PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଏବର୍ଷ ଯୋଡ଼ା ଆଶ୍ୱିନ: ଶ୍ରୀମନ୍ଦିରରେ ୪୫ ଦିନିଆ ଶାରଦୀୟ ପୂଜା

ପୁରୀ,୮/୦୮: ଚଳିତବର୍ଷ ଶ୍ରୀମନ୍ଦିରରେ ଷୋଡ଼ଶଦିନାତ୍ମକ ପୂଜା ବିଧି ୪୫ ଦିନ ଧରି ପାଳନ ହେବ । ଯୋଡ଼ା ଆଶ୍ୱିନ ମାସ ପହୁଥିବାରୁ ଏହି ପୂଜାର ଅବଧି ୧୬ ଦିନରୁ ୪୫ ଦିନ ଧରି ଜାରି ରହିବ । ଏହା ପରେ ଆସିବ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଶ୍ରୀମନ୍ଦିର ଷୋଡଶଦିନାତ୍ମକ ପୂଜାର ଅବଧି ବଢ଼ିଥିବାରୁ ଏହାର ବିଧିବିଧାନ ଏବଂ ପୂଜା ବିଧି ନେଇ ପ୍ରାରମ୍ଭିକ ଆଲୋଚନା ହୋଇଯାଇଛି ।

ଶ୍ରୀନଅରରେ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକରେ ଗଜପତି ମହାରାଜା, ଶ୍ରୀମନ୍ଦିର ନୀତି ପ୍ରଶାସକ, ରାଜପୁରୋହିତ, ଦେଉଳ ପୁରୋହିତ, ରାଜଗୁରୁ ଆଉ ଶ୍ରୀମନ୍ଦିର ନୀତି ପ୍ରଶାସକ ପୂଜାବିଧିକୁ ଶୃଙ୍ଖଳିତ ଏବଂ ସଫଳ କରିବାକୁ ରୂପରେଖ ପ୍ରସ୍ତୁତ କରିଛନ୍ତି । ଆଶ୍ୱିନ ମାସ ମୂଳାଷ୍ଟମୀ ଠାରୁ ନବମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଷୋଡଶ ଦିନାତ୍ମକ ଶାରଦୀୟ ପୂଜା ପ୍ରତିବର୍ଷ ହୋଉଛି ।

ଚଳିତ ବର୍ଷ ଯୋଡା ଆଶ୍ୱିନ ପଡୁଥିବାରୁ ଏହି ପୂଜା ବିଧି ଶ୍ରୀମନ୍ଦିରରେ ସେପ୍ଟେମ୍ବର ୧୦ ତାରିଖରୁ ଅରମ୍ଭ ହୋଇ ଅକ୍ଟୋବର ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହା ପୂର୍ବରୁ ୨୦୧୨ ଏଭଳି ଯୋଡ଼ା ଆଶ୍ୱିନ ପଡିଥିଲା । ଶ୍ରୀମନ୍ଦିରରେ ଶାରଦୀୟ ପୂଜା ଦିବସର ଦିବସ ମଧ୍ୟ ତଦନୁସାରେ ନିର୍ଦ୍ଧାରଣ ହୋଇଥିଲା । ରେକର୍ଡ ଏବଂ ପୂଜାବିଧି ମୁତାବକ ଏବେ ଶ୍ରୀମନ୍ଦିରରେ ଶାରଦୀୟ ପୂଜା ପ୍ରସ୍ତୁତି ହେବ ବୋଲି ସୂଚନା ମିଳିଛି ।

ଶ୍ରୀନଅରକୁ ଗଜପତିଙ୍କ ଆଚାର୍ଯ୍ୟବରଣଠାରୁ ଏହି ପୂଜାର ଶୁଭାରମ୍ଭ ହେବ। ଗଜପତିଙ୍କ ବରଣ ପରେ ଏହି ବ୍ରାହ୍ମଣମାନେ ଶ୍ରୀମନ୍ଦିରରେ ମା ବିମଳାଙ୍କ ସହ ବିଭିନ୍ନ ଦେବୀ ପୀଠରେ ମାଙ୍କ ପୂଜା ଆରମ୍ଭ କରିବେ । ମୂଳାଷ୍ଟମୀ ଅବସରରେ ସହସ୍ରାକୁମ୍ଭାଭିଷେକ ଜରିଆରେ ମାଙ୍କୁ ଜାଗ୍ରତ କରାଯିବାର ବିଧି ରହିଛି । ଘଟ ସ୍ଥାପନ ସହ ମାଙ୍କୁ ଆବାହନ କରାଯିବ । ଏହି ବିଧି ମୁତାବକ ଶ୍ରୀକ୍ଷେତ୍ରରେ ବିଭିନ୍ନ ଦେବୀପୀଠରେ ବ୍ରାହ୍ମଣମାନେ ମାଙ୍କ ଶାରଦୀୟ ପୂଜା ସମ୍ପନ୍ନ କରିବେ । ପ୍ରତିବର୍ଷ ଶାରଦୀୟ ପୂଜା ବିଧି ପାଇଁ ୨୫ ଜଣ ବ୍ରାହ୍ମଣଙ୍କ ତାଲିକା ପ୍ରସ୍ତୁତ ହୋଇଥାଏ । ମଳ ମାସ କାରଣରୁ ଚଳିତ ବର୍ଷ ଏହି ସଂଖ୍ୟା ୩୩କୁ ବୃଦ୍ଧି କରିବା ଏବଂ ଯୁବ ବ୍ରାହ୍ମଣଙ୍କୁ ଏଥିରେ ସାମିଲ କରିବାକୁ ଆପାତତଃ ନିଷ୍ପତ୍ତି ହୋଇଛି । ଆଶ୍ୱିନ ମଳ ମାସର ଶାରଦୀୟ ପୂଜାବିଧିର ରୂପରେଖ ନିର୍ଦ୍ଧାରଣ କରାଯିବ ।

ତଦନୁସାରେ ଆଚାର୍ଯ୍ୟବରଣ, ପୂଜାବିଧ ନିର୍ଦ୍ଧାରଣ ଏବଂ ବ୍ରାହ୍ମଣ ତାଲିକା ପ୍ରସ୍ତୁତ କରିଯିବ ବୋଲି ଖବର ମିଳିଛି । ଏହି ନିଆରା ପୂଜା ବିଧିର ନୀତି ଏବଂ ବ୍ରାହ୍ମଣ ତାଲିକା ପ୍ରତିବର୍ଷ ଭଳି ଶ୍ରୀମନ୍ଦିର ପ୍ରଶାସନ ପ୍ରକାଶ କରିବ । ଚଳିତ ବର୍ଷର ନିଆରା ଶାରଦୀୟ ପୂଜା ବି ଆଉ ଏକ ସ୍ମୃତି ହେବ ବୋଲି ଆଶା କରାଯାଉଛି । ଏବର୍ଷ ମନ୍ଦିର ଭିତରେ ରଥ ନିର୍ମାଣ ଅନୁକୂଳ, ବିନା ଭକ୍ତରେ ନବଯୌବନ ବିଧି ଆଉ ପ୍ରଭୁଙ୍କ ରଥଯାତ୍ରା ଯାତ୍ରା ସମ୍ପନ୍ନ ହୋଇଛି ।