PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଫଟୋ ଉଠାଇ ଫସିଲେ ୩ ଓଲିଉଡ ଅଭିନେତ୍ରୀ

ସମ୍ବଲପୁର ୧୬/୧୨: ହୀରାକୁଦ ଡ୍ୟାମ ନିଷିଦ୍ଧାଞ୍ଚଳରୁ ଭିଡିଓ ଭାଇରାଲ କରି ଫସିଲେ ଓଡିଆ ଅଭିନେତ୍ରୀ । ହୀରାକୁଦ ଡ୍ୟାମ ଉପରେ ନିଷିଦ୍ଧାଞ୍ଚଳରେ ଫଟୋ କିମ୍ବା ଭିଡିଓ ସୁଟିଂ ନିଷିଦ୍ଧ ଥିବା ବେଳେ ସେଠାରେ ୩ ଓଡିଆ ଓଲିଉଡ ଅଭନେତ୍ରୀ ଭିଡିଓ ଭାଇରାଲ ହୋଇଛି ।

ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର  ନିଷିଦ୍ଧାଞ୍ଚଳରୁ ଭିଡିଓ ଉତ୍ତୋଳନ କରି ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।  ଭିଡିଓରେ ତିନି ଜଣ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତ ରାୟ ଓ ଲଭଲି  ଥିବାବେଳେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ମଧ୍ୟ ଏହି ଭିଡିଓ ଅଛନ୍ତି ।

ଦୁଇ ଦିନ ତଳେ କୌଣସି ଏକ କାର୍ଯ୍ୟକ୍ରମରେ ଓଲିଉଡ ଇଣ୍ଡ୍ରଷ୍ଟିଜର ତିନି ଜଣ ଅଭିନେତ୍ରୀ ସମ୍ବଲପୁର ଆସିବା ସହ ହୀରାକୁଦ ଡ୍ୟାମ ବୁଲିବାକୁ ଯାଇଥିଲେ । ସେଠାରେ ଡ୍ୟାମ ଉପରକୁ ଯାଇ ନିଷିଦ୍ଧାଞ୍ଚଳରେ ଫଟୋ ସାଙ୍ଗରେ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି  । ଯାହାକୁ ନେଇ ହୀରାକୁଦ ଡ୍ୟାମର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।