ଯେଉଁମାନେ ୩ ମାସ EMI ଦେବେନି ସେମାନେ ପରେ ଦେବେ ଅତିରିକ୍ତ ସୁଧ

ଭୁବନେଶ୍ୱର ୨୮/୩: କରୋନା ଭାଇରସ ଯୋଗୁଁ ଦେଶରେ ଆର୍ଥିକ ମାନ୍ଦାବସ୍ଥାକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଋଣ ପରିଶୋଧ କରୁଥିବା ଲୋକମାନଙ୍କୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ନିଜ ଘର କିମ୍ବା ଅଟୋ ଲୋନର ଇଏମଆଇ ପୈଠ ନକରିବା ପାଇଁ ପରାମର୍ଶ ଦେଇଛି । ଯଦି ଆପଣ ମଧ୍ଯ ଆଗାମୀ ୩ ମାସ ପର୍ଯ୍ୟନ୍ତ ଇଏମଆଇ ଦେବେନି ବୋଲି ବିଚାର କରୁଛନ୍ତି ତେବେ ଆପଣଙ୍କୁ ନିଜ ବକେୟା ଋଣ ଉପରେ ଅଧିକ ସୁଧ ଦେବାକୁ ପଡିବ ।

ଦେବାକୁ ପଡିବ ଅଧିକ ସୁଧ
ବିଶେଷଜ୍ଞ ଓ ବିଶ୍ଲେଷକଙ୍କ କହିବାନୁସାରେ ଏହାର ଲାଭ ନେବାକୁଥିବା ଗ୍ରାହକଙ୍କୁ ୩ କିସ୍ତି ତ ବଢିଯିବ, ଏହା ସହିତ ୩ ମାସର ଅବଧିର ଅତିରିକ୍ତ ସୁଧ ମଧ୍ୟ ଦେବାକୁ ପଡିବ । ଏହା ଆପଣଙ୍କଠାରୁ ୩ ମାସର ପ୍ରତିବନ୍ଧକ ଶେଷରେ ଆପଣଙ୍କ ଇଏମଆଇ ସହିତ ଯୋଡାଯିବ । ଏହା ଫଳରେ ଆପଣଙ୍କ ଇଏମଆଇ ବଢିଯିବ । ଯଦି ଆପଣ ୧୦୦୦ ଟଙ୍କା ଇଏମଆଇ ପୈଠ କରୁଛନ୍ତି ତେବେ ବ୍ୟାଙ୍କ ୧୦ ପ୍ରତିଶତ ଦରରେ ସୁଧ ନେଉଛି । ତେବେ ଆପଣଙ୍କୁ ୩ ମାସ ପରେ ନିଜ ଏହି ୩ ଇଏମଆଇରେ ୨୫-୨୫ ଟଙ୍କା ଅଧିକ ଦେବାକୁ ପଡିବ । ଏହି ଅତିରିକ୍ତ ସୁଧ ଆପଣଙ୍କ ଭବିଷ୍ୟତରେ ସବୁ ଇଏମଆଇରେ ଯୋଡାଯିବ ।

କଣ ସରକାରଙ୍କ ଘୋଷଣା ?
ଆରବିଆଇ ଟର୍ମ ଲୋନର କିସ୍ତି ପରିଶୋଧ କରିବା ପାଇଁ ୩ ମାସର ରିହାତି ପ୍ରଦାନ କରିଛି । ସମସ୍ତ ବାଣିଜ୍ୟିକ, ଆଞ୍ଚଳିକ, ଗ୍ରାମୀଣ, NBFC ଏବଂ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କଗୁଡିକୁ ସମସ୍ତ ପ୍ରକାର  EMI ଅସୁଲ କରିବାକୁ ବାରଣ କରାଯାଇଛି । ଗ୍ରାହକମାନେ ଯଦି ଚାହିଁବେ ପେମେଣ୍ଟ କରିପାରିବେ, ବ୍ୟାଙ୍କଗୁଡ଼ିକ ଚାପ ପକାଇବେ ନାହିଁ । କ୍ରେଡିଟ୍ କାର୍ଡର ବକେୟା ପୈଠ ଉପରେ ମଧ୍ୟ ୩ ମାସର ରିହାତି ଲାଗୁ ହେବ । ଏହାନୁସାରେ ଆଗାମୀ ୩ ମାସ ପର୍ଯ୍ୟନ୍ତ ଏମିତି କୌଣସି ବ୍ୟକ୍ତି ଖାତାରୁ କିସ୍ତି କଟିବନି ଯିଏ ଲୋନ୍ ନେଇଛି । ଏହା ଉପରେ ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ ମଧ୍ୟ ପ୍ରଭାବ ପଡିବନି । ୩ ମାସ ପର୍ଯ୍ୟନ୍ତ କିସ୍ତି ସୁଝିପାରିବେନି ତ ଏହାକୁ ଡିଫଲ୍ଟ  ଭାବେ ବିବେଚନା କରାଯିବ ନାହିଁ । ୩ ମାସର ଅବଧି ପରେ ପୁଣି ଆପଣଙ୍କ ଇଏମଆଇ ଆରମ୍ଭ ହେବ । ତେବେ ଏହାର ଅର୍ଥ ଏହା ନୁହେଁ ଯେ ଏହି ବାକି ରାଶି ସମ୍ପୂର୍ଣ୍ଣ ଛାଡି ହେଇଗଲା ଆଉ କେବେ ବି ଦେବାକୁ ପଡିବନି । ଏମିତି ଜମା ବି ଭାବନ୍ତୁନାହିଁ । କେବଳ ୩ ମାସ ସମୟ ଦିଆଯିବ । କେବଳ ୩ ମାସ ଟାଳିପାରିବେ । ପରେ ପେମେଣ୍ଟ କରିବେ । ଏହି ପଦକ୍ଷେପ ଏଥିପାଇଁ ନିଆଯାଇଛି କି ଲକଡାଉନ୍ ଯୋଗୁଁ ଯଦି କାହା ପାଖରେ ପୂର୍ବରୁ କିଛି ସଞ୍ଚୟ ରାଶି ନଥିବ ତେବେ ତାଙ୍କ କରଜ ପୈଠ କରିବା ପାଇଁ କିଛି ସମୟ ଦିଆଯିବ ।

   ସମ୍ବନ୍ଧିତ ଖବର


ବିଜେପିର ଏହି ବିଧାୟକଙ୍କୁ ପାକିସ୍ତାନରୁ ଆସିଲା କଲ୍‌, ମିଳିଲା ଜୀବନରୁ ମାରି ଦେବାକୁ ଧମକ

ଗର୍ଭବତୀ ହାତୀ ମୃତ୍ୟୁ ମାମଲା: ଜଣେ ଅଭିଯୁକ୍ତ ଗିରଫ, ୩ ଜଣଙ୍କୁ ହୋଇଥିଲା ପଚରାଉଚରା

ସିଡିଏ ହସ୍‌ପିଟାଲ୍‌ର ସୁଇପର୍‌, ସିକ୍ୟୁରିଟି ଗାର୍ଡଙ୍କୁ କରୋନା: ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ଚିନ୍ତାରେ ଅଞ୍ଚଳ ବାସୀ

AAP ରେ ଯୋଗ ଦେଇପାରନ୍ତି ନବଜୋତ ସିଂ ସିଦ୍ଧୁ : କେଜ୍ରିୱାଲ କହିଲେ…

ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ରାଜ୍ୟର ଆଉ ୧୩୦ କରୋନା ପଜିଟିଭ୍‌ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି