ବଲିଉଡରେ ଡ୍ରଗ୍ସ ମାମଲା: ଅଭିନେତ୍ରୀଙ୍କ ପରେ ଏବେ ଏନସିବି ରାଡାରରେ ୩ ବଡ଼ ଅଭିନେତା, S-R-A ରୁ ଆରମ୍ଭ ହୁଏ ନାଁ

ମୁମ୍ବାଇ, ୩୦।୯: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନ ଥିବାର ଜଣପଡିବା ପରେ ବଲିଉଡର ବଡ ବଡ କଳାକାର ଏବେ ହୋଇଛନ୍ତି ପର୍ଦାଫାଶ। ନାର୍କୋଟିକ କନଟ୍ରୋଲ ବ୍ୟୁରୋ(ଏନସିବି) ମୁମ୍ବାଇରେ ବହୁ ସ୍ଥାନରେ ଚଢାଉ, ଡ୍ରଗ୍ସ ପେଡଲରଙ୍କୁ ଗିରଫ କରିବା ପରେ ବଲିଉଡର ଡ୍ରଗ୍ସ ଗ୍ୟାଙ୍ଗର ମୁଖା ଖୋଲିଛି। ଏନସିବି ଏହା ପୂର୍ବରୁ ବି-ଟାଉନର ବଡ ହିରୋଇନଙ୍କୁ ଧରିବା ସହ ତାଙ୍କୁ ପଚରାଉଚରା କରିଛି। ଏହି ପପୁଲାର ହିରୋଇନଙ୍କ ଭିତରେ ଦୀପିକା ପାଦୁକୋନ୍, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର ଏବଂ ରକୁଲପ୍ରୀତଙ୍କ ନାଁ ଆସିଛି। ଏବେ ଏନସିବିର ରାଡାରରେ ବଲିଉଡର ଏ’ ଲିଷ୍ଟ ଅଭିନେତା ରହିଛି।

ଏନସିବିର ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ବଲିଉଡର ୨ ସୁପରଷ୍ଟାରଙ୍କ ସହିତ ମୋଟ ୩ ଜଣ ଏ’ ଗ୍ରେଡ ଅଭିନେତା ଏଜେନ୍ସିର ରାଡାରରେ ଅଛନ୍ତି। ତିନି ଜଣଙ୍କ ଭିତରୁ ଦୁଇଜଣ ବଲିଉଡର ଓ ତୃତୀୟ ଜଣକ ଅନ୍ୟ ଫିଲ୍ମ ଇଣ୍ଡଷ୍ଟ୍ରୀର ହୋଇପାରନ୍ତି। ଏହି ଅଭିନେତାଙ୍କୁ ନେଇ ଏନସିବିକୁ ଇନପୁଟ୍ ମିଳିଛି। ତେବେ ଏପର୍ଯ୍ୟନ୍ତ ଏହି ୩ ଅଭିନେତାଙ୍କ ନାଁର ଖୁଲାସା ହୋଇନାହିଁ। କିନ୍ତୁ ତାଙ୍କ ନାମର ପ୍ରଥମ ଅକ୍ଷର ସାମନାକୁ ଆସିଛି। ଏହି ଅଭିନେତାଙ୍କ ନାମ S, R, A  ରୁ ଆରମ୍ଭ ହେଉଛି। ଏନସିବିର ସୂଚନା ଅନୁସାରେ, ଏବେ ଏହି ସମସ୍ତଙ୍କ ବିରୋଧରେ ପ୍ରମାଣ ଏକାଠି କରାଯାଉଛି। ପ୍ରମାଣ ମିଳିବା ମାତ୍ରେ ତାଙ୍କ ବିରୋଧରେ ଆକ୍ସନ ନିଆଯିବ।

ଏହା ପୂର୍ବରୁ ଏନସିବି ଡ୍ରଗ୍ସ କନେକ୍ସନକୁ ନେଇ ଦୀପିକା ପାଦୁକୋନ୍, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର, ରକୁଲ ପ୍ରୀତ ସିଂ, ରିୟା ଚକ୍ରବର୍ତ୍ତୀଙ୍କ ନାଁର ଖୁଲାସା ହୋଇଥିଲା। ସମସ୍ତଙ୍କ ଡ୍ରଗ୍ସ ଚାଟ୍ ସାମନାକୁ ଆସିଥିଳା।   ରିୟା ଏବେ ଡ୍ରଗ୍ସ ମାମଲାରେ ଜେଲରେ ଥିବା ବେଳେ ଦୀପିକା, ଶ୍ରଦ୍ଧା, ସାରା ଏବଂ ରକୁଲଙ୍କୁ ଏନସିବି ପଚରାଉଚରା କରିସାରିଛି। ଏନସିବି ଦୀପିକା, ସାରା ଓ ଶ୍ରଦ୍ଧାଙ୍କ ମୋବାଇଲ ଜବତ କରିଛି।

   ସମ୍ବନ୍ଧିତ ଖବର


ନାବିଳାକାକୁ ଟେକି ନେଉଥିଲେ ପୋଲିସ ଭ୍ୟାନ ଦେଖି ଛାଡି ପଳାଇଲେ ଦୁର୍ବୃତ୍ତ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା

ଏନ୍‌ଆଇସିକୁ ଅଜଣା ଆରୋଗ୍ୟ ସେତୁ ଆପ୍‌ କିଏ ବନେଇଛି, ମନ୍ତ୍ରାଳୟ ସହ ଅନେକ ଲୋକଙ୍କୁ ନୋଟିସ୍‌ ପଠାଇଲା ସୂଚନା ଆୟୋଗ