ପ୍ରମୁଖ ଖବର
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଆମେରିକାରେ ସଡକ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକାରେ ଏକ ଭୟଙ୍କର କାର ଦୁର୍ଘଟଣାରେ ଗୁଜୁରାଟର ତିନିଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ତିନି ଜଣ ମହିଳାଙ୍କ ପରିଚୟ ରେଖାବେନ୍ ପଟେଲସଂଗୀତାବେନ୍ ପଟେଲ ଏବଂ ମନୀଷାବେନ ପଟେଲ ବୋଲି ନିଶ୍ଚିତ ହୋଇଛି । ଏମାନେ ସମସ୍ତେ ଗୁଜୁରାଟର ଆନନ୍ଦ ଜିଲ୍ଲାର ବାସିନ୍ଦା ଥିଲେ । ଦକ୍ଷିଣ କାରୋଲିନାର ଗ୍ରୀନଭିଲ୍ କାଉଣ୍ଟିରେ ମହିଳାଙ୍କ କାର ଏକ ପୋଲ ତଳକୁ ଖସି ପଡିବା କାରଣରୁ ଏହି ଦୁର୍ଘଟଣା ଘଟିଛି । ପ୍ରାୟ ୨୦ ଫୁଟ ତଳରୁ କାର୍‌ଟି ଖସିପଡିଥିଲା ।  

ଆମେରିକୀୟ ଅଧିକାରୀ ନ୍ୟୁଜ୍ ଚ୍ୟାନେଲ୍ WSPA କୁ କହିଛନ୍ତି ଯେ, କାର୍‌ଟି ନିର୍ଦ୍ଧାରିତ ଗତି ସୀମା ଠାରୁ ଅଧିକ ଗତିରେ ଚାଲୁଥିଲା । ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ସଡକ ଦୁର୍ଘଟଣାରେ ଅନ୍ୟ କୌଣସି କାର ସମ୍ପୃକ୍ତ ନୁହଁନ୍ତି । କାରଟି ଏକ ଗଛରେ ଅଟକି ରହି ଥିଲା, ଏବଂ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । 

ଅଧିକାରୀ ଆହୁରି ମଧ୍ୟ କହିଛନ୍ତି, "ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା । କାର୍‌ର ବେଗ ଏତେ ମାତ୍ରାରେ ଥିଲା ଯେ, ଏହା ୪-୬ ଲେନ୍‌କୁ ଅତିକ୍ରମ କରି ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସି ପଡିଥିଲା । ଏହି ଦୁର୍ଘଟଣାର ଏକମାତ୍ର ବଞ୍ଚିଥିବା ବ୍ୟକ୍ତି ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ଅବସ୍ଥା ଅନିଶ୍ଚିତ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.