PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ପ୍ରତି ୪ ଜଣରୁ ୩ ଜଣ କିଶୋରୀଙ୍କ ପାଖକୁ ଆସୁଛି ଯୌନ ଉଦ୍ଦୀପକ ଫଟୋ; ଭୟଙ୍କର ହେଲାଣି ସ୍ଥିତି, ଚିନ୍ତାରେ ଅଭିଭାବକ

pic-yahoo.com

ନୂଆଦିଲ୍ଲୀ: ପ୍ରତି ୪ ଜଣରୁ ୩ ଜଣ କିଶୋରୀଙ୍କ ପାଖକୁ ସୋସିଆଲ୍ ମିଡିଆ ମାଧ୍ୟମରେ ଆସୁଛି ଯୌନ ଉଦ୍ଦୀପକ ଫଟୋ। ସ୍ମାର୍ଟଫୋନ୍‌ରେ ଥିବା ବିଭିନ୍ନ ଆପ୍‌ ଦ୍ୱାରା କିଶୋରୀମାନଙ୍କ ପାଖକୁ ଏହି ଫଟୋଗୁଡ଼ିକୁ ପଠାଯାଉଛି ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।

ୟୁନିଭର୍ସିଟି କଲେଜ୍ ଅଫ୍ ଲଣ୍ଡନ୍ ଓ ୟୁନିଭର୍ସିଟି ଅଫ୍ କେଣ୍ଟ ପକ୍ଷରୁ କରାଯାଇଥିବା ଏକ ଗବେଷଣାରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟ ଅନୁସାରେ ସ୍ମାର୍ଟଫୋନ୍ ଆପ୍‌ରୁ ୫୦ ପ୍ରତିଶତ କିଶୋରୀଙ୍କ ପାଖକୁ ଏଭଳି ଅଶ୍ଳୀଳ ଫଟୋ ଆସୁଛି। ଏନେଇ ସେମାନେ ତାଙ୍କ ଅଭିଭାବକ ଓ ଗାର୍ଡିଆନ୍‌ଙ୍କୁ ମଧ୍ୟ ଜଣାଉଛନ୍ତି।    

ତେବେ ରିପୋର୍ଟରେ ଏନେଇ ଚିନ୍ତା ପ୍ରକଟ କରାଯିବା ସହିତ ଚେତାବନୀ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଏଭଳି ଫଟୋ ପଠାଇବା ଆଜିର ସମୟରେ ଏକ ସାଧାରଣ କଥା ହୋଇଥିଲେ ବି ଏହା ବିପଜ୍ଜନକ। ଝିଅମାନଙ୍କୁ ଏହି ଫଟୋ ପୁଅମାନଙ୍କ ସହିତ ଶେୟାର କରିବାକୁ ଏକପ୍ରକାର ଚାପ ପକାଯାଉଛି। ଆଉ ଏଭଳି ଫଟୋ ଶେୟାର କରୁଥିବା ବିଶୋରିଙ୍କୁ ପରବର୍ତ୍ତି ସମୟରେ ସହପାଠୀଙ୍କୁ ଦ୍ୱାରା ନାନା ପରିହାସ ଓ ଲାଞ୍ଚନା ସହିବାକୁ ପଡ଼ୁଛି ବୋଲି ରିପୋର୍ଟରେ କୁହାଯାଇଛି।

ସର୍ଭେରେ ଜଣାପଡ଼ିଛି ଯେ ଏକ ଚତୁର୍ଥାଂଶ କିଶୋରୀ ଏଭଳି ଅଶ୍ଳିଳ ଫଟୋ ସମ୍ପର୍କରେ ତାଙ୍କ ସାଙ୍ଗମାନଙ୍କୁ କହିଥିବା ବେଳେ ଦୁଇ ପ୍ରତିଶତ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ସେହିପରି ୫ ପ୍ରତିଶତ ସେମାନଙ୍କ ଅଭିଭାବକଙ୍କୁ ଜଣାଇଛନ୍ତି। ଘଟଣା ସମ୍ପର୍କରେ କାହିଁକି ସେବା ଯୋଗାଉଥିବା ଆପ୍‌ ପାଖରେ ଅଭିଯୋଗ କରାଯାଇ ନାହିଁ ବୋଲି ପ୍ରଶ୍ନ କରିବାରୁ ଉତ୍ତରେ ଦେଇ ଏକ ତୃତିୟାଂଶ କିଶୋରୀ କହିଛନ୍ତି, ଅଭିଯୋଗ କଲେ କିଛି କାର୍ଯ୍ୟାନୁଷ୍ଠାନ କରାଯାଉ ନାହିଁ।    

