ଇଂଲଣ୍ଡରେ ଗୋଟିଏ ଦିନରେ ୩ଟି ଖେଳର ଫାଇନାଲ,ଅଡୁଆରେ ଦର୍ଶକ

ନୂଆଦିଲ୍ଲୀ,୧୩।୭: ଏଥର ମେଗା ସଣ୍ଡେ ହେବାକୁ ଯାଉଛି ଦମଦାର। କାରଣ ଖେଳପ୍ରେମୀଙ୍କ ପାଇଁ ଏହି ଦିନ ଗୋଟିଏ କିମ୍ବା ଦୁଇଟି ନୁହେଁ ୩ଟି ମେଗା ଇଭେଣ୍ଟ ରହିଛି। ପ୍ରଥମଟି ହେଲା ଆଇସିସି କ୍ରିକେଟ ବିଶ୍ବକପ ଫାଇନାଲ, ଦ୍ବିତୀୟଟି ଓ୍ବିମ୍ବିଲଡନ୍ ଫାଇନାଲ ଓ ତୃତୀୟଟି ହେଲା ଫର୍ମୁଲା ଓ୍ବାନ ବ୍ରିଟିସ ଗ୍ରାଉଣ୍ଡ ପ୍ରିକ୍ସ ରହିଛି।

ଏହି ୩ଟି ହେଉଛି ଖୁବ୍ଇ ବଡ ଇଭେଣ୍ଟ ।ଯେଉଁଠି ବିଶ୍ବକପ ଆୟୋଜକ ଦଳ ଇଂଲଣ୍ଡ ୨୭ ବର୍ଷ ପରେ ପ୍ରଥମ ଥର ଫାଇନାଲରେ ପ୍ରବେଣ କରିଛି, ସେଭଳି ଅନ୍ୟପଟେ  ଓ୍ବିମ୍ବିଲଡନରେ ଏହି ଓ୍ବିକେଣ୍ଡରେ ଦୁଇଟି ବଡ ଖେଳାଳି ରୋଜର ଫେଡେରର ଓ ନୋଓ୍ବାଭ ଜୋକେଓ୍ବିଚ ସାମନା ସାମନି ହେବାକୁ ଯାଉଛନ୍ତି। ସେଭଳି ୫ଥର ବିଶ୍ବ ଚମ୍ପିଆନ ଲୁଇସ ହେମିଲଟନଙ୍କ ନଜର ଏବେ ରେକର୍ଡ ୬ଷ୍ଠ ବ୍ରିଟିସ ଗ୍ରାଣ୍ଡ ପ୍ରିକ୍ସ ଉପରେ ରହିଛି। କେବଳ ସେତିକି ନୁହେଁ ଦର୍ଶକମାନେ ମଧ୍ୟ ଏକ ପ୍ରକାର ଅସମଞ୍ଜସ ପରିସ୍ଥିତିରେ ପଡିଯାଇଛନ୍ତି। କେଉଁ ଇଭେଣ୍ଟରେ ଯୋଗ ଦେବେ ଓ କେଉଁଠିକୁ ଯିବେନି ତା’ର ନିଷ୍ପତ୍ତି ନେବା ଖୁବ୍ କଷ୍ଟକର।

ଗୋଟିଏ ଦିନରେ ଏହି ୩ ଟି ବଡ ଇଭେଣ୍ଟ ରହିବା ନେଇ ଲୁଇସ ହାମିଲଟନ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଆୟୋଜକମାନେ ସେହି ଦିନ ରେସ୍ ରଖିଛନ୍ତି ଯେଉଁ ଦିନ ଅନ୍ୟ ଦୁଇଟି ମେଗା ଇଭେଣ୍ଟ ରହିଛି। ଏହା ଏକ ଖାସ୍ ଓ୍ବିକେଣ୍ଡ, ଯାହା ଉପରେ ସାରା ଦେଶର ଧ୍ୟାନ ରହିବା ଜରୁରୀ। ଲୋକମାନେ ରବିବାର  କେବଳ ନିଜର ଚ୍ୟାନେଲ ବଦଳାଇବାରେ ରହିବେ, ସେମାନେ ନିଜେ ବି ଠିକରେ ଜାଣିପାରିବେନି କ’ଣ ଦେଖୁଛନ୍ତି? କ୍ରିକେଟ ଦୁନିଆ କଥା ଯଦି କହିବା ତେବେ ଇଂଲଣ୍ଡର ନଜର ଏହି ସବୁ ଇଭେଣ୍ଟ ସହିତ ବିଶେଷ ଭାବରେ ବିଶ୍ବକପ ଉପରେ ରହିବ। କ୍ରିକେଟର ମକ୍କା କୁହାଯାଉଥିବା କ୍ରିକେଟ ଗ୍ରାଉଣ୍ଡ ଲର୍ଡସରେ ଫାଇନାଲ ମ୍ୟାଚ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଯାଉଛି।

   ସମ୍ବନ୍ଧିତ ଖବର


ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜ: ଦୁବାଇ ପହଞ୍ଚିଲେ ଭାରତୀୟ ଖେଳାଳି

IPL-2020: ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ କଡ଼ା ଟକ୍କର

ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ ଝଟକା, ଆଇପିଏଲରୁ ବାଦ ପଡ଼ିଲେ ଆହତ ବ୍ରାଭୋ

ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ,ସିଡ୍‌ନୀ, କାନବେରାରେ ସୀମିତ ଓଭର ସିରିଜ

ହଠାତ୍‌ ଚର୍ଚ୍ଚାରେ ବାଂଲାଦେଶର ମହିଳା କ୍ରିକେଟର, ଫଟୋ ହେଲା ଭାଇରାଲ୍

୨୦ ଥର କରୋନା ଟେଷ୍ଟ କଲେ ପ୍ରୀତି ଜିଣ୍ଟା, ଜାଣନ୍ତୁ କାରଣ