ଘର ଭିତରେ ଥିବା ସୁଡଙ୍ଗରେ ଶ୍ବାସରୁଦ୍ଧ ହୋଇ ୩ ଭାଇ ମୃତ

ମୋହନା ୨୩/୫: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ଗାଁରେ ଅଭାବନୀୟ ଘଟାଣା ଘଟିଛି । ଘର ଭିତରେ ଥିବା ଭୂତଳ ସୁଡଙ୍ଗରେ ପଶି ୩ ଭାଇଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଉଛନ୍ତି ବିକ୍ରମ ମାଝୀ, ସଞ୍ଜୀବ ମାଝୀ ଓ ଜିତୁ ମାଝୀ ।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ଘର ଭିତରେ ଥିବା ସୁଡଙ୍ଗରୁ କିଛି ଜିନିଷ ଆଣିବା ପାଇଁ ପ୍ରଥମେ ସଞ୍ଜୀବ ଯାଇଥିଲେ । ସେ ସେଠାରେ ଶ୍ବାସରୁଦ୍ଧ ହୋଇ ଅଚେତ୍ ହୋଇପଡିଥିଲେ । ସେ ଅଚେତ୍ ହୋଇପଡିବାରୁ ବିକ୍ରମ ଭିତରକୁ ଯାଇଥିଲେ । ସେ ମଧ୍ୟ ସେଠାକୁ ଯାଇ ଅଚେତ୍ ହୋଇପଡିଲେ । ଦୁଇ ଭାଇ ଅଚେତ୍ ହେବା ଦେଖି ସାନ ଭାଇ ଜିତୁ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଅଚେତ୍ ହୋଇଗଲେ । ଏହା ଦେଖି ଭଉଣୀ ତାରକା ମାଝୀ ମା’ଙ୍କୁ ଜଣାଇଥିଲେ ।

ବାପା ଜୁଆନ ମାଝୀ ଓ ପରିବାର ଲୋକେ ରଶି ଲଗାଇ ସୁଡଙ୍ଗ ଭିତରୁ ୩ ଜଣଙ୍କୁ ବାହାର କରି ପ୍ରଥମେ ବିରିକୋଟ ମେଡିକାଲକୁ ନେଇଥିଲେ । ଏହାପରେ ମୋହନା ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଶ୍ବାସରୁଦ୍ଧ ହେବା ଯୋଗୁଁ ୩ ଭାଇଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଅଡବା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି  ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

ବାଲେଶ୍ବରରେ ନବୀନଙ୍କ ଡିଜିଟାଲ ରାଲି, କହିଲେ- କରୋନା ଦୂର ହେଲେ ଆପଣମାନଙ୍କ ପାଖକୁ ଆସିବି

ଅନନ୍ୟ ଆରମ୍ଭ, ଆଗ୍ରହୀ ପ୍ରତିଭାକୁ ସୁଯୋଗ ଦେବ ନ୍ୟୁଜ 7: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ନ୍ୟୁଜ୍ 7 କ୍ଷୁଦ୍ର ଚଳଚ୍ଚିତ୍ର ୨୦୨୦ ମହୋତ୍ସବ

ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ନାଗାର୍ଜୁନ ବେଶ ଦର୍ଶନ- କୋଭିଡ୍‌ କଟକଣା ଯୋଗୁଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ନିଷ୍ପତ୍ତି

ଚଳିତ ବର୍ଷ କାର୍ତ୍ତିକରେ ଶ୍ରୀକ୍ଷତ୍ର ପୁରୀରେ ହବିଷ୍ୟାଳୀଙ୍କୁ ମନା- ନ ଆସିବା ପାଇଁ କହିଲେ ପୁରୀ ପ୍ରଶାସନ

ସମ୍‌ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ପ୍ଲାଷ୍ଟିକ୍‌ସର୍ଜରୀ ଦ୍ୱାରା ଯୋଡା ହେଲା ୯ ବର୍ଷ ବାଳକର କଟା ଅଙ୍ଗୁଳି