ଚୀନ ଆକାଶରେ ଏକା ସଙ୍ଗେ ଦେଖା ଗଲା ୩ଟି ସୂର୍ଯ୍ୟ, ଏଭଳି ଅଦ୍ଭୁତ ଦୃଶ୍ୟ ପଛର ରହସ୍ୟ କଣ ?

ନୂଆଦିଲ୍ଲୀ, ୧୭/ ୧୦: ସାରା ବିଶ୍ବରେ ରହିଛି ଗୋଟିଏ ସୂର୍ଯ୍ୟ। ହେଲେ ଚୀନର ଆକାଶରେ ଏକା ଥରକରେ ଦେଖାଗଲା ତିନି ତିନୋଟି ସୂର୍ଯ୍ୟ। ଏହା ଦେଖି ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହି। ଶନିବାର ସକାଳ ଉତ୍ତର ପୂର୍ବ ଚୀନର ମୋହେ ଅଞ୍ଚଳର ଲୋକଙ୍କ ପାଇଁ ସ୍ବତନ୍ତ୍ର ଓ ଆଶ୍ଚର୍ଯର ଦିନ ଥିଲା। କାରଣ ସେମାନେ ଉଠୁ ଉଠୁ ଆକାଶରେ ଦେଖିଥିଲେ ତିନୋଟି ସୂର୍ଯ୍ୟ। ଆକାଶରେ ଦେଖିବାକୁ ମିଳିଥିବା ୨ଟି ସୂର୍ଯ୍ୟ ଅସଲି ନୁହେଁ। ତାହା ସନ୍‌ ଡଗ୍‌ ପାଇଁ ଲୋକଙ୍କୁ ତିନୋଟି ସୂର୍ଯ୍ୟ ଦେଖିବାକୁ ମିଳିଥିଲା। ଏହା ବାୟୁମଣ୍ଡଳୀୟ ଅପ୍ଟିକାଲ୍ ଘଟଣା ଭାବରେ ଜଣାଶୁଣା, ଯାହା ଦ୍ବାରା ଲୋକମାନେ ଆକାଶରେ ଗୋଟିଏ ଅପେକ୍ଷା ଅଧିକ ସୂର୍ଯ୍ୟ ଦେଖିଥାଆନ୍ତି।

ଏହିଭଳି ଆଶ୍ଚର୍ଯ୍ୟଚକିତ ଘଟଣାକୁ ଲୋକମାନେ ପ୍ରାୟ ୩ଘଣ୍ଟା ପାଖାପାଖି ଦେଖିଥିଲେ। ସକାଳ ୬ ଟା ୩୦ ମିନିଟରୁ ୯ ଟା ୩୦ ପର୍ଯ୍ୟନ୍ତ ଏହିଭଳି ଅଦ୍ଭୁତ ଦୃଶ୍ୟ ଦେଖିଥିଲେ ସେଠାର ଅଧିବାସୀ। ଏଭଳିକି ଏହି ଦୃଶ୍ୟକୁ କିଛି ଲୋକ କ୍ୟାମେରାରେ ଫଟୋ ଉଠାଇଥିଲେ। ପିପ୍ଲୁସ୍‌ ଡେଲି ଚାଇନା ନିଜର ଟୁଇଟର ହ୍ୟାଣ୍ଡେଲରୁ ମଧ୍ୟ ଏକ ଭିଡିଓ ଜାରି କରିଛି। ଯେଉଁଥିରେ ମଧ୍ୟ ତିନୋଟି ସୂର୍ଯ୍ୟ ଦେଖିବାକୁ ମିଳିଛି। ଜାରି ହୋଇଥିବା ଭିଡିଓରେ ସୂର୍ଯ୍ୟଙ୍କ ସହିତ ୨ଟି ଉଜ୍ଜ୍ବଳ ଦାଖ ଦେଖିବାକୁ ମିଳିଥିଲା ଯାହାକୁ ଫାଣ୍ଟମ୍‌ ସନ୍‌ ମଧ୍ୟ କୁହାଯାଏ।

ବେଳେ ବେଳେ ସନଡଗ ନାମକ ଏକ ବିରଳ ଘଟିଥାଏ। ଯେତେବେଳେ ପୃଥିବୀର ବାୟୁମଣ୍ଡଳରେ ବରଫ ସ୍ଫଟିକ ସୃଷ୍ଟି ହୋଇଥାଏ। ଯାହାଫଳରେ କି ବରଫ ସ୍ପଟିକ ଗୁଡ଼ିକରେ ସୂର୍ଯ୍ୟକିରଣ ପ୍ରତିଫଳନ ହୋଇଥାଏ ଏବଂ ଉଜ୍ଜଳ ପରି ଦେଖାଯାଇଥାଏ। ଏହି ନିକଟ ଅତିତରେ ଏହା ହେଉଛି ସବୁଠାରୁ ଲମ୍ବା ସନ୍‌ ଡଗ ବୋଲି ବିଶ୍ବାସ କରାଯାଉଛି।

   ସମ୍ବନ୍ଧିତ ଖବର


୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା

କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