କ୍ୱାରେଣ୍ଟାଇନ୍ ସେଣ୍ଟରରେ ମହିଳାଙ୍କୁ ଧମକ : ଶାରୀରିକ ସମ୍ପର୍କ ନ ରଖିଲେ ଖାଇବାକୁ ଦିଆଯିବନି

ମହାରାଷ୍ଟ୍ର ୧୧।୫ : ମହାରାଷ୍ଟ୍ରର ଅମରାବତୀ ସ୍ଥିତ ଏକ ଆଇସୋଲେସନ୍‌ ୱାର୍ଡରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଗାଁର ଜଣେ ଗରିବ ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଛି।​ ଏହି ଘଟଣା ସାରା ଅଞ୍ଚଳରେ ଚହଳ ପକାଇଦେଇଛି। ମହିଳାଙ୍କ ଅଭିଯୋଗ ଉପରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରାଯାଇଛି।

ଅମରାବତୀ ଜିଲ୍ଲାର ଚାନ୍ଦୁର ରେଳ ପୋଲିସ ଷ୍ଟେସନ ଅନ୍ତର୍ଗତ ଭଡଗାଓଁ ରାଜାଦୀ ଗ୍ରାମରେ ଥିବା ଜିଲ୍ଲା ପରିଷଦ ବିଦ୍ୟାଳୟରେ ଏକ ଆଇସୋଲେସନ୍‌ ୱାର୍ଡ କରାଯାଇଛି। ଯେଉଁଠାରେ ଏହି ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଗାଁର ପାଟିଲ ନାମକ ବ୍ୟକ୍ତି ଜଣକ ଆଇସୋଲେସନ୍‌ ୱାର୍ଡରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ମହିଳା ଜଣକ ଏହି ଘଟଣା ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

ପୋଲିସର କହିବାନୁସାରେ, ଆଇସୋଲେସନ୍‌ ଓ୍ବାର୍ଡରେ ମୁମ୍ବାଇର ଏକ ଶ୍ରମିକ ଭାବେ କାମ କରୁଥିବା ଏକ ପରିବାର ନିଜ ଗାଁକୁ ଫେରିଥିଲେ। ନିୟମ ଅନୁସାରେ, କରୋନା ସଂକ୍ରମଣ ହେତୁ ମହିଳା ଜଣକ ନିଜ ପରିବାର ସହିତ ଗାଁରେ ନିର୍ମିତ ଆଇସୋଲେସନ୍‌ ୱାର୍ଡରେ ନିଜକୁ ୧୪ ଦିନ ପାଇଁ କ୍ବାରେଣ୍ଟାଇନରେ ରଖିଥିଲେ। ଗାଁରେ ରହୁଥିବା ପୋଲିସ ପାଟିଲ ରଞ୍ଜିତ ଗାଜବେ ମଦ ପିଇ ମହିଳାଙ୍କ ପାଖକୁ ଆଇସୋଲେସନ୍‌ ଓ୍ବାର୍ଡକୁ ଯାଇଥିଲା ଏବଂ ତାଙ୍କ ହାତ ଧରି ଅଶ୍ଳୀଳ ଭାଷା ବ୍ୟବହାର କରି ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା।

ଏଥିସହ ସେ ମହିଳାଙ୍କୁ ଧମକ ଦେଇଛି ଯେ ଯଦି ସେ ତାଙ୍କ କଥା ନଶୁଣନ୍ତି ତେବେ ସେ ତାଙ୍କୁ ଖାଦ୍ୟ ଦେବେ ନାହିଁ। ଅଭିଯୁକ୍ତଙ୍କ ଏହି କାର୍ଯ୍ୟ ଯୋଗୁଁ ମହିଳା ଭୟଭୀତ ହୋଇ ଚିତ୍କାର କରିବାକୁ ଲାଗିଲେ। ଲୋକମାନେ ମହିଳାଙ୍କ ସ୍ୱର ଶୁଣିବା ପରେ ସେଠାରେ ଏକତ୍ରିତ ହୋଇଥିଲେ। ମହିଳା ଜଣକ ଆଶା କର୍ମୀ ଏବଂ ଗ୍ରାମ ପଞ୍ଚାୟତ କର୍ମଚାରୀଙ୍କୁ ଏହି ସୂଚନା ପ୍ରଦାନ କରିଥିଲେ ଏବଂ ଏହି ଘଟଣାରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା