PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ସରକାରୀ ଚାକିରି ଖୋଜୁଛନ୍ତି କି ? ଏଥିପାଇଁ ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି ସରକାର, ଏଭଳି କରନ୍ତୁ ଆବେଦନ

ଭାରତରେ ଏମିତି ଅନେକ ପିଲା ଅଛନ୍ତି, ଯେଉଁମାନଙ୍କର ଶିକ୍ଷାଗତ ଯୋଗ୍ୟତା କମ୍। ଏହାର ମୁଖ୍ୟ କାରଣ ହେଉଛି ଟଙ୍କା ଅଭାବ। ଯେଉଁ କାରଣରୁ ସେମାନେ ଭଲ ଭାବେ ପଢ଼ିପାରନ୍ତି ନାହିଁ। ଭାରତରେ ଏମିତି ବି ଦେଖାଯାଇଛି କି, ଅଧିକାଂଶ ଯୁବପିଢ଼ୀ କୈାଣସି କାରଣରୁ ପାଠ ପଢ଼ା ଅଧାରୁ ଛାଡ଼ି ଦେଇଛନ୍ତି। ସେହି ଯୁବପିଢ଼ୀଙ୍କ ପାଇଁ ମୋଦି ସରକାର ଖୁସି ଖବର ଆଣି ଦେଇଛନ୍ତି।

ମୋଦି ସରକାର ଯୁବପିଢ଼ୀମାନଙ୍କୁ ରୋଜଗାର ଦେବା ପାଇଁ ମାଗଣାରେ ପ୍ରଶିକ୍ଷଣ ଦେବା ଆରମ୍ଭ କରିଦେଇଛନ୍ତି। ଯେଉଁମାନେ କମ୍ ପାଠ ପଢ଼ିଛନ୍ତି କିମ୍ବା ଯାହାର ଶିକ୍ଷା ପୁରା ହୋଇନାହିଁ ସେମାନଙ୍କୁ ସରକାରୀ ଚାକିରି ଦେବା ପାଇଁ ପ୍ରଧାନମନ୍ତ୍ରୀ କୈାଶଳ ବିକାଶ ଯୋଜନାରେ ପ୍ରଶିକ୍ଷଣ ଦିଆଯାଉଛି। ଏଥିରେ ସରକାରଙ୍କ ଦ୍ବାରା ପୁରଷ୍କାର ରୂପରେ ଯୁବପିଢ଼ୀଙ୍କୁ ପାଖାପାଖି ୮ହଜାର ଟଙ୍କା ଦିଆଯାଉଛି। କୋର୍ସ ପୁରା ହେବା ପରେ ସାର୍ଟିଫିକେଟ୍ ବି ମିଳୁଛି। ଯାହା ପୁରା ଦେଶରେ ଲାଗୁ ହୋଇପାରିବ।

ଏଭଳି କରିବେ ଆବେଦନ

ପ୍ରଧାନମନ୍ତ୍ରୀ କୈାଶଳ ବିକାଶ ଯୋଜନାରେ ଆବେଦକକୁ ନିଜେ ଫର୍ମ ଭରିବାକୁ ପଡ଼ିବ। ଏଥିପାଇଁ ପ୍ରଥମେ pmkvyofficial.org କୁ ଯାଆନ୍ତୁ। ସେଥିରେ ଆପଣଙ୍କ ନାଁ, ଠିକଣା ଏବଂ ଇ-ମେଲ୍ ଭରିବାକୁ ପଡ଼ିବ। କିନ୍ତୁ ଏହାର ଫାଇଦା ଉଠାଇବା ପାଇଁ ଆପଣଙ୍କ ପାଖରେ ଆଧାର କାର୍ଡ, ଦୁଇଟି ପାସପୋର୍ଟ ସାଇଜ୍ ଫଟୋ ଥିବା ଜରୁରୀ। ଫର୍ମ ଭରିବା ପରେ ବୈଷୟିକ ବା ଯାନ୍ତ୍ରିକ କ୍ଷେତ୍ରରେ ଯେଉଁ ଆବେଦକ ପ୍ରଶିକ୍ଷିତ ହେବାକୁ ଚାହୁଁଛି ତାକୁ ବାଛିବାକୁ ପଡ଼ିବ। ଏହାକୁ ଭରିବା ପରେ ପ୍ରଶିକ୍ଷଣ କେନ୍ଦ୍ରକୁ ବାଛିବାକୁ ପଡ଼ିବ।

ଜାଣିବା ଦରକାର କି, ଏହି ଯୋଜନା ଆଧାରରେ ପଞ୍ଜିକରଣ ପ୍ରକ୍ରିୟା ତିନି ମାସ, ଛଅମାସ ଏବଂ ବାର୍ଷିକ ଅନ୍ତରରେ କରାଯାଉଛି। ସେକ୍ଟର ସ୍କିଲ କାଉନସିଲ ଏଥିରେ ଦିଆଯାଇଥିବା ପ୍ରଶିକ୍ଷଣର ସଂଚାଳନ କରୁଛି। ଏହା ବାଦ୍ ଯଦି ଏଥିରେ ଯୁବକ ଯୁବତୀ ପାସ୍ କରୁଛନ୍ତି ତେବେ ସରକାର ପ୍ରମାଣ ପତ୍ର ଏବଂ କୈାଶଲ କାର୍ଡ ଦିଆଯାଉଛି। ଏହା ଦ୍ବାରା ଚାକିରି ମିଳିବାରେ ସହଜ ହୋଇଯିବ।

ପ୍ରଧାନମନ୍ତ୍ରୀ କୈାଶଳ ବିକାଶ ଯୋଜନା ଆଧାରରେ କନଷ୍ଟ୍ରକ୍ସନ୍, ଇଲେକ୍ଟୋନିକ୍ସ ଏବଂ ହାର୍ଡଓ୍ବେୟାର, ଫୁଡ୍ ପ୍ରୋସେସିଂ, ଫର୍ନିଚର, ଫିଟିଙ୍ଗ୍, ହ୍ୟାଣ୍ଡିକ୍ରାଫ୍ଟସ୍, ରତ୍ନ ଏବଂ ଆଭୂଷଣ ଓ ଲେଦର ଟେକ୍ନୋଲୋଜି ସହିତ ପ୍ରାୟ ୪୦ଟି ବୈଷୟିକ ପାଠ୍ୟକ୍ରମ ରହିଛି। ଏମାନଙ୍କୁ ଚାକିରି ବା ବ୍ୟବସାୟ ଆରମ୍ଭ କରିବା ପାଇଁ ପ୍ରଶିକ୍ଷିତ କରାଯାଉଛି। ପିଏମକେଭିଓ୍ବାଇ ପାଠ୍ୟକ୍ରମ ପୂରା ହେବା ପରେ ଆପଣଙ୍କୁ ଏସ୍ଏସସିର ମୂଲ୍ୟାଙ୍କନରେ ଭାଗ ନେବାକୁ ପଡ଼ିବ। ଏଥିରେ ପାସ୍ କରିଲେ ଆପଣଙ୍କୁ ଏକ ସରକାରୀ ଚାକିରି ଏବଂ ପ୍ରମାଣ ପତ୍ର କାର୍ଡ ମିଳିବ।

ସମ୍ବନ୍ଧିତ ଖବର