ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ନିର୍ଘଣ୍ଟ: ଏଥର ଶ୍ରୀମନ୍ଦିରରେ ଛଅଦିନିଆ ପଞ୍ଚୁକ ବ୍ରତ,୨୭ ରେ ନାଗାର୍ଜୁନ ବେଶ

ପୁରୀ,୨୯/୧୦: ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଜାରି ହୋଇଛି କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ । ଚଳିତ ବର୍ଷ ଛଅଦିନିଆ ପଞ୍ଚୁକ ବ୍ରତ ପାଳନ କରିବେ ଶ୍ରଦ୍ଧାଳୁ । ଅକ୍ଟୋବର ୨୭ରୁ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଆରମ୍ଭ ହୋଇଛି । ନଭେମ୍ବର ୧୬ ଓ ୨୩ ତାରିଖ ସୋମବାର ଅବସରରେ ଅବକାଶ ପରେ ମହାପ୍ରଭୁଙ୍କ ହରିହର ବେଶ ସମାପନ ହେବ ।

ସେହିଭଳି ନଭେମ୍ବର ୨୫ରେ ଠିଆକିଆ ବେଶ (ଲକ୍ଷ୍ମୀନାରାୟଣ ବେଶ) ଓ ହରି ଉତ୍ଥାପନ ନୀତି, ୨୬ ତାରିଖରେ ବାଙ୍କଚୂଡ ବେଶ (ବାମନ ବେଶ) ଓ ଗରୁଡ ଉଦଥାପନ ନୀତି, ନଭେମ୍ବର ୨୭ରେ ମହାପ୍ରଭୁଙ୍କ ବହୁଚର୍ଚ୍ଚିତ ଦୂର୍ଲଭ ନାଗାର୍ଜୁନ ବେଶ, ୨୮ରେ ତ୍ରିବିକ୍ରମ ବେଶ, ୨୯ରେ ଲକ୍ଷ୍ମୀ-ନୃସିଂହ ବେଶ, ନଭେମ୍ବର ୩୦ରେ ରାଜାଜାଧିରାଜ ବେଶ ନୀତି ଶ୍ରୀମନ୍ଦିର ସମାପନ ହେବ ।

ଚଳିତ ବର୍ଷ ଶ୍ରୀମନ୍ଦିରକୁ ଭକ୍ତଙ୍କ ଦର୍ଶନ ପ୍ରବେଶ ମନା ଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିବା ଆଶା ନାହିଁ । ଇତିମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନର କାର୍ତ୍ତିକ ନୀତି ନିର୍ଘଣ୍ଟ ଅକ୍ଟୋବର ୨୭ରୁ ଶ୍ରୀମନ୍ଦିରେ ଲାଗୁ ହୋଇଛି ।

   ସମ୍ବନ୍ଧିତ ଖବର


ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଜଣେ ଯବାନ ସହିଦ,୧୦ ଗୁରୁତର

୧୦ ଦିନରେ ସରିଲା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ହକି ବିଶ୍ୱକପ୍‌-୨୦୨୩ ପ୍ରସ୍ତୁତି ପର୍ବ ଆରମ୍ଭ: ୭ରେ ରାଉରକେଲା ଆସିବେ ଉଚ୍ଚସ୍ତରୀୟ କମିଟି

୩ଟି ପୁଅର ମା’କୁ ପ୍ରେମରେ ଫସାଇ ଶାରୀରିକ ଶୋଷଣ କଲେ ପ୍ରତାରକ ପ୍ରେମିକ, ପତ୍ନୀର ମାନ୍ୟତା ଦେଲେ କିନ୍ତୁ ଘରକୁ ନ ନେଇ ହତ୍ୟାଧମକ ଦେଇ ବନ୍ଧା ହେଲେ ଡିଇଓ

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୪ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୪କୁ ବୃଦ୍ଧି

ଓଡ଼ିଶାରେ ‌୫ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୫୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ଟପିଲା