PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

୩ ବ୍ୟାଙ୍କ୍ ମିତ୍ର ଗିରଫ,୧୫ ଦିନରେ ବ୍ୟାଙ୍କରୁ ଠକି ନେଇଥିଲେ ୪୦ ଲକ୍ଷ ଟଙ୍କା

ରାଉରକେଲା ୨୧୧୨: ବ୍ୟାଙ୍କରୁ ଅର୍ଥ ଠକେଇ ଅଭିଯୋଗରେ ୩  ବ୍ୟାଙ୍କ ମିତ୍ର  ଗିରଫ। ଏହି ୩ଜଣ ବ୍ୟାଙ୍କ ମିତ୍ରଙ୍କୁ  ରାଉରକେଲା ସାଇବର ଥାନା ପୋଲିସ  ଶନିବାର   ଗିରଫ କରିଛି। ଏହି ୩ ବ୍ୟାଙ୍କ ମିତ୍ର  ୪୦ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଠକେଇ କରିଛନ୍ତି। ଗିରଫ ବେଳେ ସେମାନଙ୍କଠାରୁ ୨ ଲକ୍ଷ ୮୦ହଜାର ଟଙ୍କା ଜବତ କରାଯାଇଛି । ଏହି ଠକେଇ ୨୦୧୮ ମସିହା ସେପ୍ଟେମ୍ବର ୨୧ ତାରିଖରୁ ଅକ୍ଟୋବର ୫ ତାରିଖ ମଧ୍ୟରେ ବନ୍ଧମୁଣ୍ଡା ଏବଂ ବୀରମିତ୍ରପୁର ୟୁନାଇଟେଡ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ଠକେଇ ହୋଇଛି ବୋଲି ଜଣାପଡିଛି।

ଗ୍ରାମାଞ୍ଚଳ ଲୋକମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ବିଭିନ୍ନ ବ୍ୟାଙ୍କ ତରଫରୁ ଏହି ବ୍ୟାଙ୍କ ମିତ୍ର ଯୋଜନା କରାଯାଇଥିଲା । ବ୍ୟାଙ୍କ ତରଫରୁ ଏମାନଙ୍କ ନାମରେ ଆକାଉଣ୍ଟ ଖୋଲାଯାଇ କିଓସ୍କୋ ମାଧ୍ୟମରେ ଏହି ବ୍ୟାଙ୍କ ମିତ୍ରମାନେ ଏକ ମିନି ବ୍ୟାଙ୍କ ସଦୃଶ କାମ କରୁଥିଲେ । ଲୋକଙ୍କ ଟଙ୍କା ଜମା କରିବା ସହ ଟଙ୍କା ବାହାର କରିବା କାମ କରୁଥିଲେ । ଏହାର ସୁଯୋଗ ନେଇ ବ୍ୟାଙ୍କ ସର୍ଭେୟରକୁ ଆକସେସ୍ କରି ଏଭଳି ଠକେଇ ହୋଇଥିଲା।

ଏହି ଠକେଇ ପ୍ରଥମେ ବନ୍ଧମୁଣ୍ଡା ୟୁନାଇଟେଡ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ବ୍ୟାଙ୍କ ମିତ୍ର ସନ୍ତୋଷ ପତି ଆରମ୍ଭ କରିଥିଲେ। ସେ ଏହି ଠକେଇରେ ସଫଳ ହେବା ପରେ ବୀରମିତ୍ରପୁର ୟୁନାଇଟେଡ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାର ଦୁଇ ବନ୍ଧୁଙ୍କୁ ଏହି ଠକେଇ କାମରେ ନିୟୋଜିତ କରିଥିଲେ। ଏହାପରେ ୩ ଜଣ ମିଶି ଲକ୍ଷାଧିକ ଟଙ୍କାର  ଠକେଇ କରିଥିଲେ ।