ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ବାପାଙ୍କ ସହ ୨ ପୁଅଙ୍କର ମୃତ୍ୟୁ

ଖୋର୍ଦ୍ଧା ୨୮।୮: ଖୋର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକ୍ ଧକ୍କାରେ ବାପାଙ୍କ ସହ ୨ ପୁଅଙ୍କର ମୃତ୍ୟୁ ହୋଇଛି । ଗଡ ଖୋର୍ଦ୍ଧା ପଞ୍ଚୁ ପାଇକ ଛକଠାରେ ଏହି ଦୁର୍ଘଟଣା ଘଟିଛି । ବାଇକ୍‌ରେ ଯାଉଥିବା ବେଳେ ଅଣ୍ଡା ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ମୃତକ ହେଲେ ମଳିପଡା ଗାଁର ବାପା କୃଷ୍ଣଚନ୍ଦ୍ର ପାତାଳ ସିଂ, ବଡ଼ପୁଅ ସଞ୍ଜୟ ସିଂ ଓ ସାନପୁଅ ବିକ୍ରମ ସିଂ ।

ବାଇକ୍‌ରେ ଭୁବନେଶ୍ବରରୁ ମଳିପଡା ଅଭିମୁଖେ ଆସୁଥିବାବେଳେ ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ବଡ ପୁଅର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ବାପା ଓ ସାନ ପୁଅଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି।  

   ସମ୍ବନ୍ଧିତ ଖବର


ବେଆଇନ ପଥର ଖାଦାନରେ ଚଢ଼ାଉ, ୫ଟି ସ୍ପଲ ବୋଝେଇ ଟିପ୍ପର ଜବତ

ବିଜେଡି ପ୍ରାର୍ଥୀ ହେବେ ଓଡିଆ ସିନେଷ୍ଟାର ଅରିନ୍ଦମ୍ !

ବାପା ଶଯ୍ୟାଶାୟୀ, ମାନସିକ ବିକାରଗ୍ରସ୍ତ ମା’: ୮ବର୍ଷର କଅଁଳ ଶିଶୁକନ୍ୟାର କାନ୍ଧରେ ୫ ପ୍ରାଣୀ କୁଟୁମ୍ବର ବୋଝ

ସ୍କୁଟିକୁ ସାମ୍ନା ପଟୁ ଧକ୍କା ଦେଲା ବସ୍: ଯୁବକ ମୃତ

ଗଞ୍ଜାମରୁ ନୂଆ ପ୍ରଜାତିର ଝିଟିପିଟି ଚିହ୍ନଟ

ବୋଲେରୋ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା: ପୀଡ଼ିତାଙ୍କ ହେଲା ଡାକ୍ତରୀମାଇନା,୨ ଦିନ ପରେ ବି ପୁଲିସ୍‌ ହାତଖାଲି