାମାନ୍ୟ ଠାରୁ ବଡ ରହିଛି।

ଡାକ୍ତର ମରିୟମଙ୍କୁ ପରାମର୍ଶ ଦେଇଥିଲେ ଜନ୍ମ ନିୟନ୍ତ୍ରଣ କରିବା ପାଇଁ ଔଷଧ ଖାଇଲେ ତାଙ୍କର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିବ। ଏହାପରେ ମରିୟମ ବାରମ୍ବାର ପିଲାଙ୍କୁ ଜନ୍ମ କରିବା ଆରମ୍ଭ କରିଦେଇଥିଲେ। ସାରା ବିଶ୍ବରେ ଯେଉଁଠି ପ୍ରତି ମହିଳାଙ୍କ ପ୍ରଜନନ କ୍ଷମତା ୨.୪  ଶିଶୁଙ୍କର ରହିଛି, ସେଠାରେ ୟୁଗାଣ୍ଡାରେ ଏହା ପ୍ରତି ମହିଳାଙ୍କ ନିକଟରେ ୫.୬ ପିଲାଙ୍କର ରହିଛି।

ମରିୟମ ଶେଷ ଥର ପାଇଁ ଅଢେଇ ବର୍ଷ ପୂର୍ବରୁ ମା’ ହୋଇଥିଲେ, ସେତେବେଳେ ୬ଷ୍ଠ ଥର ସେ ଜାଆଁଳା ଶିଶୁ ଜନ୍ମ କରିଥିଲେ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କର ସ୍ବାମୀ ତାଙ୍କୁ ଛାଡିକି ଚାଲିଯାଇଥିଲେ।

   ସମ୍ବନ୍ଧିତ ଖବର


ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ଜହ୍ନରେ ହେବ ୧୭୪ କୋଟି ଟଙ୍କାର ଟୟଲେଟ୍, ଖର୍ଚ୍ଚ କରିବ ନାସା

ବ୍ରହ୍ମପୁତ୍ର ନଦୀରେ ଡ୍ୟାମ୍‌ ନିର୍ମାଣ କରିବ ଚୀନ୍‌ : ଭାରତ ଓ ବାଂଲାଦେଶର ବଢ଼ିଲା ଚିନ୍ତା