PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ମାଛ ଖାଇବା ପରେ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ, ସୋରିଷ ବଦଳରେ ଭୁଲରେ ପକାଇ ଦେଇଥିଲେ କୀଟନାଶକ

https://scroll.in/

ଛପରା,୨୮।୭: ମାଛ ଖାଇବା ହେଲା କାଳ।  ପରିବାରର ୩ ଜଣ ସଦସ୍ୟଙ୍କର ମାଛ ଖାଇବା ପରେ ହୋଇଛି ମୃତ୍ୟୁ। ମାଛ ରୋଷେଇ କରିବା ବେଳେ ସୋରିଷ ବଦଳରେ ଭୁଲରେ ସେମାନେ ବିଷାକ୍ତ କୀଟନାଶକ ପକାଇ ଦେଇଥିଲେ। ପରିବାରର ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ସେଭଳି ଜଣେ ବ୍ୟକ୍ତିଙ୍କ ସ୍ଥିତି ମଧ୍ୟ ଖୁବ୍ ଗୁରୁତର ରହିଛି। ମୃତକଙ୍କ ଭିତରେ ବାପା-ପୁଅ ଏବଂ ପୁତୁରା ଅଛନ୍ତି।

ମିଳିଥିବା ଖବର ଅନୁସାରେ, ଶ୍ରାବଣ ମାସର ପ୍ରଥମ ସୋମବାର ବ୍ରତ ଥିଲା। ଘରର ମହିଳାମାନେ ବ୍ରତ ରଖିଥିଲେ, ଯେଉଁ କାରଣରୁ ମାଛ ରୋଷେଇ କରିବା ଘରେ ବାରଣ କରାଯାଇଥିଲା। ଘରର ମୁଖିଆ ସୁଭାଷ ରାୟ (୫୦) ବଜାରରୁ ମାଛ କିଣି ଘରର ବାହାର ପଟେ ରୋଷେଇ କରୁଥିଲେ। ତେବେ ରୋଷେଇ ପରେ ଏହି ୪ ଜଣ ଖାଇଥିଲେ। ଖାଇବାର କିଛି ସମୟ ପରେ ବିଳମ୍ବିତ ରାତିରେ ସମସ୍ତ ୪ ଜଣଙ୍କର ଦେହ ଖରାପ ହୋଇଯାଇଥିଲା। ଏହାପରେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିବାକୁ ନିଆଯାଇଥିଲା। ତେବେ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି।  କେବଳ ୨୨ ବର୍ଷୀୟ ମିଥିଲେଶଙ୍କ ଚିକିତ୍ସା ହସ୍ପିଟାଲରେ ଏବେ ବି ଚାଲିଛି।

ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ଘରେ ଥିବା ବଳକା ମାଛକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଥିଲା। ଏସଡିପିଓ ସୋନପୁର ଘଟଣାସ୍ଥଳରେ ପହଁଞ୍ଚି ବଳକା ମାଛ ଓ ଭାତ ସହିତ ପଲିଥିନରୁ ଜବତ କରିଥିଲେ। ଯେଉଁଥିରୁ ଜଣାପଡିଛି ଯେ, ମାଛ ଭାଜିବା ବେଳେ ସୋରି​‌ଷ ଦାନା ଭଳି ଦେଖାଯାଉଥିବା ପଦାର୍ଥ ଥାଇମେଟକୁ ଭୁଲରେ ସେମାନେ ମାଛରେ ମିଶାଇ ଦେଇଥିଲେ, ଯାହାଫଳରେ ଏଭଳି ଅଘଟଣ ଘଟିଛି।  

ସମ୍ବନ୍ଧିତ ଖବର