ଏହି ଗବେଷଣାରେ ବ୍ରିଟେନ୍‌ରୁ ୪୮୦ କିଶୋରୀ ସାମିଲ୍ ହୋଇଥିଲେ। ଏମାନଙ୍କୁ ଗ୍ରୁପ୍‌ରେ ବିଭାଗ କରାଯାଇଥିଲା। ଗ୍ରୁପ୍‌ରେ ଥିବା ୮୮ ଜଣଙ୍କ ମଧ୍ୟରୁ ତିନି ଚତୁର୍ଥାଂଶ କିଶୋରୀଙ୍କ ପାଖକୁ ପୁରୁଷ ଜନନାଙ୍ଗର ଫଟୋ ପଠାଯାଇଥିଲା। ତେବେ ପ୍ରାପ୍ତ ବୟସ୍କ ପୁରୁଷମାନେ ସୋସିଆଲ୍ ମିଡିଆରେ ଫେକ୍ ଆଇଡି ଖୋଲି ଏଭଳି କାମ କରୁଛନ୍ତି ବୋଲି ସର୍ଭେରେ ଅଂଶଗ୍ରହଣ କରିଥିବା କିଶୋରୀମାନେ କହିଛନ୍ତି। ମୋଟ ଘଟଣାର ଅଧା ଭାଗ ପ୍ରାପ୍ତ ବୟସ୍କ ପୁରୁଷମାନେ ଫେକ୍ ଆକାଉଣ୍ଟ କାଢ଼ି କରୁଛନ୍ତି ବୋଲି ଗବେଷଣାରୁ ଜଣାପଡ଼ିଛି।

ଏହି ଘଟଣା ଏତେ ବଢ଼ିଯାଇଛି ଯେ ବର୍ତ୍ତମାନ ବ୍ରିଟେନ୍‌ର ଯୁବଗୋଷ୍ଠୀମାନେ ଭୟଙ୍କର ଯୌନଉଦ୍ଦିପକ ଘଟଣାର ଶିକାର ହେଉଛନ୍ତି। ଏନେଇ ଚିନ୍ତା ପ୍ରକଟ କରିଛନ୍ତି ୟୁସିଲ ଶିକ୍ଷାନୁଷ୍ଠାନର ପ୍ରଫେସର ଜେସିକା ରିଙ୍ଗରୋସ୍। ଏଥିରୁ ଯୁବଗୋଷ୍ଠୀଙ୍କୁ ସୁରକ୍ଷା ଦେବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।   

ଏନେଇ ଯୁବଗୋଷ୍ଠୀଙ୍କ କହିବା କଥା ହେଲା, ସେମାନେ ବର୍ତ୍ତମାନ ନିଜର ଅନ୍‌ଲାଇନ୍‌ ଅନୁଭବକୁ ଅନ୍ୟମାନଙ୍କ ପାଖରେ କହିବାକୁ ଭୟ କରୁଛନ୍ତି। କାଳେ ଏଥିପାଇଁ ସେମାନେ କମେଣ୍ଟର ଶିକାର ହେବେ ଓ ପରେ ମାମଲା ଆହୁରି ବିଗିଡ଼ିଯିବ ସେ ନେଇ ସେମାନେ ଘଟଣା ସମ୍ପର୍କରେ ଶେୟାର କରିବାକୁ ଭୟ କରୁଛନ୍ତି ବୋଲି ଗବେଷଣାରେ ଜଣାପଡ଼ିଛି।

ଯଦିଓ ଏହି ଘଟଣା ଏବେ ସାଧାରଣ କଥା ହୋଇଗଲାଣି, ତେବେ ଏହା ସମାଜ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ପରବର୍ତ୍ତି ସମୟରେ ମାମଲା ଆହୁରି ଭୟଙ୍କର ହେବ ବୋଲି ଗବେଷଣାରେ କୁହାଯାଇଛି।  

ଏନେଇ ବଡ଼ ବଡ଼ ସୋସିଆଲ୍ ମିଡିଆ କମ୍ପାନୀମାନେ ମଧ୍ୟ ଚିନ୍ତା ବ୍ୟକ୍ତ କରିବା ସହିତ ଏହାର ନିବାରଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି। ଯେଉଁମାନେ ଫେକ୍ ଆକାଉଣ୍ଟ କାଢ଼ି ଏଭଳି ଫଟୋ ଶେୟାର କରୁଛନ୍ତି, ସେମାନଙ୍କ ବିରୋଧରେ ପୁଲିସରେ ରିପୋର୍ଟ କରିବାକୁ ପୀଡ଼ିତଙ୍କୁ ଉତ୍ସାହିତ କରିବା ଦିଗରେ ଅଧିକ ଧ୍ୟାନ ଦିଆଯିବ ବୋଲି ସୋସିଆଲ୍ ମିଡିୟା କମ୍ପାନୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର